ବ୍ୟାସକବିଙ୍କ ଶ୍ରାଦ୍ଧବାର୍ଷିକୀରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା
ବାଲେଶ୍ୱର ଅଫିସ,୧୬।୬- ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା, ଭାଷା ଆନ୍ଦୋଳନର ସେନାପତି, ସଂକ୍ରାନ୍ତି ପୁରୁଷ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୨ତମ ଶ୍ରାଦ୍ଧବାର୍ଷିକୀରେ ବାଲେଶ୍ୱର ସହର ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୭ଟା ସମୟରେ…
ସମିତିସଭ୍ୟଙ୍କ ଶପଥପାଠର ଭିଡିଓ ଭାଇରାଲ : ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୧୭ରେ
ଦାରିଙ୍ଗବାଡ଼ି,୧୬ା୬(ଡି.ଏନ୍.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନ ମାମଲାରେ ତାଙ୍କ ପଦବୀ ଅସିଦ୍ଧ ଘୋଷିତ ହୋଇଛି। ଗତ କିଛି ଦିନ ହେଲା ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତିି। ଏହି ସମୟରେ ଅଧ୍ୟକ୍ଷ ପଦ ପୂରଣ…
ରଜ ସଂକ୍ରାନ୍ତିରେ ମାନିଲେନି ଲକଡାଉନ୍
ଭଞ୍ଜନଗର,୧୬ା୬ (ଡି.ଏନ୍.ଏ.) – ଭଞ୍ଜନଗର ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏଭଳି ସ୍ଥିତିରେ ଲୋକେ କାମ ପାଇଁ ହେଉ କି ଅନ୍ୟ କାରଣରୁ ଲକଡାଉନ୍ ନିୟମ ନ ମାନିବା ଚିନ୍ତାର ବିଷୟ ହୋଇଛି। ଜିଲାରେ…
ଅନିଶ୍ଚିତତା ମଧ୍ୟରେ ଆଗଉଛି ରଥକାମ
ଢେଙ୍କାନାଳ ଅଫିସ,୧୬ା୬ ଢେଙ୍କାନାଳ ସହରର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ରଥଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବା ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ଜାରି ହୋଇନାହିଁ ା ଫଳରେ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରଥଗଡାରେ ଦୁଇ ରଥର…
୮୭ ହଜାର ହେକ୍ଟରରେ ହେବ ଚାଷ
ଅନୁଗୋଳ ଅଫିସ, ୧୬ା୬ ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ…
ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି
ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ…
ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ
ଅମରପାଲି, ୧୬।୬ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି ପୋଖରୀ ଉପରେ ହିଲୁଙ୍ଗ, କର୍ଣ୍ଣପାଲି, ବାଘମାରି ସମେତ ବୀରମହାରାଜପୁରର ଲୋକେ ନିର୍ଭର…
ମଣ୍ଡିରେ ପଡ଼ିରହିଛି ୯୦ହଜାର ଧାନବସ୍ତା
ସୋନପୁର,୧୬।୬(ନି.ପ୍ର.) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ସୁବର୍ଣ୍ଣପୁର ଜିଲାରେ ବର୍ଷା ଲାଗିରହିଛି। ଜିଲାରେ ଏବେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ମିଲର-ବ୍ୟବସାୟୀଙ୍କ ସଲାସୁତୁରାରେ ଧାନ ସଂଗ୍ରହ ଧିମେଇ ଚାଲିଛି। ନାନା ଅବ୍ୟବସ୍ଥା କାରଣରୁ ଚାଷୀଙ୍କୁ…
ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ
ରେଢାଖୋଲ,୧୬।୬(ଡି.ଏନ୍.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରଜ ପାଇଁ ଏହି ଗ୍ରାମର ୫…
ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ
ବରଗଡ଼ ଅଫିସ୍,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ…
ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ
ଅତାବିରା,୧୬।୬(ଡି.ଏନ୍.ଏ.)-ରାଜ୍ୟ ଓ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଛନ୍ତି ା ସେମିତି ଜଣେ ରୋଗୀ ହେଲେ ବରଗଡ଼ ଜିଲା ଭେଡେନ ଥାନା…
ଅସୁସ୍ଥ ଧନେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ
ଲୋଇସିଂହା,୧୬।୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ବୁଢୀପଦର ଗାଁର ବୃଦ୍ଧ ଧନେଶ୍ୱର ବୁଡେକଙ୍କ ବାମଗୋଡ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଅର୍ଥାଭାବାରୁ ସେ ଚିକିତ୍ସିତ ହୋଇ ନ ପାରି ଘରେ ପଡି ରହିଥିଲେ। ଖବର ପାଇ ଲୋଇସିଂହା ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ତାଙ୍କୁ ସୋମବାର…

