ଦେଢ଼ କିମି ବୁହାହେଲେ ପ୍ରସୂତି, ଶିଶୁ

କାମାକ୍ଷାନଗର, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଦୁର୍ଗମ କାନ୍ତୋଲ ପଞ୍ଚାୟତରେ କମୁନି ଜନନୀ ଯନ୍ତ୍ରଣା। ଗ୍ରାମକୁ ଯିବା ରାସ୍ତାରେ ଏକାଧିକ ପାହାଡ଼ିଆ ନାଳ ସ୍ବାସ୍ଥ୍ୟସେବାରେ ସାଜିଛି ପ୍ରତିବନ୍ଧକ। ଫଳରେ ଜରୁରୀସମୟରେ ସ୍ରୋତପୂର୍ଣ୍ଣ ନାଳ ପାର ହୋଇ ମେଡିକାଲ ଆସିବାକୁ ସଂଘର୍ଷ କରୁଛନ୍ତି ଗର୍ଭବତୀ, ପ୍ରସୂତି। ଶନିବାର ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି ଏକୁଲ ଗ୍ରାମରେ। ପ୍ରସବ ପରେ ଜଣେ ମହିଳା ଏବଂ ନବଜାତ ଶିଶୁଙ୍କୁ ଡାକ୍ତରଖାନା ଆଣିବାରେ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ ପରିବାର ସଦସ୍ୟ। ଷ୍ଟ୍ରେଚରରେ ବହୁକଷ୍ଟରେ ପିଛୁଳି ନାଳ ପାର କରାଇବା ପରେ ଏକ ବେସରକାରୀ ଗାଡ଼ିରେ ମା’ ପିଲା ପହଞ୍ଚତ୍ଥିଲେ ଡାକ୍ତରଖାନାରେ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି କସରତ ୬ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ସହ ଶେଷ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏକୁଲ ଗ୍ରାମର ଆର୍ତ୍ତବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଅହଲ୍ୟା (୨୨)ଙ୍କ ଶନିବାର ସକାଳେ ପ୍ରସବ ବେଦନା ହୋଇଥିଲା। ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରି ନ ଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଘରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଅହଲ୍ୟା। ଅଧିକ ଚିକିତ୍ସା ଲାଗି ପରିବାର ଲୋକେ ଉଭୟଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିଲାଗି ସେମାନେ ଏକ ବେସରକାରୀ ଗାଡ଼ି ସହିତ ଯୋଗାଯୋଗ କରିଥିଲେ। ହେଲେ ପାଣି ଭର୍ତ୍ତି ପିଛୁଳି ନାଳ ଡେଇଁ ନ ପାରି ଗାଡ଼ି ଅଟକି ରହିଥିଲା ଅପରପାର୍ଶ୍ୱରେ। ଅନ୍ୟ ଉପାୟ ନ ଥିବାରୁ ଘର ଲୋକେ ଆଶାଦିଦିଙ୍କ ସହାୟତାରେ ଏକ ଷ୍ଟ୍ରେଚରରେ ମହିଳା, ଶିଶୁକୁ ଧରି ଦେଢ଼କିମି ବାଟ ଚାଲିଚାଲି ଆସିଥିଲେ। ବଡ଼କଷ୍ଟରେ ନାଳ ପାର ହେବା ପରେ ଉକ୍ତ ବେସରକାରୀ ଗାଡ଼ିରେ ମା’ଶିଶୁଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ରତ୍ନାକର ସାମଲ କୁହନ୍ତି, ଚିକିତ୍ସା ପରେ ମା’ଶିଶୁ ସୁସ୍ଥ ଅଛନ୍ତି। ରବିବାର ଉଭୟଙ୍କୁ ଘରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ଗମ କାନ୍ତୋଲ, ଏକୁଲ, ସେକୁଲ, କୋଟ ଅଞ୍ଚଳରେ ସବୁଦିନିଆ ସଡ଼କ ନ ଥିବାରୁ ବର୍ଷତମାମ ରୋଗୀମାନେ ଏପରି ସମସ୍ୟା ଭୋଗୁଛନ୍ତି। ସରକାରୀ ଏବଂ ପ୍ରଶାସନିକସ୍ତରରେ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ସିବିଏସ୍‌ଇ ଅଫିସ ଆଗରେ ଧାରଣା ଦେବ ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): କରୋନା ମହାମାରୀ ପାଇଁ ଗତ ୬ମାସ ହେବ ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନ ହେବା ପାଇଁ ଅନ୍‌ଲାଇନ କ୍ଲାସ ଚାଲିଛି।...

ପୋଖରୀରେ ବୁଡ଼ି ନିଶାସକ୍ତ ଯୁବକଙ୍କ ମୃତ୍ୟୁ: ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ବିକ୍ଷୋଭ

ଧରାକୋଟ,୬ା୧୧(ଡି.ଏନ.ଏ.)-ଧରାକୋଟ ବ୍ଲକର ଜାହାଡ଼ା ଗ୍ରାମରେ ସୋମବାର ରାତିରେ ପୋଖରୀରେ ବୁଡ଼ି ଜଣେ ନିଶାସକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଶ୍ୱନାଥ ନାୟକ (୨୭)। ଅଗ୍ନିଶମ...

ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ...

ବିଦ୍ୟାଳୟରେ ତାଲା ପକାଇ ବାହାରେ ବସିଲେ ପିଲା

ଦେବଗଡ଼,୧୪ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଦେବଗଡ଼ ଜିଲା ରିଆମାଳ ବ୍ଲକ ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର ଅଫିସ୍‌, ୬ା୧୨:ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ଭାବେ ପରିଚିତ। କିନ୍ତୁ ଜିଲାର ମୃତ୍ତିକାର ଗୁଣାବତ୍ତା ଦିନକୁ ଦିନ ହ୍ରାସ ପାଇ ଚାଲିଛି। ମାତ୍ର...

୧୫ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି ଓଡ଼ିଶା

କଟକ ଅଫିସ, ୨୪ା୫- ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଫଳରେ ଚିକିତ୍ସା ପାଇଁ ବହୁ ସଂଖ୍ୟକ ରୋଗୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି...

ଚିନ୍ତା ବଢ଼ାଇଲାଣି ରାଜଧାନୀ: ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୫ ପୁରୁଷ-ଜଣେ ମହିଳା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜଧାନୀରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୩ଜଣ ହୋମ୍‌୍‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ୍‌ କେସ୍‌ ରହିଛି। ଏହାକୁ...

Advertisement
Archives

Model This Week