ଧାନ, ମାଛ ଓ ପରିବା ଚାଷୀଙ୍କୁ ବିକ୍ରି ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪।୮: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଚାଷୀ ମାଛ, ପନିପରିବା, ଧାନ, ମୁଗ, ବିରି ଆଦି ଚାଷ ଉପରେ ନିର୍ଭରଶୀଳ। ପ୍ରତି ବର୍ଷ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବିକ୍ରି ସମସ୍ୟା ଚାଷୀର ମେରୁଦଣ୍ଡ ବଙ୍କା କରି ଦେଉଛି। ଏ ପରିସ୍ଥିତିରେ ସରକାର ମାଛ, ପନିପରିବା, ମୁଗ, ବିରି ଆଦି ବିକ୍ରି ପାଇଁ ସୁବନ୍ଦୋବସ୍ତ ନ କଲେ ଆଗାମୀ ଦିନରେ ଚାଷୀ ଓ ଚାଷ ଅଧିକ କ୍ଷତିଗ୍ରସ୍ତ ହେବ। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ସରକାର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକୁ କିଣାବିକାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି। ଏହା ହେଲେ ଜିଲାରେ ୧୯୫୦୦ରୁ ଅଧିକ ଏସ୍‌ଏଚ୍‌ଜି ଉପକୃତ ହୋଇପାରିବେ। ଚାଷୀଙ୍କ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ।
ଜିଲାରେ ମଧୁରଜଳ କ୍ଷେତ୍ରରୁ ବାର୍ଷିକ ପାଖାପାଖି ୧୬,୦୦୦ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ମାଛ ଉତ୍ପାଦନ ହେଉଛି। ଖାରିଆ ପାଣି (ଚିଙ୍ଗୁଡି ଚାଷ)ରୁ ୧୪,୦୦୦ ଓ ସାମୁଦ୍ରିକ କ୍ଷେତ୍ରରୁ ୨୫,୦୦୦ ଏମ୍‌ଟି ମାଛ ସଂଗ୍ରହ କରାଯାଉଛି। ଉତ୍ପାଦିତ ଚିଙ୍ଗୁଡି ମଧ୍ୟରୁ ପାଖାପାଖି ୯୦% ବାହାରକୁ ରପ୍ତାନି ହେଉଛି। ମାଛ ମଧ୍ୟରୁ କିଛି ଜିଲା ଭିତରେ ବିକ୍ରି ହୋଇଯାଉଛି। ଅଧିକାଂଶ କିନ୍ତୁ ଅନ୍ୟ ଜିଲା, ରାଜ୍ୟ, ଦେଶ ଓ ବିଦେଶକୁ ରପ୍ତାନି ହେଉଛି। ବିକ୍ରି ସମସ୍ୟା ଯୋଗୁ ଅନେକ ସମୟରେ କମ ଦାମର ମାଛ ଶୁଖୁଆ କରି ଦିଆଯାଉଛି। ଏସବୁକୁ ବିଚାରକୁ ନେଇ ଏସ୍‌ଏଚ୍‌ଜିଗୁଡିକୁ ବ୍ୟବସାୟରେ ସାମିଲ କରାଗଲେ ପ୍ରତ୍ୟେକେ ଉପକୃତ ହେବେ ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା ବିକ୍ରି ସମସ୍ୟାର ସମାଧାନ ପାଇଁ ଏକ ସମୟରେ ଚାଷ ନ କରି ୧୦ରୁ ୧୫ ଦିନ ଅନ୍ତରରେ ଚାଷ କରାଯିବା ଉଚିତ। ୫/୬ଟି ଏସ୍‌ଏଚ୍‌ଜିକୁ ମାଛ କ୍ରୟ ଦାୟିତ୍ୱ ଦିଆଯାଉ। ଏହି ଏସ୍‌ଏଚ୍‌ଜିଗୁଡିକ ବୈଷୟିକ ତାଲିମପ୍ରାପ୍ତ ଓ ଆଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ କରି ପାରୁଥିବା ଅନ୍ୟ ଏକ ଏସ୍‌ଏଚ୍‌ଜିରେ ମାଛ ବିକ୍ରି କରନ୍ତୁ। ଏହାଦ୍ୱାରା ମାଛଚାଷ ପ୍ରତି ମଧ୍ୟ ଲୋକଙ୍କ ଆକର୍ଷଣ ବଢିବ ବୋଲି ସେମାନେ କହିଛନ୍ତି। ଅନୁରୂପ ଭାବେ ଜିଲାରେ ୨୭୮୦ ହେକ୍ଟର ଜମିରେ ନଡିଆ ଚାଷ ହୋଇଛି। ଏଥିରୁ ବାର୍ଷିକ ୧୯୫ ଲକ୍ଷ ନଡ଼ିଆ ଉତ୍ପାଦନ ହେଉଛି। ୨୭୫ ହେକ୍ଟର ପାନ ଚାଷ ହେଉଥିବା ବେଳେ ୨୪,୨୧୪ ଲକ୍ଷ ପାନ ପତ୍ର ଉତ୍ପାଦନ ହେଉଛି। ଟମାଟୋ ୩୧୭୮ ହେକ୍ଟରରୁ ୪୩,୧୯୦ ଏମ୍‌ଟି ମିଳୁଛି। ବାଇଗଣ ୨୮୪୦ ହେକ୍ଟରରୁ ୪୨,୪୩୫ ଏମ୍‌ଟି ଉତ୍ପାଦନ ହେଉଛି। ସିଜନ୍‌ରେ ଏହି ପରିବାଗୁଡିକ ଶାଗମୁଗ ଦରରେ ବିକ୍ରି ହେଉଥିବାରୁ ଚାଷୀ ପ୍ରଭୂତ କ୍ଷତିର ସମ୍ମୁଖୀନ ହେଉଛି। ଉତ୍ପାଦିତ ପାନପତ୍ର ମେଶିନ ସାହାଯ୍ୟରେ ସେକା ସହ ବନାରଶୀ ଭଳି ମିଠା ପାନ ଚାଷ କରାଗଲେ ଅଧିକ ଲାଭ ମିଳିବ।
ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ, ୨୦୧୯-୨୦ରେ ଜିଲାରେ ୮୬,୨୨୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୨,୮୨,୩୭୬ ଏମ୍‌ଟି ଧାନ ସଂଗ୍ରହ ହୋଇଛି। ସେହିପରି ୪୫,୨୫୮ ହେକ୍ଟର ଜମିରୁ ୧୫,୪୮୨ ଏମ୍‌ଟି ମୁଗ, ୧୪,୯୯୨ ହେକ୍ଟର ଜମିରୁ ୩୨୧୮ଏମ୍‌ଟି ବିରି, ୩୮୯୧ ହେକ୍ଟର ଜମିରୁ ୧୧,୮୧୪ ଏମ୍‌ଟି ଚିନାବାଦାମ ଉତ୍ପାଦନ ହୋଇଛି। ଏ ସମ୍ପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ମିହିର ସାମନ୍ତରାୟ, ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଓ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାଶ କହିଛନ୍ତି, ଏସଏଚ୍‌ଜିଗୁଡ଼ିକୁ କିଣାବିକାରେ ସାମିଲ କରାଗଲେ ଅଧିକ ଫଳପ୍ରଦ ହେବ ବୋଲି ଚିନ୍ତା କରାଯାଉଛି। ତେବେ ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri