ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ମଦ, ୩ ଗିରଫ

ବାହାନଗା, ୩୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରାସ୍ଥିତ ସଲ୍ଟ ରୋଡରୁ ଗୋପାଳପୁର ଫାଣ୍ଡି ପୋଲିସ୍‌ ୩ଶହ ଲିଟର ଦେଶୀମଦ ସହିତ ଏକ ବୋଲେରୋକୁ ଜବତ କରିଛନ୍ତି। ତେବେ ଗାଡିରେ ଥିବା ୩ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏନେଇ ଖନ୍ତାପଡା ଥାନାରେ ଏକ ମାମଲା ରଜୁ କରାଯାଇଛି।
ଶନିବାର ପୂର୍ବାହ୍ନ ୧୦ଟାରେ ପୁରୁଣା ବାଲେଶ୍ୱରରୁ ବାସୁଦେବପୁର ଅଞ୍ଚଳକୁ ଏକ ବୋଲେରୋ (ନଂ. ଓଆର ୦୧ଏନ୯୧୯୦) ଯୋଗେ ୨ଶହ ୫୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ଗୋପାଳପୁର ଫାଣ୍ଡି ପୋଲିସ୍‌ ଖବର ପାଇଥିଲା। ଉକ୍ତ ଗାଡିକୁ ଧରିବା ପାଇଁ ଗୋପାଳପୁରରୁ ପିଛା କରାଯାଇଥିଲା। ସାହାସପୁରା ଅଞ୍ଚଳର ଲୋକମାନେ ରାସ୍ତାରେ ବୋଲେରୋକୁ ଅଟକାଇବାରୁ ଡ୍ରାଇଭର ସେଠାରୁ ବୁଲାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ନୟନଯୋରି ତଳକୁ ଓଲଟି ପଡିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଗାଡିି ଭିତରେ ଥିବା ଯୁବକମାନଙ୍କୁ କାବୁ କରିପକାଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ୍‌ ପହଞ୍ଚି ଲୋକମାନେ କାବୁ କରିଥିବା ପୁରୁଣା ବାଲେଶ୍ୱର ଅଞ୍ଚଳର ସେକ୍‌ ଆଲାମ୍‌, ସେକ୍‌ ଗାଜିରି, ସେକ୍‌ ହବି ବୁଲ୍ଲାଙ୍କୁ ଉଦ୍ଧାର କରି ଗୋପାଳପୁର ଫାଣ୍ଡିକୁ ଆଣି ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri