ଆମ ଜିଲା ଖବର

କଟକ ଶିଶୁଭବନ ଆଉଟ୍‌ଡୋର ବନ୍ଦ

କଟକ ଅଫିସ,୬ା୭: ସୋମବାର କଟକସ୍ଥିତ ଶିଶୁଭବନର ଆଉଟ୍‌ଡୋର ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟ୍‌ଡୋର ବନ୍ଦ ରହିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି। ତେବେ ଶିଶୁଭବନରେ ଜରୁରିକାଳୀନ ସେବା ଜାରି ରହିବ। ସୂଚନାଯୋଗ୍ୟ,…

ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର

ଧର୍ମଶାଳା,୬ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ବାମୀ ଓ ଝିଅଙ୍କୁ ହାଣି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ଭାଜପାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ,୬ା୭: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନରୁ ସେ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବାବେଳେ ଶନିବାର ସ୍ବାସ୍ଥ୍ୟାବସ୍ଥା…

ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଡାହାଣ ପାର୍ଶ୍ୱରେ ଗୋଟିଏ ସ୍ଲୁଇସ୍‌ ଗେଟ୍‌, ବିଭିନ୍ନ କେନାଲ ଓ ପାୱାର…

ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ

କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍‌ବମ୍‌ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ କରିବା…

ନିର୍ଦ୍ଦେଶାବଳୀ ପାଳନ କରୁଛି ଜେଏସ୍‌ପିଏଲ୍‌

ଅନୁଗୋଳ ଅଫିସ୍‌, ୬ା୭: କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଅନୁଗୋଳ ଜିଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ କୁହାଯାଇଛି। ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌…

ସଂକ୍ରମିତଙ୍କ ତାଲିକା ଭାଇରାଲ

ଅନୁଗୋଳ ଅଫିସ୍‌, ୬ା୭: ଅନୁଗୋଳ ଜିଲାରେ ପୁଣି ଭାଇରାଲ ହୋଇଛି କରୋନା ସଂକ୍ରମିତଙ୍କ ତାଲିକା। ଗତ ୩ ତାରିଖରେ ପଜିଟିଭ୍‌ ବାହାରିଥିବା ୨୪ ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ନାମ ଥିବା ଏକ ତାଲିକା ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। କିନ୍ତୁ ଅନୁଗୋଳ…

ଶଟ୍‌ଡାଉନ୍‌ ନ ମାନି ଗହଳି

ଅନୁଗୋଳ ଅଫିସ୍‌, ୬ା୭: କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ରବିବାର…

ଆଜିଠୁ ତିନିଦିନିଆ ଶଟ୍‌ଡାଉନ୍‌

କଟକ ଅଫିସ,୬ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ସୋମବାରଠାରୁ ବୁଧବାର ରାତି ପର୍ଯ୍ୟନ୍ତ ପୁଣି ଥରେ ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହାର ସଠିକ୍‌ ପାଳନ ପାଇଁ…

ମନ୍ଦିର ପୂଜକ କରୋନା ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୬।୭: ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ବିଶୋଧନ କରାଯାଇଛି। ଅନ୍ୟ ସେବାୟତ ଓ…

୪ ହସ୍ପିଟାଲ ପାଇଁ ଗାଇଡ୍‌ଲାଇନ୍‌

କଟକ ଅଫିସ୍‌,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର…

ଭଙ୍ଗା କୁଡ଼ିଆରେ ଅସହାୟ ପରିବାର

ଚିତ୍ରଡ଼ା, ୬ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ସୁବିଧା ପାଉନାହାନ୍ତି। ଆବାସ ଯୋଜନାରେ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?