ଆମ ଜିଲା ଖବର

୩୧ ବିଦେଶ ଫେରନ୍ତାଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା

କେନ୍ଦୁଝର,୯ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ୩୧ଜଣଙ୍କ ହୋମ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସଂକ୍ରମଣ ନ ବ୍ୟାପିବ ପାଇଁ ପ୍ରଶାସନ…

ଟ୍ରେନିଂ ନେବାକୁ ଆସି କେନ୍ଦୁଝରରେ ଫସିିଛନ୍ତି ୧୨ ଯୁବକ

କେନ୍ଦୁଝର,୯ା୪(ସ୍ବ.ପ୍ର.): ଟ୍ରେନିଂ ନେବାକୁ ଆସି ଲକ୍‌ ଡାଉନ ଯୋଗୁଁ ୧୨ ଜଣ ଯୁବକ କେନ୍ଦୁଝରରେ ଫସି ରହିଛନ୍ତି । ସେମାନଙ୍କ ଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବୋଲି ଜଣାପଡ଼ିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି ତାଲିମ ଦିଆଯାଉଥିଲା ବୋଲି…

ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ ପଟେଲ…

ଗ୍ରାମାଞ୍ଚଳରେ ୩୬୦, ସହରାଞ୍ଚଳରେ ୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁଦ୍ଧା ଜିଲାର ୩୬୦ଟି ପଞ୍ଚାୟତରେ ୩୬୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୯୬୬୩ ଏବଂ ୪ଟି ସହରାଞ୍ଚଳରେ ୯ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୩୩୭ଟି ଶଯ୍ୟା…

ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅଧୀନ ୧୧ଟି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଠାକୁରମୁଣ୍ଡା,୯ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ନାରୀ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବୁଧବାର କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦,୦୫୧ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମସୁନ୍ଦର ଟୁଡୁଙ୍କ…

ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍‌

ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍‌ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥିରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗିଯାଇଛି।…

୬ଘଣ୍ଟାରେ ୨୦ ବାଇକ୍‌ ଜବତ

ବଡ଼ସାହି,୯ା୪(ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଛି। ସରକାରଙ୍କ ନିୟମକୁ ଊଲ୍ଲଂଘନ କରି କେତେକ ଅସାମାଜିକ ଯୁବକ ବାଇକ ଯୋଗେ ଏଣେ ତେଣେ ବୁଲୁଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନାହାନ୍ତି। ସ୍ଥାନୀୟ ବଜାରକୁ ଆସୁଥିବା ୨୦ଟି ବାଇକ୍‌କୁ…

ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା, ୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ଓ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଇ ଆସୁଥିବା ମା’ ରାଉତରାଉତାଣୀ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି ା ମଙ୍ଗଳବାର…

ମାଛ ମାର୍କେଟ ବନ୍ଦ କଲା ପ୍ରଶାସନ; ପାଳନ ହେଉନି ସାମାଜିକ ଦୂରତା

ଅନୁଗୋଳ ଅଫିସ, ୯।୪: ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମାଛ ମାର୍କେଟ (ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। ମାଛ ବ୍ୟବସାୟୀଙ୍କ ସହ ଗ୍ରାହକ ସାମାଜିକ ଦୂରତା…

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ଢେଙ୍କାନାଳ ଅଫିସ, ୯।୪: ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ଜିଲାରେ ସଂକ୍ରମଣ ଦେଖାଦେଇଛି। ସୀମାବର୍ତ୍ତୀ ଜିଲାରେ କୋଭିଡ୍‌-୧୯ର ପଦଧ୍ୱନି ପରେ ସତର୍କ ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ଜିଲାରେ…

ଅନୁଗୋଳରେ ୩୪୨୨ ବେଡ୍‌ ପ୍ରସ୍ତୁତ

ଅନୁଗୋଳ ଅଫିସ, ୯।୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି। ଜିଲାରେ ମୋଟ୍‌ ୨୨୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମ୍‌ସିଏସ୍‌) ଖୋଲାଯାଇଛି। ୮ଟି ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?