ଆମ ଜିଲା ଖବର

କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ତାଙ୍କ ଘରେ ପହଞ୍ଚିଥିଲେ। ପରିବାରର ସମସ୍ୟା ବିଷୟରେ ସେ ବୁଝିବା ସହ…

ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ ଓ କୁନ୍ଦେଇ ପୋଲିସ ଉକ୍ତ ଗ୍ରାମ ସହ ଆଖପାଖ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ। ହେଲେ…

ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଅତିଥିଭବନ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ର୍ନିବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଇଛିା। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଟ୍ଟାଳିକା ମାଟିରେ ମିଶିଛି। ପାଞ୍ଚଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅପରାହ୍ନ…

ବୋମା ମାଡ଼ରେ ପୂର୍ବତନ କାଉନସିଲର ଗୁରୁତର ଘଟଣା: ୩ ଅଟକ, ଅଫୁଟା ବୋମା ନିଷ୍କ୍ରିୟ

ରାଉରକେଲା,୭।୨(ଡି.ଏନ୍‌.ଏ.): ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନୀର ବାସିନ୍ଦା ତଥା ପୂର୍ବତନ କାଉନ୍‌ସିଲର ଆଶିଷ ମହାନ୍ତି (ବୁଲୁ)ଙ୍କୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ…

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀ ମୃତ: ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଛକରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୁଣ୍ଡା ବୋଝେଇ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନିଆ ସିଂ (୫୭)। ପ୍ରତିଦିନ ପରି ସନିଆ ସକାଳେ…

ଭାସିଯାଉଥିବା ବେଳେ ଦେବଦୂତ ସାଜି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ : ପୋଲିସ ପକ୍ଷରୁ ପୁରସ୍କାର

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପ୍ରଖର ସ୍ରୋତରେ ଭାସିଯାଉଥିବା ବାଲାଜୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ୨ ଜଣ ବାଳକ ଉଦ୍ଧାର କରିଥିଲେ। ଦେବଦୂତ ସାଜି ପ୍ରଖର କେନାଲକୁ ଡେଇଁ…

ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଉଛି। ପାଞ୍ଚଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟାରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ…

ନିର୍ବାଚନୀ ହିଂସାକୁ ନେଇ ଗ୍ରାମରୁ ୧୯ ପରିବାର ବାସନ୍ଦ: ନ୍ୟାୟ ପାଇଁ ଦ୍ୱିତୀୟ ଦିନରେ ଧାରଣା

କୃଷ୍ଣପ୍ରସାଦ,୭।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନୀ ହିଂସା ଯୋଗୁ ୧୯ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁବାର ସନ୍ଧ୍ୟାରୁ ୧୯ ପରିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ଶୁକ୍ରବାର ଦ୍ୱିତୀୟ…

ବର୍ଷା ଯୋଗୁ ଘୁଞ୍ଚିଲା ଜିଲା ମହୋତ୍ସବ

ଅନୁଗୋଳ ଅଫିସ,୭।୨: ଅନୁଗୋଳରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁୁ ଜିଲା ମହୋତ୍ସବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହୋତ୍ସବ ୧୧ରୁ ୧୩ ପର୍ଯ୍ୟନ୍ତ କରାଯିବ ବୋଲି ଜିଲା ସଂସ୍କୃତି ପରିଷଦ ପକ୍ଷରୁ ନିଷ୍ପତ୍ତି…

ଭାସିଯାଉଥିବା ବେଳେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ: ଉଭୟଙ୍କୁ ପୁରସ୍କାର ଦାବି

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପୋଲ ଉପରୁ ଶୁକ୍ରବାର ଜଣେ ବ୍ୟକ୍ତି ପାଣି ଭିତରକୁ ଖସି ପଡ଼ିଥିଲେ । ତେବେ ସ୍ରୋତରେ ଭାସିଯାଉଥବା ସମୟରେ ଡଙ୍ଗଗୁଡ଼ାର ୨ ବାଳକ ସଞ୍ଜୟ ପୂଜାରୀ…

ପୋଲିସ ଜାଣତରେ ଦେହ ବ୍ୟବସାୟ

କଟକ ଅଫିସ,୭।୨: କଟକ ରେଳଷ୍ଟେଶନ ନିକଟରେ ବେଧଡକ ଭାବେ ଚାଲିଛି ସେକ୍ସ ର଼୍ୟାକେଟ୍‌। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ପୋଲିସକୁ ଅଛପା ନାହିଁ। ପିସିଆର ଭ୍ୟାନ ଏହି ଅଞ୍ଚଳ ଦେଇ ନିୟମିତ ପାଟ୍ରୋଲିଂ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଯୋଗାଣ ନିରୀକ୍ଷକ

ଜଟଣୀ,୭।୨(ଡି.ଏନ.ଏ.): ଖୋର୍ଦ୍ଧା ବ୍ଲକର ମହିଳା ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିଆରୀ ୨୦ ହଜାର ଟଙ୍କା ଲାଞ୍ଚ ଡିଲରମାନଙ୍କଠାରୁ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗୁରୁବାର ଧରା ପଡ଼ିଛନ୍ତି। ପ୍ରତିମାସରେ କିରୋସିନ ଉଠାଣ ଅନୁମତି ଦେବା ପାଇଁ ଡିଲରମାନଙ୍କଠାରୁ ଲିଟର ପିଛା ୮୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri