୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ ଉପରୁ ମେଟାଲ ଖସି ପୋତି ହୋଇପଡିଥିବାରୁ ପାଣି ମାଡିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲିଆ ଏସଡିଓ ତଥା ରଘୁନାଥପୁର ବ୍ଲକର ବାଲିକୁଦା ଯନ୍ତ୍ରୀଙ୍କ ଅଧୀନରେ ଥିବା ମାଛଗାଁ ୭ନଂ କେନାଲର ମୁଗଅଣ୍ଟାରୁ ବାହାରିଥିବା ସି୧ ଶାଖା କେନାଲରେ। ଉକ୍ତ କେନାଲଟି ଏହିସ୍ଥାନରୁ ବାହାରି ରେଳ ଲାଇନ ତଳ ଦେଇ ୧ କି ମି ପର୍ଯ୍ୟନ୍ତ ଯାଇଛି। ରେଳ ଟ୍ରାକରୁ ମେଟାଲ ଖସି କେନାଲ ଶଯ୍ୟା ପୋତି ହୋଇଯାଇଛି। ହେଲେ ଅଦ୍ୟାବଧି ଏହିସ୍ଥାନରେ ସଫେଇ କାର୍ଯ୍ୟ କରାଯାଇନି। ଫଳରେ ପାଣି ନିଷ୍କାସନ ବାଧାପ୍ରାପ୍ତ ହୋଇଛି। କେନାଲ ଉପରେ ନିର୍ଭର କରୁଥିବା ୫୦ ହେକ୍ଟର ଚାଷଜମିରେ ଧାନ ଚାଷ ହୋଇପାରିବା ନେଇ ସମସ୍ୟା ଦେଖାଦେଇଛି। ଏ ସମ୍ପର୍କରେ ଅନେକ ଥର ଯନ୍ତ୍ରୀଙ୍କୁ କୁହାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନି ବୋଲି ଜଗତ୍‌ସିଂହପୁର ଜିଲା କୃଷକ ସଙ୍ଗଠନ ସମ୍ପାଦକ ଇଂ. ବାବାଜୀ ଚରଣ ଜେନା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ ଅବହେଳା ତଥା ଯନ୍ତ୍ରୀଙ୍କ ଖାମଖିଆଲ ମାନବୃତ୍ତିକୁ ଦୋଷ ଦେଇଛନ୍ତି ଚାଷୀ। ଏ ସମ୍ପର୍କରେ ଯନ୍ତ୍ରୀ ଜାଗେତ୍ରୀ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ୧୭ ନଂ ପାଣି ପଞ୍ଚାୟତ ହାତରେ ସଫେଇ ଦାୟିତ୍ୱ ରହିଛି। ୨/୩ଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ। ତେବେ ରେଳ ଲାଇନ ତଳେ ଯାଇଥିବା କେନାଲର ଉଭୟ ପାର୍ଶ୍ୱରେ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri