ବ୍ୟାଙ୍କରେ ଅବ୍ୟବସ୍ଥା: ଖରାରେ ଗ୍ରାହକଙ୍କ ଲମ୍ବା ଲାଇନ୍
ଚମ୍ପୁଆ,୨୬ା୫(ଡି.ଏନ.ଏ)- ଚମ୍ପୁଆ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନାନା ସମସ୍ୟା ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ଗ୍ରାହକମାନେ ଖରାରେ ଠିଆ ହେଉଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ…
ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ମାଡ଼ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଓଷ୍ଟା
ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଥିବା ତୋଟାପଡ଼ା ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଗତ ୨୪ ତାରିଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପ୍ରଚାରିତ…
ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର
କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା ବେଳେ…
‘ପଥ ବିକ୍ରେତାଙ୍କୁ ଦିଆଯାଉ ସହାୟତା’
ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଷ୍ଟେଶନ ଛକଠାରେ ନ୍ୟାଶନାଲ ହକର ଫେଡ଼େରେଶନ ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସଭାପତି ତଥା ଫେଡ଼େରେଶନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ…
କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ
ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ରତ୍ନାକର ଜେନା ନାମକ ଯୁବକଙ୍କୁ ପୋାଲିସ…
ଗଞ୍ଜାମ ଷ୍ଟେଟ୍ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ପ୍ରବଳ ଗହଳି,ରହୁନି ସାମାଜିକ ଦୂରତା
ଗଞ୍ଜାମ, ୨୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛ। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ମାକ୍ସ ଓ ସାମାଜିକ ଦୂରତା ଅବଲମ୍ବନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ…
ବରଗଡ଼ ଜିଲାପାଳ-ଏସ୍ପିଙ୍କ ନାମରେ ଜାଲ ଫେସବୁକ୍ ଆକାଉଣ୍ଟ: ମାମଲା ରୁଜୁ କରି ପୋଲିସର ତନାଘନା
ବରଗଡ଼ ଅଫିସ,୨୬।୫- ବରଗଡ଼ ଜିଲାରେ ସାଇବର୍ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଅପରାଧୀମାନେ ଖୋଦ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍ପି ପଦ୍ମିନୀ ସାହୁଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି।…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ
ନିମାପଡ଼ା,୨୬ା୫(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ମାସ ପୂର୍ବେ ଏହି ଥାନା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ ଥାନା…
ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ
ଛତ୍ରପୁର, ୨୬।୫(ଡି.ଏନ୍.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର ୯ଟି ଜିଲାର ୧୭୩୪ ଜଣ ପ୍ରବାସୀ ଆସିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୧୭୧୨…
ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର
ନୟାଗଡ ଅଫିସ, ୨୬।୫: ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଔଷଧ ଦୋକାନ ଓ ସ୍ବାସ୍ଥ୍ୟସେବା ୨୪ ଘଣ୍ଟା ଚାଲୁ…
ଖାତରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
ନୟାଗଡ ଅଫିସ/ରଣପୁର,୨୬।୫(ସ୍ବ.ପ୍ର.):ନୟାଗଡ଼ ଜିଲା ରଣପୁର ଥାନାର ବିରୁଡ଼ା ଅଞ୍ଚଳରେ ଏକ ମୃତଦେହ ଖାଲରେ ପଡିରହିଛି। ମୃତକ ହେଲେ ରାଇପଡାର ଆଦିତ୍ୟ ବେହେରା। ତେବେ ଆଦିତ୍ୟଙ୍କୁ ପୋଲିସ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ…
ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ
ଛତ୍ରପୁର, ୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀଙ୍କଠାରୁ ବଳକା ଧାନ କିଣିବା ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ନେତୃତ୍ୱରେ ଚାଷୀମାନେ ମଙ୍ଗଳବାର ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା।…

