‘ବ୍ରାହ୍ମଣୀ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପ ଆରମ୍ଭ କର’

ଢେଙ୍କାନାଳ ଅଫିସ,୭ା୭

ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଏହି ଜଳପଥ ଦେଇ ଦେଶ ବିଦେଶକୁ ଜାହାଜରେ କୋଇଲା ଓ ସାର ପରିବହନ କରାଯିବ। ବର୍ଷେ ତଳେ କେନ୍ଦ୍ର ସରକାର ଏପରି ଘୋଷଣା କରିଥିବା ବେଳେ ଏବେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଢେଙ୍କାନାଳ ଜିଲାରେ ଥିବା ଦୁଇଟି ପ୍ରମୁଖ ସେତୁର ଉନ୍ନତୀକରଣ କରାଯିବ। ଅନ୍ୟ ଦୁଇଟି ସେତୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜଳମାର୍ଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ନିର୍ମାଣ କରାଯିବ ବୋଲି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ନଦୀ କୂଳରେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଛି। ରାଷ୍ଟ୍ରୀୟ ଜଳମାର୍ଗ ହେଲେ ବ୍ରାହ୍ମଣୀ ନଦୀରେ ଅଧିକ ୩ ମିଟର ଉଚ୍ଚତାରେ ସର୍ବଦା ଜଳ ପ୍ରବାହିତ ହେବ। ଏହା ମଧ୍ୟ କୃଷି ପାଇଁ ସହାୟକ ହୋଇପାରିବ। ଗତ ୬ ଫେବୃୟାରୀ ୨୦୧୯ରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ୫୩ନଂ. ଜାତୀୟ ରାଜପଥର ପୁନରୁଦ୍ଧାର ଓ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ର ସଡକ ପରିବହନ, ଜାତୀୟ ରାଜପଥ, ଜାହାଜ ଚଳାଚଳ ଓ ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ପ୍ରଥମେ ଏହି ସୂଚନା ଦେଇଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରଗତି ପାଇଁ ଜଳମାର୍ଗରେ ପରିବହନ ଆବଶ୍ୟକ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ହଜାର କୋଟି ଟଙ୍କାର ଜଳମାର୍ଗ ପ୍ରକଳ୍ପ ଆରମ୍ଭ ହେଉଛି। ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳମାର୍ଗ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବର୍ତ୍ତମାନ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିବା ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀଙ୍କ ସୂଚନାରୁ ଜଣାପଡିଛି। ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଢେଙ୍କାନାଳ-କାମାକ୍ଷାନଗର ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁ ଏବଂ ଢେଙ୍କାନାଳ-ଭୁବନ ମଧ୍ୟରେ ବାଜି ରାଉତ ସେତୁର ଉନ୍ନତୀକରଣ କରାଯିବ। କାରଣ ଏହି ସେତୁଗୁଡିକର ଉଚ୍ଚତା ୬ମିଟର ଓ ଚଉଡା ୩୫ ମିଟର ରହିଛି। ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ଏସବୁ ସେତୁର ଉଚ୍ଚତା ୯ ମିଟର ଏବଂ ଚଉଡା ୬୨.୦୭ ମିଟର ହେବ। ସେହିପରି ଗଁଦିଆ ବ୍ଲକ କାଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ଓ ତାଳଚେର-ପରଜଙ୍ଗ ବ୍ଲକ ମଧ୍ୟରେ ସରାଙ୍ଗଠାରେ ନିର୍ମାଣ ହେବାକୁ ଥିବା ସେତୁ ରାଷ୍ଟ୍ରୀୟ ଜଳମାର୍ଗ ଗାଇଡ୍‌ଲାଇନ୍‌ ଅନୁଯାୟୀ କରାଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲା ସମଲ ବ୍ୟାରେଜଠାରୁ ଢେଙ୍କାନାଳ ଜିଲା ଦେଇ ପାରାଦୀପ ଓ ଧାମରା ମଧ୍ୟରେ ଏହି ଜଳମାର୍ଗ କାର୍ଯ୍ୟକ୍ଷମ ହେବ। ଏହାଦ୍ୱାରା ସହଜରେ କୋଇଲା ଓ ସାର ଦେଶର ବିଭିନ୍ନ ଅଞ୍ଚଳ ଏବଂ ବିଦେଶକୁ ପରିବହନ କରାଯାଇପାରିବ। ଯାହାଫଳରେ ଶିଳ୍ପାନୁଷ୍ଠାନ, କୃଷିକ୍ଷେତ୍ରରେ ବିକାଶ ସହ ପରିବେଶ ସୁରକ୍ଷିତ ରହିବ। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ପର୍ଯ୍ୟଟନର ମଧ୍ୟ ବିକାଶ ହେବ। ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଜଳମାର୍ଗକୁ ଜଣାଯାଇଥିବା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri