ଆମ ଜିଲା ଖବର

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର

କପ୍ତିପଦା,୯ା୫(ଡି.ଏନ.ଏ)- କପ୍ତିପଦା ଖପରାପାଳ ଗ୍ରାମର ଜଣେ ଗରିବ ମହିଳାଙ୍କ ଘରଟି ଅଦିନିଆ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଛି। ସେ ହେଲେ ମୀନତି ଦାସ। ତାଙ୍କର ୨ପୁଅ ଓ ୨ ଝିଅ। ୨ ପୁଅ ଶ୍ରମିକ ଭାବେ କାମ କରୁଥିବାବେଳେ ୨ ଝିଅଙ୍କ…

ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଚମ୍ପୁଆ,୯।୫(ଡି.ଏନ.ଏ.)- କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସୀମାନ୍ତ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଶନିବାର କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ କରିବା ସହିତ…

ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି। ଗାଁରେ ସଙ୍ଗରୋଧ ଗୃହ ରହିଥିବାରୁ ସଂକ୍ରମଣ ଆଶଙ୍କାରେ ୮ଦିନ ପର୍ଯ୍ୟନ୍ତ ଦିନ ୧୧ଟାରୁ ପରଦିନ…

ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ସରଧାପୁର ବାୟା ମୁଣ୍ଡା ସାହିର ପାଣୁ ନାଏକ (୭୩) ନାମକ ଜଣେ ବୃଦ୍ଧଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପାଣୁ ଶନିବାର ସକାଳୁ କେନ୍ଦୁଝର-ପାଟଣା ରାସ୍ତାର ଶ୍ୟାମସୁନ୍ଦର ପୁର ଆଡ଼କୁ…

୨ କ୍ୱିଣ୍ଟାଲ ମହୁଲ ପୋଚ ଜବତ କଲା ଅବକାରୀ ବିଭାଗ

ଗୁଡଭେଲା,୯ା୫(ଡି.ଏନ୍‌.ଏ.) : କରୋନା ପାଇଁ ସବୁ ଆଡ଼େ ଲକ୍‌ଡାଉନ୍‌ ଚାଲିବା ସହ ଦେଶୀ ଓ ବିଦେଶୀ ମଦ ଦେକାନ ବନ୍ଦ ରହିଥିବା ବେଳେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର…

ସଙ୍ଗରୋଧ ଗୃହ ଉଦ୍ୟାନ ସଫାକରି ଉଦାହରଣ ସୃଷ୍ଟି କଲେ ସୁରଟ ଫେରନ୍ତା

ଧରାକୋଟ,୯ା୫(ଡି.ଏନ.ଏ.)- ଧରାକୋଟସ୍ଥିତ କୃଷ୍ଣସିଂହ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୭୭ ଜଣ ସୁରଟ ଫେରନ୍ତା ରହୁଛନ୍ତି। ବିଭିନ୍ନ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବାବେଳେ ଏଠାରେ ଥିବା…

ମୁମ୍ବାଇରୁ ସାଇକେଲରେ କଣ୍ଟାମାଳ ଆସିଲେ ୫ ଶ୍ରମିକ: ପାଖରେ ପଇସା ନ ଥିବାରୁ ବିକିଥିଲେ ୨ ସାଇକେଲ

ଗୁଡଭେଲା,୯ା୫(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ୫ ଯୁବ ଶ୍ରମିକ ସାଇକେଲରେ ବମ୍ବେରୁ ନିଜ ଗାଁକୁ ଫେରୁଥିବା ବେଳେ ତୁଷୁରା ସହର ଦେଇ ଯାଇଥିବା ଦେଖିବାକୁ ମିଳିଛି। ତୁଷୁରା ସହରରେ ଲକ୍‌ଡାଉନ୍‌ ଚାଲିଥିବାରୁ ସହର ସୀମାରେ ସିଲ୍‌ କରାଯାଇଥିବା…

ବଲାଙ୍ଗୀର ସହରରେ ଅମାନିଆଙ୍କୁ ଛାଟ: ୨ଶହରୁ ଅଧିକ ଗାଡ଼ି ଜବତ କଲା ପୋଲିସ, ଗଣିଲେ ତଣ୍ଡ

ବଲାଙ୍ଗୀର,୯ା୫- ମହାମାରୀ କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଜୋର ଦେଉଛନ୍ତି। ହେଲେ ବଲାଙ୍ଗୀର ସହରରେ କିଛି ଅମାନିଆ ଗାଡି ଚାଳକ କରୋନା କଟକଣାକୁ ମାନୁ ନଥିବା ଦେଖାଦେଇଛି। ଜରୁରୀ କାମ ନ ଥିବା ସତ୍ତ୍ୱେ ଘରୁ ବାହାରୁଛନ୍ତି। ଯାହା…

ବିଦେଶୀ ମଦବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ଼,୯ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ଚାରିଛକରେ ଶନିବାର ବିଦେଶୀ ମଦ ବୋଝେଇ ଏକ ବୋଲେରୋ ନଂ. ଓଡି ୦୭ ଆର୍‌ ୬୯୭୨କୁ ଶେରଗଡ଼ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏନେଇ ଶେରଗଡ଼ ଥାନାରେ ୪୮/୨୦ରେ ଏକ ମାମଲା…

ଗଞ୍ଜାମରେ ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା: କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ; ଜିଲାରେ ପଜିଟିଭ୍‌ ସଂଖ୍ୟା ୮୯

ଭୁବନେଶ୍ୱର,୯।୫(ବ୍ୟୁରୋ): ଗଞ୍ଜାମରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତେ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୯,୪୯,୧୬,୪୮,୪୫ ବର୍ଷ। ସମସ୍ତେ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା। ତେବେ ନମୂନା ପଜିଟିଭ୍‌…

ନଦୀ ପାର ବେଳେ ଜୀବନ ଗଲା

ରାଇରଙ୍ଗପୁର, ୯।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରାଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ପରମେଶ୍ୱର ମହାନ୍ତ ନାମକ ଜଣେ ବ୍ୟକ୍ତି ନଦୀ ପାର ହୋଇ ଯିବାବଳେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେ ଶନିବାର ମାର୍କେଟିଂ କରିବାପାଇଁ ରାଇରଙ୍ଗପୁର ସହରାଞ୍ଚଳକୁ ଯାଉଥିଲେ। ନଦୀ ପାର…

ସରକାରୀ ସହାୟତା ଦାବିକଲେ ଗାଡ଼ିଚାଳକ, ହେଲ୍‌ପର

ଦିଗପହଣ୍ଡି,୯ା୫(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳରେ ଥିବା ଗାଡ଼ିଚାଳକ ଓ ହେଲପରମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?