ଶିଶୁଙ୍କ ପାଇଁ କୋଭିଡ଼ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଜରୁରୀ
କଟକ ଅଫିସ, ୯ା୪: ଦେଶରେ ପ୍ରଥମ କରୋନାଜନିତ ଶିଶୁ ମୃତ୍ୟୁ ଖବର ମଙ୍ଗଳବାର ହସ୍ତଗତ ହୋଇଛି। ଗୁଜରାଟର ଜୁନାଗଡରେ ଏକ ୧୪ମାସର ଶିଶୁଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାକୁ ଲାଇଭ ସପୋର୍ଟିଂ ସିଷ୍ଟମରେ ରଖି ଚିକିତ୍ସା କରାଯାଇଥିଲା। କିନ୍ତୁ…
ବିନା ମାସ୍କରେ ଘରୁ ବାହାରିଲେ ଜରିମାନା
ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର ପଦକ୍ଷେପ ଗ୍ରହଣ କରାଯିବ। ଜରରୁୀ କାମରେ ବାହାରିଲେ, ମାସ୍କ, ରୁମାଲ ଗୁଡାଇ ବାହାରନ୍ତୁ। ପନିପରିବା…
ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା
କଟକ ଅଫିସ୍,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍ କରିବା ପରେ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ ବିଶୋଧନ ସ୍ପ୍ରେ କରାଯାଉଛି। ସେହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ…
କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍
କଟକ ଅଫିସ୍,୯ା୪: ଆଇନ୍ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍ଆପ୍ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର।…
ବାଇପାସ୍ ରାସ୍ତାରେ ହୋଲ୍ସେଲ ପରିବା ମାର୍କେଟ
ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି ନ ଘଟେ ସେଥିଲାଗି ପ୍ରଶାସନିକ ଅଧିକାରୀ ପ୍ରଚେଷ୍ଟା ଜାରି ରଖିଛନ୍ତି। ତେବେ ସାମାଜିକ ଦୂରତାକୁ…
ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର
ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା । ସମୁଦ୍ରରୁ ମାଛ ମାରି ଏହାକୁ ବିକ୍ରି କଲେ ସେମାନଙ୍କ ପରିବାର ଚଳେ। ହେଲେ…
ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ
ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍ଡାଉନ ଚାଲିଛି। ବୁଧବାର ଲକ୍ଡାଉନକୁ ୧୫ଦିନ ବିତିଯାଇଛି। ଲକ୍ଡାଉନ ଯୋଗୁ ଦେଶର ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ତେଣୁ ଏଭଳି…
ପଦଚାଳିତ ହାତସଫା ମେଶିନ୍ ରଖିବ ସ୍ବଚ୍ଛ
ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଡିଭିଜନ ଅନ୍ତର୍ଗତ ଅନୁଗୋଳ ଲୋକୋଶେଡ୍ରେ ନିଜସ୍ବ ସାଧନରେ ପଦଚାଳିତ ହାତସଫା ମେଶିନ୍ ଉତ୍ପାଦନ…
ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର
ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ସାରା…
ନକଲି ଅଗ୍ନିଶମ କର୍ମଚାରୀ ଗିରଫ
ଫୁଲବାଣୀ ଅଫିସ, ୯ା୪- ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି ୟୁନିଫର୍ମ ପିନ୍ଧି ବୁଲୁଥିଲେ।…
ରକ୍ତ ଦେଲେ ଗୋଟିଏ ପରିବାରର ୭ ସଦସ୍ୟ
ବ୍ରହ୍ମପୁର ଅଫିସ,୯ା୪-କରୋନା ପ୍ରଭାବରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲର ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି ା ଏହାକୁ ପୂରଣ କରିବାକୁ ବ୍ରହ୍ମପୁରର ସ୍ବେଚ୍ଛାସେବୀ ସଂଗଠନ ସବୁଜ ବାହିନୀ ନେତୃତ୍ୱରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ ଶୀର୍ଷକ ରକ୍ତଦାନ ଶିବିର ଏପ୍ରିଲ ପହିଲାରୁ…
ହୋମ କ୍ୱାରାଣ୍ଟାଇନ୍ରେ ବ୍ୟାଙ୍କ କର୍ମଚାରୀ; ବିନା ଅନୁମତିରେ ବୁଲିବା ମହଙ୍ଗା ପଡ଼ିଲା
ଭଞ୍ଜନଗର,୯।୪(ଡି.ଏନ.ଏ.)-ଲକ୍ଡାଉନ ଲୋକେ ବିନା କାରଣରେ ବାହାରେ ବୁଲିଲେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭଞ୍ଜନଗର ସହରସ୍ଥିତ ଏକ ବ୍ୟାଙ୍କର ୨ କର୍ମଚାରୀ ବୁଧବାର ମଧ୍ୟାହ୍ନରେ କୌଣସି ଅନୁମତି ନ ନେଇ ଭଞ୍ଜନଗରରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ବେଳେ ଉପଜିଲାପାଳ ରାଜେନ୍ଦ୍ର…

