ଧାନ, ମାଛ ଓ ପରିବା ଚାଷୀଙ୍କୁ ବିକ୍ରି ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪।୮: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଚାଷୀ ମାଛ, ପନିପରିବା, ଧାନ, ମୁଗ, ବିରି ଆଦି ଚାଷ ଉପରେ ନିର୍ଭରଶୀଳ। ପ୍ରତି ବର୍ଷ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବିକ୍ରି ସମସ୍ୟା ଚାଷୀର ମେରୁଦଣ୍ଡ ବଙ୍କା କରି ଦେଉଛି। ଏ ପରିସ୍ଥିତିରେ ସରକାର ମାଛ, ପନିପରିବା, ମୁଗ, ବିରି ଆଦି ବିକ୍ରି ପାଇଁ ସୁବନ୍ଦୋବସ୍ତ ନ କଲେ ଆଗାମୀ ଦିନରେ ଚାଷୀ ଓ ଚାଷ ଅଧିକ କ୍ଷତିଗ୍ରସ୍ତ ହେବ। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ସରକାର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକୁ କିଣାବିକାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି। ଏହା ହେଲେ ଜିଲାରେ ୧୯୫୦୦ରୁ ଅଧିକ ଏସ୍‌ଏଚ୍‌ଜି ଉପକୃତ ହୋଇପାରିବେ। ଚାଷୀଙ୍କ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ।
ଜିଲାରେ ମଧୁରଜଳ କ୍ଷେତ୍ରରୁ ବାର୍ଷିକ ପାଖାପାଖି ୧୬,୦୦୦ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ମାଛ ଉତ୍ପାଦନ ହେଉଛି। ଖାରିଆ ପାଣି (ଚିଙ୍ଗୁଡି ଚାଷ)ରୁ ୧୪,୦୦୦ ଓ ସାମୁଦ୍ରିକ କ୍ଷେତ୍ରରୁ ୨୫,୦୦୦ ଏମ୍‌ଟି ମାଛ ସଂଗ୍ରହ କରାଯାଉଛି। ଉତ୍ପାଦିତ ଚିଙ୍ଗୁଡି ମଧ୍ୟରୁ ପାଖାପାଖି ୯୦% ବାହାରକୁ ରପ୍ତାନି ହେଉଛି। ମାଛ ମଧ୍ୟରୁ କିଛି ଜିଲା ଭିତରେ ବିକ୍ରି ହୋଇଯାଉଛି। ଅଧିକାଂଶ କିନ୍ତୁ ଅନ୍ୟ ଜିଲା, ରାଜ୍ୟ, ଦେଶ ଓ ବିଦେଶକୁ ରପ୍ତାନି ହେଉଛି। ବିକ୍ରି ସମସ୍ୟା ଯୋଗୁ ଅନେକ ସମୟରେ କମ ଦାମର ମାଛ ଶୁଖୁଆ କରି ଦିଆଯାଉଛି। ଏସବୁକୁ ବିଚାରକୁ ନେଇ ଏସ୍‌ଏଚ୍‌ଜିଗୁଡିକୁ ବ୍ୟବସାୟରେ ସାମିଲ କରାଗଲେ ପ୍ରତ୍ୟେକେ ଉପକୃତ ହେବେ ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା ବିକ୍ରି ସମସ୍ୟାର ସମାଧାନ ପାଇଁ ଏକ ସମୟରେ ଚାଷ ନ କରି ୧୦ରୁ ୧୫ ଦିନ ଅନ୍ତରରେ ଚାଷ କରାଯିବା ଉଚିତ। ୫/୬ଟି ଏସ୍‌ଏଚ୍‌ଜିକୁ ମାଛ କ୍ରୟ ଦାୟିତ୍ୱ ଦିଆଯାଉ। ଏହି ଏସ୍‌ଏଚ୍‌ଜିଗୁଡିକ ବୈଷୟିକ ତାଲିମପ୍ରାପ୍ତ ଓ ଆଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ କରି ପାରୁଥିବା ଅନ୍ୟ ଏକ ଏସ୍‌ଏଚ୍‌ଜିରେ ମାଛ ବିକ୍ରି କରନ୍ତୁ। ଏହାଦ୍ୱାରା ମାଛଚାଷ ପ୍ରତି ମଧ୍ୟ ଲୋକଙ୍କ ଆକର୍ଷଣ ବଢିବ ବୋଲି ସେମାନେ କହିଛନ୍ତି। ଅନୁରୂପ ଭାବେ ଜିଲାରେ ୨୭୮୦ ହେକ୍ଟର ଜମିରେ ନଡିଆ ଚାଷ ହୋଇଛି। ଏଥିରୁ ବାର୍ଷିକ ୧୯୫ ଲକ୍ଷ ନଡ଼ିଆ ଉତ୍ପାଦନ ହେଉଛି। ୨୭୫ ହେକ୍ଟର ପାନ ଚାଷ ହେଉଥିବା ବେଳେ ୨୪,୨୧୪ ଲକ୍ଷ ପାନ ପତ୍ର ଉତ୍ପାଦନ ହେଉଛି। ଟମାଟୋ ୩୧୭୮ ହେକ୍ଟରରୁ ୪୩,୧୯୦ ଏମ୍‌ଟି ମିଳୁଛି। ବାଇଗଣ ୨୮୪୦ ହେକ୍ଟରରୁ ୪୨,୪୩୫ ଏମ୍‌ଟି ଉତ୍ପାଦନ ହେଉଛି। ସିଜନ୍‌ରେ ଏହି ପରିବାଗୁଡିକ ଶାଗମୁଗ ଦରରେ ବିକ୍ରି ହେଉଥିବାରୁ ଚାଷୀ ପ୍ରଭୂତ କ୍ଷତିର ସମ୍ମୁଖୀନ ହେଉଛି। ଉତ୍ପାଦିତ ପାନପତ୍ର ମେଶିନ ସାହାଯ୍ୟରେ ସେକା ସହ ବନାରଶୀ ଭଳି ମିଠା ପାନ ଚାଷ କରାଗଲେ ଅଧିକ ଲାଭ ମିଳିବ।
ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ, ୨୦୧୯-୨୦ରେ ଜିଲାରେ ୮୬,୨୨୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୨,୮୨,୩୭୬ ଏମ୍‌ଟି ଧାନ ସଂଗ୍ରହ ହୋଇଛି। ସେହିପରି ୪୫,୨୫୮ ହେକ୍ଟର ଜମିରୁ ୧୫,୪୮୨ ଏମ୍‌ଟି ମୁଗ, ୧୪,୯୯୨ ହେକ୍ଟର ଜମିରୁ ୩୨୧୮ଏମ୍‌ଟି ବିରି, ୩୮୯୧ ହେକ୍ଟର ଜମିରୁ ୧୧,୮୧୪ ଏମ୍‌ଟି ଚିନାବାଦାମ ଉତ୍ପାଦନ ହୋଇଛି। ଏ ସମ୍ପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ମିହିର ସାମନ୍ତରାୟ, ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଓ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାଶ କହିଛନ୍ତି, ଏସଏଚ୍‌ଜିଗୁଡ଼ିକୁ କିଣାବିକାରେ ସାମିଲ କରାଗଲେ ଅଧିକ ଫଳପ୍ରଦ ହେବ ବୋଲି ଚିନ୍ତା କରାଯାଉଛି। ତେବେ ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?