ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ

ରାହାମା,୨୭।୭(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କରିଥିଲେ। ୨ ଏକରରୁ ଊର୍ଦ୍ଧ୍ୱ ଜମି ଉପରେ ନିର୍ମିତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ୍‌ କ୍ୱାର୍ଟର୍ସ, ୨ଟି ମେଡିକାଲ ହଲ୍‌ ସହ ଶୌଚାଳୟ ଓ ପାନୀୟଜଳର ସୁବିଧା ରହିଛି। ମାତ୍ର କୌଣସି ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଇ ନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀସେବା ନିମନ୍ତେ ହଂସୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପୁଷ୍ପଲତା ସାହୁ ଅସ୍ଥାୟୀ ଭାବେ ସପ୍ତାହକୁ ୩ ଦିନ ଏଠାକୁ ଆସିଥାନ୍ତି। ଅପରପକ୍ଷେ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ରାହାମା ଓ କୁଜଙ୍ଗ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଫଳରେ ରୋଗୀମାନେ ଆବଶ୍ୟକ ସମୟରେ ସେବା ନ ପାଇ ହତାଶ ହେଉଛନ୍ତି। ଦୀର୍ଘଦିନ ଧରି ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କରିବା ପାଇଁ ଦାବି ହେଉଛି। ମାତ୍ର ଏହା ଫଳପ୍ରଦ ହେଉନାହିଁ ବୋଲି ରାହାମା ବଜାର କମିଟି ସଭାପତି ଜଟାଧାରୀ ଦାସ, ସାମାଜିକ କର୍ମୀ ସୁନାକର ବେହେରା, ଭିକାରୀ ସେନାପତି, କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ମହାନ୍ତି, ରୋଗୀ କଲ୍ୟାଣ ସମିତି ସଭ୍ୟ ବ୍ରଜକିଶୋର ମହାରାଜା ପ୍ରମୁଖ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା କହିଛନ୍ତି, ସରକାରଙ୍କ ପାଖରେ ଏବେ ଡାକ୍ତରଙ୍କ ଅଭାବ ଅଛି। ଯେତେବେଳେ ରାଜ୍ୟରେ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ, ସେତେବେଳେ ରାହାମା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ, ଆଳତି ଦର୍ଶନ କରି ଆଶୀର୍ବାଦ ଲାଭ କଲେ ଜିଲାପାଳ-ଏସ୍‌ପି

ଛତ୍ରପୁର,୨୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୁମାର ପୂର୍ଣ୍ଣିମା ଅବସରରେ ଛତ୍ରପୁର ଲୋୟର ବସ୍‌ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପ୍ରତିବର୍ଷ…

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୬ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?