ଧାର ଧରୁନାହିଁ ସରକାରଙ୍କ ପଦକ୍ଷେପ

ଯାଜପୁର ଅଫିସ,୨୭।୭: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକାଯାଇ ଅଧିକ ରାଜସ୍ବ ଆଦାୟ କରିବା ଉଦ୍ଦେଶ୍ୟରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ପରୋକ୍ଷ ପ୍ରୋତ୍ସାହନ ଯୋଗୁ ଏଠାରେ ସରକାରଙ୍କ କୌଣସି ପଦକ୍ଷେପ ଧାର ଧରୁ ନାହିଁ। ବେଆଇନ ଖଣିଜ ଦ୍ରବ୍ୟ ଚୋରାଚାଲାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ଟିଏଫ୍‌(ସ୍ପେଶିଆଲ ଟାସ୍କ ଫୋର୍ସ) କିମ୍ବା ଓଆଇଏସ୍‌ଏଫ୍‌(ଓଡିଶା ଶିଳ୍ପ ସୁରକ୍ଷା ବଳ) ଭଳି ପ୍ରସ୍ତାବ ଏଠାରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ କେତେଜଣ ରାଜସ୍ବ ଅଧିକାରୀ ଓ ମାଫିଆଙ୍କ ସଲାସୁତୁରାରେ ବେଆଇନ ଖାଦାନ ଏବଂ ଅନୁମତିପ୍ରାପ୍ତ ଖାଦାନରୁ ନିର୍ଦ୍ଧାରିତ କ୍ଷମତାଠାରୁ ବହୁ ଗୁଣ କଳାପଥର, ମୋରମ, ବାଲି ଆଦି ଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦା-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯ା୭ା୨୦୨୦ରେ ଅଙ୍କିତା କନଷ୍ଟ୍ରକ୍ସନକୁ ମୋରମ୍‌ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ପୋଖରୀ ଖୋଳା ନାମରେ ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାର୍ଯ୍ୟରେ ଏହି ମୋରମ୍‌ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ଏହାପରେ ଗତ ୧୩ ତାରିଖରେ ପଛିକୋଟ ଗ୍ରାମବାସୀ ବ୍ୟାସନଗର ତହସିଲଦାର, ଯାଜପୁରରୋଡ୍‌ ରେଞ୍ଜରଙ୍କ ସହଯୋଗରେ ଜଙ୍ଗଲ ଜମିରୁ ମୋରମ୍‌ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହିକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅଧସ୍ତନ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ରସଂଖ୍ୟା ୧୧୧୧୩/ ୧୫ା୭ା୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭ା୭ା୨୦୨୦ରେ ଯାଜପୁର ରୋଡ୍‌ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୧୫ଦିନ ମଧ୍ୟରେ ଉଚ୍ଚପଦସ୍ଥ ସ୍ତରରେ ପତ୍ର ଆଦାନପ୍ରଦାନ ପରେ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୬୫୩/୨୨ା୭ା୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ।
ଏଠାରେ ପ୍ରଶ୍ନ ଉଠେ ଯେ, ଉକ୍ତ ଜମି ଜଙ୍ଗଲ ନା ରୟତ ଜମି ସେ ନେଇ କୌଣସି ତଦନ୍ତ ନ କରି ତହସିଲଦାର କିପରି ଏକ ଘରୋଇ କମ୍ପାନୀକୁ ମୋରମ୍‌ ଉତ୍ତୋଳନ କରିବାକୁ ଅନୁମତି ପ୍ରଦାନ କଲେ। ଏଥିରେ ଲକ୍ଷାଧିକ ଟଙ୍କା ଦେଣନେଣ ହୋଇଥିବା ସନ୍ଦେହ କରାଯାଉଛି। ଏଥିଯୋଗୁ ୧୫ ଦିନ ମଧ୍ୟରେ ଅଙ୍କିତା କନଷ୍ଟ୍ରକ୍ସନ ଦିନରାତି ମେଶିନ ଲଗାଇ ଲକ୍ଷାଧିକ ଟଙ୍କାର ମୋରମ ଚୋରାଚାଲାଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ଘଟଣାରେ ସରକାର ନିରପେକ୍ଷ ତଦନ୍ତ କରି ବ୍ୟାସନଗର ତହସିଲଦାରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବ୍ୟାସନଗର ତହସିଲଦାର ଶରତଚନ୍ଦ୍ର ମହାପାତ୍ର କୁହନ୍ତି, ପୋଖରୀ ଖୋଳିବା ପାଇଁ ସେଠାରେ ଅନୁମତି ଦିଆଯାଇଥିଲା। ଯେଉଁ ପରିମାଣର ମୋରମ ଉତ୍ତୋଳନ ହେବ ସେହି ପରିମାଣର ରାଜସ୍ବ ଆଦାୟ ହେବ। ତେଣୁ ସେହି ଜମିରେ କେତେ ପରିମାଣର ମୋରମ୍‌ ଉତ୍ତୋଳନ ହୋଇଛି ତାହାର ମାପଚୁପ ପାଇଁ ପଛିକୋଟ ଆରଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷେ ଗତ ୧୧ ତାରିଖରେ ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ପାହାଡର ୬ ନମ୍ବର ଖାଦାନରୁ ବେଆଇନ କଳାପଥର ପରିବହନ ଗାଡ଼ିକୁ ଅଟକାଇ ରମ୍ପେଇ ଗ୍ରାମର କେତେଜଣ ଯୁବକ ସ୍ଥାନୀୟ ପୋଲିସ ଓ ତହସିଲ ପ୍ରଶାସନକୁ ଖବର ଦେଇଥିଲେ ହେଁ କେହି ଶୁଣି ନ ଥିଲେ। ଏହାର ୩ ଦିନ ପରେ ଅର୍ଥାତ ୧୫ ତାରିଖରେ ଧର୍ମଶାଳା ତହସିଲଦାର ରାହାଡପୁର ପାହାଡକୁ ରାସ୍ତା ଖୋଳି ସଂଯୋଗ କାଟି ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ନପୂରୁଣୁ ପଥର ବ୍ୟବସାୟୀମାନେ ଖାଲ ପୋତି ପୁଣି କଳାପଥର ଉତ୍ତୋଳନ ଜାରି ରଖିଛନ୍ତି। ଏହାବାଦ ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହାରେ ୧୪୪ ଧାରା ଜାରି ସତ୍ତ୍ବେ କଳାପଥର ଖାଦାନ ଚାଲିଛି। ସେହିପରି ବାଜବାଟୀ, ବିଛାଖଣ୍ଡି, ବରଡା, କୁସୁନପୁର ଅଞ୍ଚଳରେ କଳାପଥର ଚୋରାଚାଲାଣ ଥମୁନି। ଏଭଳିସ୍ଥିତିରେ ରାଜ୍ୟ ସରକାରଙ୍କ କୌଣସି ନିଷ୍ପତ୍ତି ଜିଲାରେ କାହିଁକି କାର୍ଯ୍ୟକାରୀ ହେଉନାହିଁ ତାହା ଜିଲାସାରା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ କୁହନ୍ତି, ଅଭିଯୋଗର ସତ୍ୟତା ସେ ଜାଣି ନାହାନ୍ତି। ତେଣୁ କୌଣସି ପ୍ରକାର ମତାମତ ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri