ଆମ ଜିଲା ଖବର

କାଲି ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷା କରି ରହିଛି ସ୍ନାନବେଦି

ପୁରୀ ଅଫିସ,୪ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା କରିରହିଛି ସ୍ନାନବେଦି।…

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ୍‌ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ପୁରୀ ଅଫିସ, ୪ା୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। କରୋନା ପାଇଁ ଯଦିଓ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ ଆସି…

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ଜେନା…

ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀର ଧମକ

କୋକସରା,୪।୬(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି କର୍ମଜୀବୀ ମହିଳାମାନେ ରୋଜଗାର ହରାଇ ଘରେ ବସି ରହିଛନ୍ତି ା ଏପରି ସମୟରେ ସେମାନେ କରିଥିବା ଋଣ ପରିଶୋଧ କରିବାକୁ ବହୁ ଘରୋଇ ଫାଇନାନ୍ସ କମ୍ପାନୀ ଧମକ ଦେଉଥିବା କୋକସରା ଗ୍ରାମ…

ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି ା ସେମାନେ ପ୍ରତିଦିନ ସକାଳୁ ହାଇସ୍କୁଲ ପରିସରକୁ ଝାଡୁ ଧରି…

ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ ବିକାଶ ଭୋଇ ଓ ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଗୁରୁବାର…

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ ଗାଡ଼ିିରେ ଆସିଛି। ଏହାକୁ ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି।…

ତାଲା ଭାଙ୍ଗି ଦୋକାନରୁ ନେଇଗଲେ ଏଲ୍‌ଇଡି ଟିଭି: ସାଇଣ୍ଟିଫିକ୍‌ ଟିମର ତଦନ୍ତ

ଗୋପାଳପୁର,୪ା୬-ବେଶ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରାମାନେ। ବୁଧବାର ରାତିରେ ଗୋପାଳପୁର ଥାନା କରାପଲ୍ଲୀ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନର ତାଲା ଭାଙ୍ଗି ଲୁଟେରାମାନେ ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଏ ନେଇ ଗୋପାଳପୁର ଥାନାରେ କେସ ନଂ. ୭୭/୨୦ରେ…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି ସେଠାରେ…

କୋଭିଡ୍‌-୧୯ ନୋଡାଲ ଅଫିସରଙ୍କ ଟିଏମ୍‌ସି ପରିଦର୍ଶନ

ଚୌଦ୍ୱାର,୪।୬(ଡି.ଏନ୍‌.ଏ): କଟକ ଜିଲା ଟାଙ୍ଗି-ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)କୁ ଗୁରୁବାର ବୁଲି ଦେଖିଛନ୍ତି କଟକ ଜିଲା କୋଭିଡ୍‌-୧୯ ପାଇଁ ନିଯୁକ୍ତ ନୋଡାଲ ଅଫିସର ସୌରଭ୍‌ ଗର୍ଗ। ସେ ବାଣିପଦା, କୟଳପଡ଼ା ସମେତ ଅନେକ ମେଡିକାଲ କେନ୍ଦ୍ର ବୁଲି…

ଦାରିଙ୍ଗବାଡ଼ି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି ୫୬୫ ପ୍ରବାସୀ: ଡାକ୍ତରଙ୍କ ଦ୍ୱାରା ନିୟମିତ କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରରେ ମୋଟ ୭୪୩ ପ୍ରବାସୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୭୮ ପ୍ରବାସୀ ନିଜ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ସମସ୍ତ ପ୍ରବାସୀ ଦାରିଙ୍ଗବାଡ଼ି ବ୍ଲକ ସମେତ ଜିଲାର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?