ଆମ ଜିଲା ଖବର

CORONAVIRUS UPDATE: ନୟାଗଡ଼ ଜିଲାକୁ ଡେଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୮୯

ଭୁବନେଶ୍ୱର,୯।୫(ବ୍ୟୁରୋ)- ନୟାଗଡ଼ ଜିଲାକୁ ଡେଇଁଛି କରୋନା। ଶନିବାର ଜିଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ବୟସ ୪୦ବର୍ଷ ହୋଇଥିବାବେଳେ ସେ ସୁରଟ ଫେରନ୍ତା ଏବଂ କ୍ୱାରାଣ୍ଟାଇନରେ ଥିଲେ…

CORONAVIRUS UPDATE: ଗଞ୍ଜାମରେ ପୁଣି କରୋନା ପଜିଟିଭ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ସେ ସୁରଟ ଫେରାନ୍ତା ବୋଲି ରାଜ୍ୟ…

ପିଡିଏସ୍‌ କେନ୍ଦ୍ରରେ ଅସମ୍ଭାଳ ଭିଡ: ପାଳନ ହେଉନି କରୋନା ସତର୍କତା

ରାୟଗଡା ଅଫିସ, ୯।୫- ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ରହିଛି ରାୟଗଡ଼ା ସହର। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ କିଛିଟା କୋହଳ କରାଯାଇଛି। ସହରରେ ନିଉ କଲୋନୀ ସ୍ଥିତ ଗୋଦାମରେ ପିଡ଼ିଏସ୍‌ ଚାଉଳ…

ପ୍ରବାସୀଙ୍କୁ ନେଇ ଖବର ସଂଗ୍ରହ ବେଳେ କରୋନା ସତର୍କତାକୁ ମାନୁନାହାନ୍ତି ଗଣମାଧ୍ୟମ ପ୍ରତିନିଧି: ପରାମର୍ଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୯।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ବିଷୟରେ ଖବର ସଂଗ୍ରହ ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବାକୁ ନେଇ…

ମୁମ୍ବାଇରେ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ମୃତ୍ୟୁ

ଛତ୍ରପୁର,୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଜଣେ ଓଡ଼ିଆଙ୍କର ମୁମ୍ବାଇ ମେଡିକାଲରେ ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ପୂର୍ବତନ ଜିଲା ପରିଷଦ ସଭ୍ୟ ଅଭିମନ୍ୟୁ ସେଠୀ। ଗତ କିଛି ବର୍ଷ ହେବ ଅଭିମନ୍ୟୁ…

ହନୁମାଙ୍କଡ଼ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଣା: ଟ୍ରାଙ୍କୁଲାଇଜ କରି ଧରାଗଲା

ଭୁବନେଶ୍ୱର/ବାରଙ୍ଗ,୯।୫(ବ୍ୟୁରୋ/ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକା ଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଗ୍ରାମରେ ହନୁମାଙ୍କଡ ଆକ୍ରମଣରେ ଶୁକ୍ରବାର ଜଣେ ବିଧବା ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ କଅଁଳ ମାଝୀ। ତେବେ ଆକ୍ରମଣ କରିଥିବା ମାଙ୍କଡ଼କୁ ଶନିବାର ଟ୍ରାଙ୍କୁଲାଇଜ କରି ଧରାଯାଇଛି। ପ୍ରକାଶ ଯେ,…

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଘଟଣାରୁ ନଜର ହଟାଇବାକୁ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପାଟଣାଗଡ,୯।୫ (ଡି.ଏନ.ଏ.): ଗତ ଏପ୍ରିଲ ୨୯ ତାରିଖରେ ପାଟଣାଗଡ ବ୍ଲକ ତମିଆ ମୁଦଲସର ସୁକତେଲ ସେତୁରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଷଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଦୋଷୀ ସହକାରୀ ନିର୍ବାହୀ ଯନ୍ତ୍ରୀ…

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହିଧାରାରେ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗ୍ରୀନଜୋନ୍‌ରେ ଥିବା…

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ଚୌଦ୍ୱାର,୯।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମର ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ଏକ ପିଜୁଡି ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭବତୁ ସରକାର। ସୂଚନା ମୂତାବକ, ଭବତୁ ବିବାହିତ…

ଚିନ୍ତା ବଢ଼ାଉଛନ୍ତି ସୁରଟ ଫେରନ୍ତା: ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

ବାରିପଦା ଅଫିସ,୯।୫: ମୟୁରଭଞ୍ଜ ଜିଲାରେ ଶନିବାର ସକାଳେ ଆଉ ୩ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କପ୍ତିପଦା ବ୍ଲକର ହୋଇଥିବା ବେଳେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜିଲାପାଳ…

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲା ଚରମ୍ପା ଜଳ ବଣ୍ଟନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କୁ କମିଟି ପକ୍ଷରୁ ଏହି ଟଙ୍କା…

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ ୧୨ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ସେଥିମଧ୍ୟରୁ ୧୧ଜଣ କେରଳରୁ ଫେରିଥିବା ବେଳେ ଜଣେ ସୁରଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?