ଆମ ଜିଲା ଖବର

ବଜ୍ରପାତରେ ଚାଲିଗଲା ୩ ଗୋରୁଙ୍କ ଜୀବନ

ରାଇରଙ୍ଗପୁର,୨୬ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଁଳାଯୋଡ଼ି ପଞ୍ଚାୟତ ତିଖିଆ ଗ୍ରାମରେ ବଜ୍ରପାତ ହୋଇ ୨ଟି ଗାଈ ଏବଂ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଉକ୍ତ ତିଖିଆ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘର ନିକଟସ୍ଥ ବାଉଁଶବୁଦା...

କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର’

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁଏନ୍‌କ୍ୟୁଏଏସ୍‌ (ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ପ୍ରୋଗ୍ରାମ...

ରାସ୍ତାପାର୍ଶ୍ୱରେ ଲାଗିଲା ମାଓବାଦୀ ପୋଷ୍ଟର: ଠିକାଦାର, ଜନପ୍ରତିନିଧିଙ୍କୁ ଟାର୍ଗେଟ୍‌

ପାଇକମାଳ,୨୬ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ସେମାନଙ୍କ ସ୍ଥିତି ଜାହିର୍‌ କରିଛନ୍ତି । ବୁଧବାର ସକାଳୁ ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟ ବୁଲାଣି ରାସ୍ତା ପାର୍ଶ୍ୱରେ ମାଓବାଦୀ ପୋଷ୍ଟର ଦେଖିବାକୁ...

ନ୍ୟାୟ ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ବେଗୁନିଆପଡ଼ା,୨୬ା୭(ସୁଶାନ୍ତ କୁମାର ପଟ୍ଟନାୟକ): ପ୍ରେମ କରି ବାହା ହୋଇଥିଲେ। ଏବେ ହାତ ଛାଡ଼ିଦେଲେ। ପ୍ରେମ ବିବାହ କରି କିଛି ବର୍ଷ ଏକାଠି ରହିବା ପରେ ଏବେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇଛନ୍ତି ସ୍ବାମୀ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବାଲିସାହିରେ ଜଣେ...

ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ସ୍ବୀକୃତି

କେସିଙ୍ଗା,୨୬ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ପଞ୍ଚାୟତର କଛାରପଦର ଓ ଧୁଙ୍ଗିଆମୁଣ୍ଡା ଗ୍ରାମକୁ ରାଜ୍ୟ ସରକାର ରାଜସ୍ବ ଗ୍ରାମ ଭାବେ ବୁଧବାର ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି। କେସିଙ୍ଗା ତହସିଲ...

ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଆଲୋକଙ୍କୁ ମୟୂରଭଞ୍ଜ, ସଂଗ୍ରାମଙ୍କୁ ବାଲେଶ୍ୱର

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କୁ ବିଭିନ୍ନ ଜିଲା ପ୍ରଭାରୀ ଭାବେ...

ବାଲୁକା କଳାରେ ହଳଲଙ୍ଗଳ

କର୍ଲାମୁଣ୍ଡା,୨୬ା୭(ପ୍ରଦୀପ କୁମାର ସାହୁ): ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡ଼େ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର,ପାଓ୍ବାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ଲୁପ୍ତ ପ୍ରାୟ ହଳ...

ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ....

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନ୍ସପେକ୍ଟର

କୋରାପୁଟ,୨୬ା୭(ଅମିତାଭ ବେହେରା): କୋରାପୁଟ ପୋଲିସ ମୁଖ୍ୟାଳୟରେ ଡେପୁଟି ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ବୁଧବାର ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ନିଜ ବନ୍ଧୁକର ଗୁଳି ଶ୍ରୀ ବିଶ୍ୱାଳଙ୍କ...

ଥଇଥାନ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଦୁଇ ପରିବାର

ଭଦ୍ରକ,୨୬ା୭(ସନାତନ ରାଉତ): ଭଦ୍ରକ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ଥଇଥାନ ଦାବିରେ ୨ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି। ଚାନ୍ଦବାଲି ତହସିଲ ଦୋଷୀଙ୍ଗା ମୌଜା ପ୍ରଦ୍ୟୁତନଗରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଶୁଭେନ୍ଦୁ ଦଳେଇ ଓ ସୁଶାନ୍ତ ଦଳେଇ ଦୁଇ...

ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍‌ଆଇ

ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍‌ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର...

ଭିତରକନିକାରେ ୩୦ ହଜାର ଦେଶୀୟ ପକ୍ଷୀଙ୍କ ଭିଡ଼

ରାଜନଗର,୨୬।୭(ଭାସ୍କର ରାଉତରାୟ): ବର୍ଷାଋତୁ ଆରମ୍ଭ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗହଳି ଲାଗିଛି। ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ କୋଳାହଳମୟ ହୋଇଉଠିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଏବେ ପ୍ରାୟ ୩୦ ହଜାରରୁ ଅଧିକ ପକ୍ଷୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri