ସ୍ପୋର୍ଟ କ୍ଲାଇମ୍ବିଂ ପ୍ରଶିକ୍ଷଣ ପାଇଁ ଓଡ଼ିଶା ଗ୍ରୁପର ନୂଆଦିଲ୍ଲୀ ଯାତ୍ରା

କେସିଙ୍ଗା,୨୮ା୪ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳ ରୁପ୍ରା ଗ୍ରାମର ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରର ବରିଷ୍ଠ ପ୍ରଶିକ୍ଷକ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ନେତୃତ୍ୱରେ ୧୪ ଜଣିଆ କ୍ରୀଡାବିତ୍‌ ସୋମବାର କେସିଙ୍ଗାରୁ ଟ୍ରେନ୍‌ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତେ ଭାରତୀୟ ପର୍ବତାରୋହଣ ସଂସ୍ଥାନ ନୂଆଦିଲ୍ଲୀ ପରିସରରେ ସ୍ପୋର୍ଟ କ୍ଲାଇମ୍ବିଂ ଲେଭେଲ ୧ ପ୍ରଶିକ୍ଷଣ ନେବେ। ଏହି ଗ୍ରୁପରେ କର୍ଲାମୁଣ୍ଡା ବ୍ଲକ ଡୁଙ୍ଗୁରୀଗୁଡାର ବିକାଶ ଗହୀର, ରିଷିଡାର ତନୁଶ୍ରୀ ସାହୁ, ନର୍ଲା ବ୍ଲକ ରାଣୀପଟାର ନୀହାରିକା ବୁଧିଆ, ଅସୁରଗଡ଼ର ପ୍ରିୟଙ୍କା ପୁଟେଲ, ବାଲିପଡାର ଅଜୟ ମାଝୀ, ରୁପ୍ରାର ରାଜ ମାଝୀ, ଲାଞ୍ଜିଗଡ ବ୍ଲକ ସିରିଗାଁର ପ୍ରତିମା ପାତ୍ର, ମ. ମରାମପୁର ବ୍ଲକ ଝାଲିଆଗୁବାର ପୂଜା ଭୋଇ, ନୁନପୁରର ସସ୍ମିତା ରଣା, କବିଚନ୍ଦ୍ରପୁରର ରଞ୍ଜୁ ରଣା, ଡୁମେରଗୁଡାର ସରିତା ଦୀପ, ମୋହନଗିରିର ଜନନୀ ବିଷି, କେସିଙ୍ଗାର ହରିଶ ବଗର୍ତ୍ତୀ, ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ଦ୍ବିତୀୟବର୍ଷ ବିଜ୍ଞାନ ଛାତ୍ର ପ୍ରଜ୍ଞାନନ୍ଦ ଛତର ସାମିଲ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଗ୍ରୁପ ଭାବରେ ସଫଳତାର ସହିତ ପ୍ରଶିକ୍ଷଣ ନେଇ କଳାହାଣ୍ଡି ଜିଲା ସ୍ପୋର୍ଟ କ୍ଲାଇମ୍ବିଂ କ୍ଷେତ୍ରରେ ଗୌରବ ଅର୍ଜନ କରିବ ବୋଲି ଭୋଇ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାରମୁଣ୍ଡାରେ ଜଳ ସଙ୍କଟ, ନଳକୂପ ଅଚଳ: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ି ପୋଖରୀକୁ ସଫେଇ କଲେ …

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ…

ଦିଗପହଣ୍ଡିରେ ବେଆଇନ ମଦ କାରବାର ଉପରେ ଚାବୁକ: ୮୪୦୦ ଲିଟର ପୋଚ ନଷ୍ଟ, ମହିଳାଙ୍କ ସମେତ ୫ ଅଭିଯୁକ୍ତ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁମ୍ଭଝରି ଗ୍ରାମ ନିକଟ ଦୁର୍ଗମ କେରାଣ୍ଡିିମାଳ ଜଙ୍ଗଲରେ ମଙ୍ଗଳବାର ଭୋର ପ୍ରାୟ ୫ଟା  ସମୟରେ ଚୋରା ମଦ …

ଭଞ୍ଜନଗର ଠାକୁରାଣୀ ଯାତ୍ରା: ବାଦ୍ୟ, ନୃତ୍ୟ-ଆତସବାଜି ସହ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ,ଭକ୍ତଙ୍କ ଭିଡ଼

ଭଞ୍ଜନଗର,୨୮। ୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ହେଉଛି ତୃତୀୟ ଦିବସ। ଗତ ରବିବାର ବ୍ୟାଘ୍ରଦେବି ଏବଂ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅସ୍ଥାୟୀ ମଣ୍ଡପକୁ…

ଦିଗପହଣ୍ଡି-ସାନଖେମୁଣ୍ଡିରେ କାଳବୈଶାଖୀରେ ତାଣ୍ଡବ: କୁଆପଥର ମାଡ଼ ସହ ଝଡ଼ ବର୍ଷା, ଉଡିଗଲା…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀ…

ଗଜପତିରେ ନିଶା ମାଫିଆଙ୍କ କାଳ ସାଜିଛନ୍ତି ଯୁବ ଆଇପିଏସ୍‌ ରାକେଶ: ପାଇବେ ସମ୍ମାନଜନକ…

ମୋହନା, ୨୮।୪/୨୦୨୬ (ମନ୍ମଥ ମିଶ୍ର): ଆଦିବାସୀ ବହୁଳ ଗଜପତି ଜିଲାରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ। ଜିଲାରେ…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ, କହିଲେ-ସରକାରୀ ଯୋଜନାର…

ଛତ୍ରପୁର,୨୮।୪(ଦିଲୀପ ସାମଲ): ୨୦୦୦  ମସିହା  ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ…

‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri