ସତ କୋକେଇରେ ମିଛ ଶବ: କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିଲା: ପୂରା ଘଟଣା ଜାଣିଲେ…

ଧାମନଗର,୧୭।୪(ଦେବେନ୍ଦ୍ର ଆନ୍ଦିଆ):ମଣିଷ ବଞ୍ଚତ୍ଥିବା ଯାଏ ଆଶା ମରେନାହିଁ, କିନ୍ତୁ କିଛି ଆଶା ଯେତେବେଳେ ନିରାଶାରେ ପରିଣତ ହୁଏ, ସେତେବେଳେ ସମୟ ବି ଦୁଃଖର ବୋଝ ଲଦି ଦିଏ। ସତରେ କୋକେଇ ବନ୍ଧା ହେଲା, ସାହି ଭାଇ ପରିବାର ଓ ପ୍ରିୟଜନ ମିଛି ମିଛିକା ଶବ କୋକେଇରେ ବାନ୍ଧି ସତ୍କାର ପାଇଁ ଶ୍ମଶାନ ନେଇଥିଲେ। ପରିବାର ଓ ଆତ୍ମୀୟସ୍ବଜନଙ୍କ କାନ୍ଦ ବୋବାଳିରେ ଗଁା ଦାଣ୍ଡ ସ୍ତବ୍ଧ ହୋଇଯାଇଥିଲା। ହେଲେ କୋକେଇରେ ଥିଲା ପ୍ରତୀକାତ୍ମକ ଶବ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଚୁଡ଼ାକୁଟି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ। ଦୀର୍ଘ ୨୬ ବର୍ଷର ଅପେକ୍ଷା ପରେ ଶେଷରେ ଜଣେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଶାସ୍ତ୍ରୀୟ ବିଧି ଅନୁଯାୟୀ ବୁଧବାର ତାଙ୍କର ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଗ୍ରାମର ଶତ୍ରୁଘ୍ନ ସାହୁ(୫୫) ୨୦୦୦ ମସିହାରୁ ହଠାତ୍‌ ନିଖୋଜ ହୋଇଯାଇଥିଲେ। ସେ ସମୟରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ବର୍ଷ ପରେ ବର୍ଷ ବିତିଗଲା, କିନ୍ତୁ ଶତ୍ରୁଘ୍ନ ଫେରିଲେ ନାହିଁ। ତାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିଯାଇଥିଲା। ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖବର ନେଇଥିଲେ ହେଁ କେଉଁଠାରୁ କୌଣସି ସୁରାକ ମିଳିପାରି ନ ଥିଲା। ଘଟଣାକୁ ଦୀର୍ଘ ୨୬ ବର୍ଷ ବିତିଯାଇଥିବା ବେଳେ ଶତ୍ରୁଘ୍ନଙ୍କ ବାବଦରେ କୌଣସି ଖବର ନ ଥିବାରୁ ପରିବାର ଲୋକେ ଶେଷରେ ଧର୍ମୀୟ ବିଧି ଅନୁସାରେ ତାଙ୍କର ପିଣ୍ଡଦାନ ଓ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ପରିବାର ପକ୍ଷରୁ ପୁରୀ ଶ୍ରୀମନ୍ଦିରସ୍ଥିତ ମୁକ୍ତି ମଣ୍ଡପର ସହଯୋଗ ଲୋଡ଼ାଯାଇଥିଲା। ଶାସ୍ତ୍ରୀୟ ନିୟମ ଅନୁଯାୟୀ ଯଦି କେହି ବହୁ ବର୍ଷ ଧରି ନିଖୋଜ ରହନ୍ତି, ତେବେ ପ୍ରତୀକାତ୍ମକ ଭାବେ ଶବ ସଂସ୍କାର କରାଯିବାର ବିଧି ରହିଛି। ଗ୍ରାମରେ ଏକ ଶୋକାକୁଳ ପରିବେଶରେ ପରିବାର ଲୋକେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ସହ ଗ୍ରାମ ଶ୍ମଶାନରେ ପୋତାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri