ବସ୍‌କୁ ଯାତ୍ରୀ ହେଉନାହାନ୍ତି, କ୍ଷତି ଆଶଙ୍କା

ଅନୁଗୋଳ ଅଫିସ, ୩୧।୫- ରାଜ୍ୟରେ ବସ୍‌ ଚଳାଚଳକୁ ସରକାର ଅନୁମତି ଦେଇଥିଲେ ହେଁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନ ଥିବାରୁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗାଡ଼ି ମାଲିକ। ଗତ ଗୁରୁବାର ଅନୁଗୋଳରୁ ଆଠମଲ୍ଲିକକୁ ଏକ ବସ୍‌ରେ ମାତ୍ର ୫ ଜଣ ଯାତ୍ରୀ ଯିବା ଓ ସେଠାରୁ ୧୫ ଜଣ ଆସିବା ପରେ ଏବେ ଆନ୍ତଃଜିଲା ବସ୍‌ ଚଲାଇବାକୁ ନେଇ ଚିନ୍ତା ପ୍ରକଟ କରିଛି ଅନୁଗୋଳ ଜିଲା ବସ୍‌ ମାଲିକ ସଂଘ। ଯାତ୍ରୀ ନ ହେଲେ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିବ ବୋଲି ସଂଘ ସଦସ୍ୟ ରାଜୁ ମିଶ୍ର କହିଛନ୍ତି।
ସଦସ୍ୟ ମିଶ୍ରଙ୍କ କହିବା ଅନୁଯାୟୀ, ଅନୁଗୋଳରୁ ରାଜ୍ୟର ବିଭିନ୍ନ ଜିଲା ତଥା ରାଜ୍ୟ ବାହାରକୁ ଯାଉଥିବା ବସ୍‌ଗୁଡିକ ପୁନଃ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ହେଲେ ଆଗଭଳି ଆଉ ଯାତ୍ରୀ ହେଉନାହାନ୍ତି। ଅନ୍ୟ ଜିଲାରୁ ବସ୍‌ଗୁଡ଼ିକ ଅନୁଗୋଳକୁ ମଧ୍ୟ ଆସୁନାହିଁ। ଆବଶ୍ୟକ ଯାତ୍ରୀ ନ ହେଲେ ବସ୍‌ ମାଲିକ, କର୍ମଚାରୀ କ୍ଷତି ସହିବେ। ସେହିପରି ବହୁ ଗାଡ଼ିର କର୍ମଚାରୀ ଲକ୍‌ଡାଉନ ସମୟରେ ଘରକୁ ଯାଇଥିବାବେଳେ ସେମାନେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। କେତେକ ଗାଡ଼ି ମରାମତି ହେବାକୁ ଗ୍ୟାରେଜ୍‌ରେ ପଡ଼ିଛି। ତେଣୁ ପୂର୍ଣ୍ଣମାତ୍ରାରେ ବସ୍‌ ଚଳାଚଳ କରିବା ନେଇ ଚିନ୍ତା ଦେଖାଦେଇଛି। ସୋମବାର ଭୋର୍‌ରୁ ଏକ ବସ୍‌ ବାଲେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯିବାକୁ ସ୍ଥିର ହୋଇଛି। ଏହା ଅନୁଗୋଳରେ ଭୋର ୫ଟାରେ ପହଞ୍ଚତ୍ ସାଢ଼େ ୫ଟାରେ ଛାଡ଼ିବ। କେତେ କଣ ଯାତ୍ରୀ ହେଉଛନ୍ତି ତାହା ବସ୍‌ ଆସିବା ପରେ ଜଣାପଡ଼ିବ। ସେହିପରି କଟକ ମାଲିକମାନେ ଯଦି ଅନୁଗୋଳକୁ ବସ୍‌ ଗଡ଼ାଇବେ ତେବେ ଯାତ୍ରୀ ପରିବହନ ହେବ। କିନ୍ତୁ ଅନୁଗୋଳରୁ ଗାଡ଼ି ଏବେ କଟକ ଓ ଭୁବନେଶ୍ୱର ଯିବା ଅସମ୍ଭବ ମନେ ହେଉଛି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri