କରୋନା ଲାଗି ଜିଲା ପ୍ରଶାସନର କଟକଣା: ଆରଡ଼ିରେ ବନ୍ଦହେଲା ଚନ୍ଦନଚାପ

ଆରଡି, ୨୬ା୪(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ବନ୍ଦ ହେବାର ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। କରୋନା ଭାଇରସ ସଂକ୍ରମଣ ଯୋଗୁ ୧ ମାସରୁ ଅଧିକ ଦିନ ଧରି ମନ୍ଦିର ବନ୍ଦ ରହିଛି। କେବଳ ପୂଜକ ମାନେ ଯଥାରୀତି ପ୍ରତିଦିନ ବାବାଙ୍କ ନୀତିକାନ୍ତି ସମାପନ କରିଆସୁଛନ୍ତି। ଭକ୍ତମାନେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି।
ଚନ୍ଦନ ଚାପ ପ୍ରତିବର୍ଷ ୨୧ ଦିନ ଧରି ଚାଲିଥାଏ। ପ୍ରତି ସନ୍ଧ୍ୟାରେ ବାବାଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ଏକ ସୁସଜ୍ଜିତ ନାବରେ ଅବସ୍ଥାନ କରି ବାବାଙ୍କ ପୁଷ୍କରିଣୀରେ ଜଳକ୍ରୀଡା କରନ୍ତି। ଏହାକୁ ଦେଖିବା ପାଇଁ ପୀଠରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ ହୋଇଥାଏ। ଚଳିତ ବର୍ଷ ଏହି ଚନ୍ଦନ ଚାପ ବନ୍ଦ ହେବା ଯୋଗୁ ପ୍ରଭୁ ଆଉ ଜଳକ୍ରୀଡା କରି ପାରିବେ ନାହିଁ। କେବଳ ଯାହା ମନ୍ଦିର ଭିତରେ ପୂଜାର୍ଚ୍ଚନା ସମାପନ ହେବ ବୋଲି ସେବାୟତ ମାନେ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି ଯେ, ଭଦ୍ରକ ଜିଲା ବର୍ତ୍ତମାନ କରୋନା ପାଇଁ ଡିପ୍‌ ରେଡ୍‌ ଜୋନ୍‌ ପାଲଟିଛି। ସେଥିପାଇଁ ଜିଲାରେ ପ୍ରଶାସନିକ ସ୍ତରରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ସ୍ଥିତିରେ ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ଚାପ ବନ୍ଦ ହେବା ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ସେବାୟତ ଅଧ୍ୟାପକ ବିଜୟ କୁମାର ଦାଶ କହିଛନ୍ତି ଯେ, ଆଖଣ୍ଡଳମଣିଙ୍କ ଚନ୍ଦନ ଚାପ ପୁଷ୍କରିଣୀରେ ନ ହେଲେବି ସମସ୍ତ ଶୀତଳ ଉପଚାର ନୀତି ପୂର୍ବକ ପ୍ରଭୁଙ୍କୁ ଚନ୍ଦନ ଲାଗି କରାଯିବା ସହ ସ୍ନାନ ଓ ନୈବେଦ୍ୟ ଅର୍ପଣ ବିଧିପୂର୍ବକ ୨୧ ଦିନରେ ସମାପନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri