ଭଞ୍ଜନଗର ଠାକୁରାଣୀ ଯାତ୍ରା: ବାଦ୍ୟ, ନୃତ୍ୟ-ଆତସବାଜି ସହ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ,ଭକ୍ତଙ୍କ ଭିଡ଼

ଭଞ୍ଜନଗର,୨୮। ୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ହେଉଛି ତୃତୀୟ ଦିବସ। ଗତ ରବିବାର ବ୍ୟାଘ୍ରଦେବି ଏବଂ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ସୋମବାର ଦେବୀ ଵିଶ୍ରାମ ନେଇଥିଲେ। ଆଜି ରାତି ୮ ଟା ରେ ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବ ମୁଖା ହୋଇ ବାହାରିବା ପରେ ଥାନା ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଦକ୍ଷିଣ ମୁଖା ହୋଇ ମସଜିଦ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପଶ୍ଚିମ ମୁଖା ହୋଇ ଶିବାନନ୍ଦ ସାହି ହୋଇ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୋମନାଥ ରଥଙ୍କ ବାସଭବନ ଦେଇ ନାରାୟଣ ମନ୍ଦିର ସାହି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପ୍ରଦ୍ୟୁମ୍ନ କୁମାର ଭଞ୍ଜଦେଓଙ୍କ ବାସଭବନଠାରେ ବ୍ୟାଘ୍ରଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଉଭୟ ଦେବୀ ଡେରା ସାହି ଅଭିମୁଖେ ଯାଇଥିଲେ। ସେଠାରେ ଦେଶୀ ବେହେରାଙ୍କ ବାସଭବନରେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଦେବୀ ପୁରୁଣା ବଜାର ସାହି ହୋଇ ବିଳମ୍ବିତ ରାତ୍ରିରେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟ ଓ ଆତସବାଜି ଯାତ୍ରାକୁ ଆକର୍ଷଣୀୟ କରିଛି। ଦେବୀଙ୍କ ଆଜି ନଗର ଭ୍ରମଣର ପ୍ରଥମ ଦିବସ ଥିବା ଯୋଗୁ ଲୋକଙ୍କ କିଛିଟା ଭିଡ ଥିଲା। ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଯାତ୍ରା କମିଟି ଏବଂ ପୋଲିସ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି। ଅପରପକ୍ଷେ ସର୍କସ, ରାମ ଦୋଳି, ଅପେରା ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ କିଛିଦିନ ମଧ୍ୟରେ ଆରମ୍ଭ ହୋଇଯିବ। ପ୍ରଶାସନିକ ଅନୁମୋଦନ ମିଳିବା ପରେ ତାହା ଆରମ୍ଭ ହେବ।

ବୁଧବାର ଦେବୀ ଅସ୍ଥାୟୀ ମଣ୍ଡପ ରୁ ପୂର୍ବ ମୁଖା ହୋଇ ବାହାରିବା ପରେ ଟାଉନ୍ ହଲ୍ ପର୍ଯ୍ୟନ୍ତ ଯିବେ। ସେଠାରୁ ପଶ୍ଚିମ ମୁଖା ହୋଇ ମ୍ୟୁନିସିପାଲଟି ଛକ ପର୍ଯ୍ୟନ୍ତ ଆସିବେ। ସେଠାରୁ ରେଡକ୍ରସ ରୋଡ ହୋଇ ମରାଠୀ ସାହି ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ଜଗନ୍ନାଥ ରିସର୍ଟ ଯାଇ ସେଠୀ ଦେବୀ ପୂଜା ପାଇବେ। ଏହାପରେ ପାତ୍ର କଲୋନୀ ହୋଇ ୟୁବି ହାଇସ୍କୁଲ ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ଅନ୍ୟାନ୍ୟ ଅଞ୍ଚଳ ଦେଇ ଦେବୀ ମୁଖ୍ୟ ସଡ଼କକୁ ବାହାରି ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଯାତ୍ରାରେ ବହୁ ପୁର୍ବରୁ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହାଦ୍ବାରା ଲୋକେ ବହୁ ଦୂରରେ ଯାନବାହାନ ରଖି ଦେବୀଙ୍କ ଦର୍ଶନ କରିବାକୁ ଉଚିତ୍ ଭାବୁ ନାହାନ୍ତି। ମୁଖ୍ୟ ସଡକ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ହେବାଦ୍ୱାରା ଦେବୀଙ୍କ ନଗର ଭ୍ରମଣ ଆରମ୍ଭରୁ ଶାନ୍ତି ଶୃଙ୍ଖଳାର ସହ ଚାଲିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?