ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ, ଉନ୍ନତ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ଦିଗକୁ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏନେଇ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ସାରା ଦେଶରେ କରୋନା ଭଳି ନୈରାଶ୍ୟଜନକ ସ୍ଥିତିରେ ଦେଶର ସ୍ବଦେଶୀ ଶିଳ୍ପ ଉଦ୍ୟୋଗୀ ବାତାବରଣ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କୁଟୀରଶିଳ୍ପ, ମାଛ, ଦୁଗ୍ଧ ଓ ମାଂସର ପ୍ରକ୍ରିୟାକରଣ, ଆୟୁର୍ବେଦିକ ଔଷଧ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରି ସାମଗ୍ରୀ ଭଳି ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ବାଲେଶ୍ୱର ଜିଲାର ଜଳେଶ୍ୱର କିମ୍ବା ଶେରଗଡ଼ ଅଞ୍ଚଳରେ ୫୦କୋଟି ଟଙ୍କା ବ୍ୟୟରେ ଅନ୍ତଃରାଷ୍ଟ୍ରୀୟସ୍ତରୀୟ ମାଛ ମାର୍କେଟ୍‌ କରାଯିବାର ନିଷ୍ପତ୍ତି ହୋଇଛି। ଏଥିସହିତ ମାଛଚାଷ ପାଇଁ ପୋଖରୀ, ମାଛ ହାଟ, ମାଛ ପ୍ରକ୍ରିୟାକରଣ କେନ୍ଦ୍ର ସହ ୪୦ରୁ ୬୦ ପ୍ରତିଶତ ରିହାତିରେ କାମ ଆରମ୍ଭ ହୋଇଛି। ଏପରିକି ଯାଆଁଳ ପ୍ରଜନନ କେନ୍ଦ୍ର ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଜିଲାରେ ବିଭିନ୍ନ କ୍ଲଷ୍ଟର ମାଧ୍ୟମରେ ନଡ଼ିଆକତା, ଧୂପ, ମହୁ, କୁମ୍ଭାରଚକ, ଜୋତା କାରଖାନା, ବାଉଁଶ, ତମ୍ବା, ପଥର କାରିଗରୀ କାମ ଆଦି କରାଯାଉଛି। କିଛି ନଦୀବନ୍ଧ ଜଳସେଚନ ପ୍ରକଳ୍ପ ସହିତ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ଉନ୍ନତି ବ୍ୟବସ୍ଥା ହାତକୁ ନିଆଯାଇଛି। ଜିଲାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବୃକ୍ଷରୋପଣ, ରକ୍ତଦାନ ଓ ଚିକିତ୍ସା ଶିବିର ଆରମ୍ଭ ହୋଇଛି। ବାଲେଶ୍ୱରକୁ ଆସନ୍ତା ୪ବର୍ଷ ମଧ୍ୟରେ ଡିଜିଟାଲ ସହରରେ ପରିଣତ କରାଯିବ। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ଓ ସଂଯୋଗକାରୀ ରାସ୍ତା ପ୍ରକଳ୍ପ ତିଆରି ହେଉଛି। ପେଟ୍ରୋଲିୟମ୍‌ ସମ୍ବନ୍ଧିତ ବିବିଧ ଶିଳ୍ପ ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଏଥିରେ ବ୍ୟାପକ ରୋଜଗାର ସୃଷ୍ଟି ହେବ। ଜିଲାରେ ୧୫ଟି ପୋଷ୍ୟ ଗ୍ରାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ଥିର କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଓ ଶବ ବାହକ ଗାଡ଼ି ଯୋଗାଇ ଦେବା ସହ ଚିକିତ୍ସାଳୟରେ ସ୍ବାଭାବିକ, ଗରମ ଓ ଥଣ୍ଡା ଭଳି ୩ ପ୍ରକାର ପାଣିର ୱାଟର ଏଟିଏମ୍‌ କାର୍ଯ୍ୟ ଆରମ୍ଭ ହୋଇଛି। ଏମ୍‌ସର ସାମଗ୍ରିକ ଉନ୍ନତି କରି ଏହାକୁ ଏକ ଉତ୍କୃଷ୍ଟ କେନ୍ଦ୍ରରେ ପରିଣତ କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ସୋଲାର ଲାଇଟ୍‌ର ବ୍ୟବସ୍ଥା କରାଯିବ ବୋଲି ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାଜପା ଜିଲାସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?