ଆମ ଜିଲା ଖବର

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକ କରୋନା…

ସମସ୍ୟା ନେଇ ଗଞ୍ଜାମ ଜିଲାପାଳଙ୍କ ମୋବାଇଲକୁ କରିପାରିବେ ମେସେଜ

ଗଞ୍ଜାମ, ୮।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଦିନରେ ୭କୁ ବୃଦ୍ଧି ହୋଇଛି l ଏ ନେଇ ବୁଧବାର…

୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ ସେବା କରିବା ତାହା ନିଶ୍ଚିତ ସମସ୍ତଙ୍କ ପାଇଁ ଅନୁକରଣୀୟ। ତେଣୁ ଏହାକୁ ସ୍ମରଣୀୟ କରିବା…

ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିହାରୀ କହିଛନ୍ତି ଯେ, ରତ୍ନସିଂହାସନରୁ ଗାଏବ ହୋଇଥିବା ପଥରରେ ଦେଢଟି ପଦ୍ମ ପାଖୁଡ଼ା…

ବୋଲେରୋ ପୋଡିଦେଲେ ଦୁର୍ବୃତ୍ତ

ବଡବିଲ, ୮।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚଡି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡିଦେଇଥିବା ଜଣାପଡିଛି। ଏହି ବୋଲେରୋ ହେଉଛି ପିଏଚଡି ଅଞ୍ଚଳରେ ରହୁଥିବା ଶୁୁକଦେବ ଖଣ୍ଡିତଙ୍କର। ଏ ନେଇ ଶୁୁକଦେବ…

କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା

ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜିଲାରେ ଦିଗହରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।…

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ବାଲିଆପାଳ,୮।୭(ସ୍ବ.ପ୍ର)- ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ବାଲିଆପଳ-ବସ୍ତା ମୁଖ୍ୟ ପୂର୍ତ୍ତରାସ୍ତା ପାର୍ଶ୍ୱ ନୟନଯୋଡ଼ିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱ ନୟନଯୋଡ଼ି ବିଭିନ୍ନ ଲୋକଙ୍କ ଦ୍ୱାରା ଜବରଦଖଲ କରାଯାଇଛି ା ନୟନଯୋଡ଼ିରେ ମାଟି ପକାଇ ବନ୍ଦ…

ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ନ ଦେଲେ ଆନ୍ଦୋଳନ: ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି

ବାଲେଶ୍ୱର ଅଫିସ, ୮।୭-ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି କରାଯାଇଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଜିଲାବାସୀଙ୍କ ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଙ୍ଗଳବାର କମିଟି ଜିଲାପାଳଙ୍କ…

କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ ମାଓବାଦୀମାନେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ସେମାନେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡି,୮।୭(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ। ଉକ୍ତ ପଞ୍ଚାୟତ ଟପେରିଙ୍ଗିଆ ଗ୍ରାମର ଡିଙ୍ଗେଲି ଅଞ୍ଚଳରେ ଜମି ଉନ୍ନୟନ କାର୍ଯ୍ୟ କରି ଶ୍ରମିକଙ୍କୁ ମଜୁରୀ ମିଳୁନାହିଁ। ବରଂ ଯେଉଁମାନେ କାମ କରି ନାହାନ୍ତି…

ବ୍ରହ୍ମପୁର ଆଇଟିଆଇକୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସାପତ୍ର

ବ୍ରହ୍ମପୁର ଅଫିସ,୮ା୭- କୋଭିଡ୍‌-୧୯ର ମୁକାବିଲା ନେଇ ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ନିର୍ମାଣ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଶଂସାପତ୍ର ଦେଇଛନ୍ତି। ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ ସୁରକ୍ଷା…

ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା ଅଭିଯୋଗରେ ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?