ଆମ ଜିଲା ଖବର

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା କଂସାମାରୀ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ ବିଶେଷଜ୍ଞ ଭଞ୍ଜନଗର ମେଡିକାଲକୁ ସପ୍ତାହକୁ ଦିନକ ପାଇଁ ଡେପୁଟେଶନରେ ଆସିଛନ୍ତି। ସପ୍ତାହର ପ୍ରତି…

ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି । ଯାଦବ ସମାଜ ଏହି ପବିତ୍ର ପର୍ବ ପାଳନର ସୁତ୍ରଧର ସାଜି ଏହି…

ଯାତ୍ରୀବାହୀ ବସ୍‌ ପଛରେ ପିଟିହେଲା ଅଟୋ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡି୦୭-୩୭୧୦) ପଛରେ ଏକ ଯାତ୍ରୀବାହୀ ଅଟୋ (ନଂ. ଓଡି ୦୭ ଟି-୪୧୬୫) ଧକ୍କା ଦେବାରୁ ଅଟୋ ଚାଳକ…

ଦାରିଙ୍ଗବାଡି ଜଙ୍ଗଲରେ ଲୁଚିଛନ୍ତି ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ, ଖୋଜୁଛି ସେନସର୍‌ ଡ୍ରୋନ

ଦାରିଙ୍ଗବାଡି, ୨।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ରାଜ୍ୟ ଓ ଜିଲା ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିବା…

ନିଶା ନିବାରଣ ଅଭିଯାନ: ଗାଁରେ ତାତିଲେ ମହିଳା 

ଜେନାପୁର,୨।୩(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତରେ ନିଶା ନିବାରଣ ଅଭଯାନ ଆରମ୍ଭ ହୋଇଅଛି। ସୂଚନା ଥାଉକି ଅଳସଗଣ୍ଡ ଗ୍ରାମ, ଢଙ୍କୁଣୀଆ, ଅଞ୍ଜିରା ଗଡ଼, ଟାଇଲ ସାହି ଗ୍ରାମର ଦେଶୀ ମୋହୁଲି ବିକ୍ରି…

ମା’ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ସୋମବାର ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ପ୍ରାତଃ ୬ ଟା ୪୭ରୁ କେତୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ ନିମନ୍ତେ ଦେବନୀତି ନିଷେଧ ଥିବାରୁ ଯାତ୍ରାର…

ବିଦେଶୀ ମଦ ହେଉଥିଲା ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ଏକ ଗାଡିରୁ ମଦ…

ରାସ୍ତା ଉନ୍ନତିକରଣ:  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତୀ ଗୋକୁଳାନନ୍ଦ

ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ ଠାକୁରାଣୀଙ୍କ ମନ୍ଦିର ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ସକାଶେ ସୋମବାର ଦିନ…

ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ, ଏହି କାରଣ ପାଇଁ…

ବାଲେଶ୍ୱର, ୨।୩( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ। ବାଲେଶ୍ୱର ଜିଲା ନୋତିପାଟଣା ଗ୍ରାମର ଚମ୍ପାବତୀ ପଣ୍ଡା ନାମକ ଦିବ୍ୟାଙ୍ଗ ଯୁବତୀ ଧାରଣାରେ ବସିଛନ୍ତି । ଜାଗାବାଡି ସମସ୍ୟା ନେଇ…

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ ୫ ଟି ଦମକଳ ନିୟୋଜିତ ହୋଇଥିବା ବେଳେ ପ୍ରାୟ ୨ ଘଣ୍ଟା ପରେ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ ଭବନଠାରୁ ସ୍ବତନ୍ତ୍ର ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତ୍ତି ଧରି ସହର ପରିକ୍ରମା କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?