ଆମ ଜିଲା ଖବର

ପାଚିକା, ସହାୟିକା ସଂଘ ଦେଲା ସ୍ମାରକପତ୍ର

ଛତ୍ରପୁର,୧୬ା୨(ଡି.ଏନ.ଏ.) – ୧୨ ଦଫା ଦାବି ନେଇ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା, ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରାରମ୍ଭରେ ସ୍ଥାନୀୟ ଅପର ବସ୍‌ଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା…

ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା

ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ଧାମନଗର ଥାନା ପରିସରରେ ଏକ ଜରୁରିକାଳୀନ ଶାନ୍ତି କମିଟି ବୈଠକ ବସି ଘଟଣାର ସମାଧାନ…

କଳା, ସଂସ୍କୃତିର ଏନ୍ତୁଡ଼ିଶାଳ ମୟୂରଭଞ୍ଜ

ବାରିପଦା ଅଫିସ, ୧୬ା୨-ସ୍ଥାନୀୟ ସଂସ୍କୃତି ଭବନଠାରେ କ୍ରିଏଟିଭ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର୍ସ ପକ୍ଷରୁ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ନବମ ରାଜ୍ୟସ୍ତରୀୟ ଚିତ୍ର ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ପରିଚାଳନା କମିଟି ସଭାପତି କଳ୍ପନା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପାଲା ପରିବେଷଣ

ସିମୁଳିଆ, ୧୬।୨(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକକଳାର ଚାହିଦା କମି ଆସୁଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏହାକୁ ବଞ୍ଚାଇ ରଖିବାକୁ କରିଥିବା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାର୍କୋଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି…

ପହଞ୍ଚିଲା ଶହୀଦ ଅଭିରାମ ରାମଙ୍କ ମରଶରୀର: ବସ୍ତାରେ ଶୋକାକୁଳ ପରିବେଶ

ବସ୍ତା, ୧୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ବ୍ରାହ୍ମଣଦା ପଞ୍ଚାୟତ ରଣାମୁଣ୍ଡଳି ଗ୍ରାମର ସେନାବାହିନୀରେ କାର୍ଯ୍ୟରତ ସୈନିକ ଅଭିରାମ ରାମ ଶହୀଦ ହେବା ପରେ ତାଙ୍କ ମରଶରୀର ବସ୍ତାରେ ପହଞ୍ଚିଛି। ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି…

ରୋକାଗଲା ବାଲ୍ୟ ବିବାହ, ଫେରିଗଲେ ବର

ବାହାନଗା,୧୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ରୋକିବାକୁ ଆସିଥିବା ଖଇରାସ୍ଥିତ ଚାଇଲ୍ଡଲାଇନ କର୍ମକର୍ତ୍ତା ହରଡଘଣାରେ ପଡିଛନ୍ତି। ଏନେଇ କର୍ମକର୍ତ୍ତାମାନେ ଖନ୍ତାପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲା। ଫଳରେ ବିବାହ କରିବାକୁ ଆସିଥିବା ବର…

ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌ (ନଂ ଓଆର୍‌ ୨୨ ଇ ୪୦୬୫) ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ବେସରକାରୀ…

ହାତୀ ଆତଙ୍କ: ପୁଣି ଭାଙ୍ଗିଲା ୪ ଘର

ଜମନକିରା,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ରେଞ୍ଜ ଖର୍ସନମାଲ ଗାଁରେ ଗତ ୨ ତାରିଖ ବିଳମ୍ବିତ ରାତିରେ ଗୋଟିଏ ଦନ୍ତାହାତୀ ଆତଙ୍କରାଜ ଚଳାଇ ୧୦ ଜଣଙ୍କ ଘର ଭାଙ୍ଗିବା ସହ ବାଡ଼ିବଗିଚା  ନଷ୍ଟ କରିଦେଇଥିବା…

୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ କେତେକ ଲିଜ୍‌ଧାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ସମ୍ପତ୍ତି ଜବତ ପାଇଁ ପ୍ରକ୍ରିୟା ଜାରି…

ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ହରଡ଼ଘଣାରେ ଶିକ୍ଷୟିତ୍ରୀ: ଥାନାରେ ଅଣ୍ଡର ଟେକିଂ ଲେଖି ମୁକୁଳିଲେ

ବ୍ରହ୍ମପୁର ଅଫିସ,୧୫।୨: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲିଦେବାରୁ ହରଡ଼ଘଣାରେ ପଡ଼ିଛନ୍ତି। ଫଳରେ ଛାତ୍ରୀଙ୍କ ଅଭିଭାବକ ସ୍କୁଲ ପ୍ରିନ୍ସପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।…

ପୁଇଁତୋଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: କୋଡ଼ିରେ ଜଣଙ୍କୁ ଆକ୍ରମଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ବଜାରଠାରେ କୌଣସି ଘଟଣାକୁ କେନ୍ଦ୍ର କରି ପୁଇଁତୋଳା ଗ୍ରାମର କିଛି ବ୍ୟକ୍ତି କରଣସାହିର ଜଣେ ବ୍ୟକ୍ତିଙ୍କୁ କୋଡ଼ିରେ ଶନିବାର ଆକ୍ରମଣ କରିଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ କରଣ ସାହିର କାହ୍ନୁ ନାହାକ। ଖବର ପାଇ…

ବାଙ୍କୀରେ ଡବଲ ମର୍ଡର: ସରପଞ୍ଚଙ୍କ ସ୍ବାମୀ,ଖବରଦାତାଙ୍କୁ ହାଣି ହତ୍ୟା

ବାଙ୍କୀ, ୧୫ା୨ (ସ୍ବ.ପ୍ର.): କଟକ ଜିଲା ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଖବରଦାତାଙ୍କୁ ଶନିବାର ଅପରାହ୍ନରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri