ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲରେ ବସ୍ତି ଅଞ୍ଚଳରୁ ଆସି କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ କରାଯାଇଛି। ଏହି କର୍ମଚାରୀମାନେ ହସ୍ପିଟାଲ କ୍ୟାମ୍ପସରେ ରହିବେ। ସେମାନଙ୍କୁ ୧୪ଦିନିଆ ଶିଫ୍ଟରେ ଡ୍ୟୁଟି କରିବାକୁ କୁହାଯାଇଛି। ଏହାପରେ ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ଘରକୁ ଛଡ଼ାଯିବ। ଏହାପରେ ଆଉ ଗୋଟେ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ଡ୍ୟୁଟିରେ ରଖାଯିବାର ବ୍ୟବସ୍ଥା କରାଯିବ। ତେବେ ବିଏମ୍‌ସିର ଏଭଳି ନିୟମାବଳୀକୁ ନେଇ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜଗନ୍ନାଥ ହସ୍ପିଟାଲ ନିର୍ଦ୍ଦେଶକ ଡା. ବିଶ୍ୱଜିତ ମିଶ୍ର କୁହନ୍ତି, ହସ୍ପିଟାଲରେ କର୍ମଚାରୀଙ୍କ ରହିବା ପାଇଁ ଆବଶ୍ୟକ ଜାଗା ନାହିଁ। ଆମ ପାଖରେ ୫୦ଟି ଶଯ୍ୟା ଅଛି। ୩୦ଟି ବେଡ୍‌ ରୋଗୀ ପାଇଁ ଥିବା ବେଳେ ୧୦ଟି ଶିଶୁଙ୍କ ପାଇଁ ଏନ୍‌ଆଇସିୟୁ ବେଡ୍‌ ଏବଂ ବାକି କାଜୁଆଲ୍‌ଟି ରହିଛି। ଅନ୍ୟପଟେ ଯଦି କର୍ମଚାରୀମାନେ ୧୪ ଦିନ କାମ କରିବେ, ତା’ହେଲେ ଆମକୁ ବାକି ୧୪ଦିନ ପାଇଁ ନୂଆ ନିଯୁକ୍ତି ଦେବାକୁ ପଡ଼ିବ। ଏପରି କି ୧୪ଦିନ କାମ ପାଇଁ ପୂରା ମାସର ଦରମା ଦେବା କଷ୍ଟକର ହୋଇପଡ଼ିବ। କାରଣ ଗତ ୩ରୁ ୪ମାସ ହେବ ମାତ୍ର ୩୦ପ୍ରତିଶତ ରୋଗୀ ହସ୍ପିଟାଲକୁ ଆସୁଛନ୍ତି। ଅନ୍ୟପଟେ ଭୁବନେଶ୍ୱର ଏମ୍ସ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ, ମ୍ୟୁନିସିପାଲିଟି ହସ୍ପିଟାଲ ସବୁଠି ହାଉସ୍‌ କିପିଂ ଓ ମେଣ୍ଟେନାନ୍ସ ପାଇଁ ବସ୍ତିରେ ରହୁୁଥିବା ଲୋକମାନେ ହିଁ ଯାଇ କାମ କରୁଛନ୍ତି। ଏପରି କି ମ୍ୟୁନିସିପାଲିଟି ହସ୍ପିଟାଲରେ ୭୦ପ୍ରତିଶତ କର୍ମଚାରୀ ବସ୍ତିରୁ ଆସୁଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ୫୦ପ୍ରତିଶତ ବସ୍ତିରୁ ଆସି କାମ କରୁଥିବା କୁହାଯାଉଛି।
ଏ ନେଇ ଗ୍ୟାଷ୍ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର ହସ୍ପିଟାଲର ଜିଆଇ ସର୍ଜନ ଡା. ବୃନ୍ଦାବନ ନାହାକ କୁହନ୍ତି, ବିଏମ୍‌ସି ନିୟମ କରିଛି, ତାକୁ ମାନିବାକୁ ପଡ଼ିବ। କିନ୍ତୁ ଏହାକୁ ପାଳନ କରିବା ସମ୍ଭବପର ନୁହେଁ। ବର୍ତ୍ତମାନ ଆର୍ଥତ୍କ ସ୍ଥିତି ମଧ୍ୟ ଠିକ୍‌ ନାହିଁ। ଏବେବି ଆମର ୫୦ପ୍ରତିଶତ ରୋଗୀ ଆସୁଛନ୍ତି। ହସ୍ପିଟାଲରେ ୧୪ଦିନ କାମ କରି ସେମାନଙ୍କ କୋଭିଡ୍‌ ଟେଷ୍ଟ କରି ଛାଡ଼ିବା ପରେ ସେମାନେ ପୁଣି ବସ୍ତିକୁ ଯିବେ। ୨ୟ ଥର କାର୍ଯ୍ୟରେ ଯୋଗ ଦେବାକୁ ଆସିବାବେଳେ ସଂକ୍ରମଣ ହୋଇ ନ ଆସିବେ ବୋଲି କେହି କହିପାରିବେ ନାହିଁ।
ଭୁବନେଶ୍ୱର ଆଉ ଏକ ଜଣାଶୁଣା ଘରୋଇ ହସ୍ପିଟାଲ ମୁଖ୍ୟ(ନିଜ ନାମକୁ ପ୍ରକାଶ କରିବାକୁ ଅନିଚ୍ଛୁକ)ଙ୍କ କହିବା ହେଲା ବିଏମ୍‌ସି ଯେଉଁ ନିୟମ କରିଛି ତାହାକୁ ଭଲ ଭାବେ ଚିନ୍ତା କରିବାର ଥିଲା। ସରକାରଙ୍କ କହିବାନୁଯାୟୀ, ହସ୍ପିଟାଲରୁ କର୍ମଚାରୀମାନେ ସଂକ୍ରମିତ ହୋଇ ବସ୍ତିକୁ ଯାଉଛନ୍ତି। ଫଳରେ ସେଠାରେ ଅଧିକ ସଂକ୍ରମଣ ହେଉଛି। କିନ୍ତୁ ସେମାନେ ହସ୍ପିଟାଲ ରୋଗୀଙ୍କ ପାଖରୁ ସଂକ୍ରମିିତ ହୋଇଛନ୍ତି ନା ବସ୍ତିରୁ ତାହା ଜଣା ନାହିଁ। ଅନ୍ୟପଟେ ୧୪ଦିନ କାମ ପରେ ତାଙ୍କର କୋଭିଡ୍‌ ଟେଷ୍ଟ କିଏ କରିବ ଏବଂ ଏଥିପାଇଁ ଟଙ୍କା କିଏ ଖର୍ଚ୍ଚ କରିବ ତାହା ମଧ୍ୟ ସ୍ପଷ୍ଟ ନାହିଁ।
ସେହିପରି ସଞ୍ଜୀବନୀ ହସ୍ପିଟାଲର ମୁଖ୍ୟ ତଥା ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଫୋରମର ସଭାପତି ଡା. ଅଜୟ ମିଶ୍ର କହିଛନ୍ତି ଯେ, ବସ୍ତିରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମ୍ଭବ ନୁହେଁ। ତେଣୁ ୧୪ଦିନ କାମ କରିବା ପରେ ସେମାନେ ସରକାରୀ କ୍ୱାରାଣ୍ଟାଇନ୍‌ରେ ରହିବା ଉଚିତ। ଘରୁ ଆସିଲା ପରେ ସେମାନେ କେଉଁ ପରିସ୍ଥିତିରେ ଆସିଥିବେ ତାହା କେହି ଜାଣି ନ ଥିବେ। ତେଣୁ ଏହା ମଧ୍ୟ ଗୋଟିଏ ବଡ଼ ସମସ୍ୟା ହେବ। ୧୪ଦିନିଆ କାମ କରିଲେ ଆମକୁ ତିନୋଟି ଶିଫ୍ଟରେ କାମ କରିବା ପାଇଁ ଲୋକ ରଖିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଆର୍ଥତ୍କ ପରିସ୍ଥିତି ଏପରି ହେଲାଣି ହସ୍ପିଟାଲ ଚଳାଇବା କଷ୍ଟକର ହୋଇପଡ଼ିଛି। ଏଭଳିସ୍ଥିତିରେ ବିଏମ୍‌ସିର ଏହି ନିୟମ ପାଳନ କରିବା ସମ୍ଭବ ନୁହେଁ।
ଅନ୍ୟପଟେ ଏ ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, କୋଭିଡ୍‌ ପରିଚାଳନା ପାଇଁ ଏହା ବାଧ୍ୟତାମୂଳକ ରହିଛି। ବର୍ତ୍ତମାନ ସାଧାରଣ ପରିସ୍ଥିତି ନୁହେଁ। ଏହାର ଅନ୍ୟ କିଛି ଉପାୟ ନାହିଁ। ତେଣୁ ଏହି ନିୟମ ମାନିବାକୁ ପଡ଼ିବ ବୋଲି ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?