ଦଣ୍ଡାବାଡି କ୍ବାରାଣ୍ଟାଇନରେ ନିମ୍ନମାନ ଖାଦ୍ୟ ପ୍ରଦାନ ଅଭିଯୋଗ : ଖାଇ ନ ପାରି ଫୋପାଡିଲେ ଲୋକେ

ବୈପାରିଗୁଡା,୩୧ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ପ୍ରଦାନ ନେଇ ଅନ୍ତେବାସୀ ଅଭିଯୋଗ କରଛନ୍ତି। ଶନିବାର ଦରସିଝା ଭାତ ଓ ଟମାଟୋ ଚାରୁ ଖାଇବାକୁ ଦେବାରୁ ଏହା ଖାଇ ନ ପାରି ଅସନ୍ତୁଷ୍ଟ ହୋଇ ଲୋକେ ଫୋପାଡି ଦେଇଥିଲେ ା ତେବେ ଏ ସମ୍ପକର୍କରେ ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଖାଦ୍ୟ ମେନୁ ଅନୁସାରେ ପ୍ରସ୍ତତ ହୋଇଥିଲା। ଲୋକେ ବଳକା ଖାଦ୍ୟକୁ ଫିଙ୍ଗିଥିବା ସମ୍ପୃକ୍ତ ପଞ୍ଚାୟତର ଅଙ୍ଗନୱାଡି ସୁପରଭାଇଜର ରିପୋର୍ଟ ଦେଇଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ କମଳି ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବାହାରେ ରୋଷେଇ କରାଯାଉଥିବା ବେଳେ ବର୍ଷା ଯୋଗୁ ଚୁଲି ଲିଭିଯିବାରୁ ଭାତ ଶିଝି ନ ଥିଲା। ଭାତ ସହ ଟମାଟୋ ଚାରୁ ଓ ଘାଣ୍ଟ ତରକାରି ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଥିଲା। ଦରସିଜା ଭାତ ଲୋକେ ଫିଙ୍ଗିଥିବା ସରପଞ୍ଚ କହିଥିଲେ ା ତେବେ ଘଟଣାସ୍ଥଳକୁ ତଦନ୍ତ କରିବାକୁ କୌଣସି ସୁପରଭାଇଜର ଆସି ନ ଥିବା ସେ କହିଛନ୍ତି। ଦଣ୍ଡାବାଡିର ଏକ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୧୭୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ତେବେ ବିଡିଓ ଓ ସରପଞ୍ଚଙ୍କ ମତରେ ମେଳ ନ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri