ଆମ ଜିଲା ଖବର

ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ ଏବଂ ଅନ୍ୟ ୨ଜଣ ଭଟଲି ବ୍ଲକ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର…

ଦେବସ୍ନାନ ଅବ୍ୟବହିତ ପୂର୍ବରୁ ଲାଗୁହେବ ୧୪୪ ଧାରା: ସମୀକ୍ଷା କଲେ କଟକ ଉପଜିଲାପାଳ

ନିଶ୍ଚିନ୍ତକୋଇଲି,୩୦ା୫(ସ୍ବ.ପ୍ର.): ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବ। ଏହି ଅବସରରେ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି।…

୩ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ସରପଞ୍ଚ

ବନ୍ତ,୩୦ା୫(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପରିପେକ୍ଷୀରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଢତୀରା ପଞ୍ଚାୟତର ଚାରିପୋଖରିଆ, ଷଠତୀରା, ଷେଣ୍ଢତୀରା ଗ୍ରାମ ସମେତ ଷେଣ୍ଢତୀରା ବଜାର ଅଞ୍ଚଳକୁ ସରପଞ୍ଚ ପ୍ରେମଲତା ପ୍ରଧାନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରୁ ଜୁନ୍‌…

ଖୋର୍ଦ୍ଧାରୁ ନୂଆ ୧୬ ଆକ୍ରାନ୍ତ ଚିହ୍ନଟ: ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩୮ ଛୁଇଁଲା

ଖୋର୍ଦ୍ଧା ଅଫିସ,୩୦।୫: ଖୋର୍ଦ୍ଧା ଜିଲାରୁ ଶନିବାର ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାର ମୋଟ ପଜିଟିଭଙ୍କ ସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି। ତେବେ ସମସ୍ତ ନୂଆ ୧୬ ଆକ୍ରାନ୍ତ ଖୋର୍ଦ୍ଧା ସବ୍‌ଡିଭିଜନର ହୋଇଥିବା ବେଳେ…

ଭିଡିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରରେ ଗଜପତି ମହାରାଜା ଦିବ୍ୟସିଂହ…

ଶୌଚ ପାଇଁ ଯାଉଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବନ୍ତ,୩୦ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ମହାନ୍ତିପଡ଼ା ଗ୍ରାମର ପାଗୁଳୁ ବେହେରା(୬୫) ଶନିବାର ଭୋର୍‌ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ଦଳି ମାରିଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭଦ୍ରକ ରେଞ୍ଜର ରଞ୍ଜିତ୍‌ ମହାନ୍ତି, ଆଗରପଡ଼ା ଥାନାଧିକାରୀ…

ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍‌ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ନାଲ୍‌କୋ ଡିପିଏସ୍‌ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍‌-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ ଗତ ୨୫ ତାରିଖରୁ ଅହମ୍ମଦାବାଦରୁ ଅନୁଗୋଳ ଆସି ନାମ ପଞ୍ଜୀକରଣ କରି ନ ଥିବା…

ଶ୍ରୀକ୍ଷେତ୍ରରେ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୩୦।୫: ରଥଖଳାରେ ତିନିରଥର ସମସ୍ତ ଚକ ଅଖ ଡେରା ସରିଛି। ବିଧି ଅନୁଯାୟୀ ଭଉଁରୀରେ ତିନିରଥର ୬ଟି ଚକ ଏବଂ ୩ଟି ଅଖ ଡେରା ହୋଇଥିଲା। ଏହାପରେ ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ପରଦିନ ପଞ୍ଚମହାଦେବ ରଥଖଳାରେ ପନ୍ତି…

ବିଦ୍ୟୁତ୍‌ ଆଘାତରେ ଶିକାରୀ ମୃତ

ତେଲକୋଇ,୩୦ା୫(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ଜେନାଦର ଗ୍ରାମ ଗୋଟମୁହିଁ ସଂରକ୍ଷିତ ଜଙ୍ଗଲରେ ଜଣେ ଶିକାରୀ ବାରହା ଶିକାର କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡିଥିଲେ। ପ୍ରଥମେ ତାଙ୍କୁ ତେଲକୋଇ ଓ ପରେ କେନ୍ଦୁଝର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର…

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ବୈଠକରେ ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ବନ୍ତ, ୩୦।୫(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଗରପଡା ଥାନା ଅଞ୍ଚଳର ଜଣେ ଯୁବକ ବିବାହ ପ୍ରତିଶ୍ରୁତ ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ଗର୍ଭବତୀ ଅଛନ୍ତି ା…

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?