ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ କଟକର ଆରାଧ୍ୟା ମା’ କଟକଚଣ୍ଡୀ। ପୀଠରେ ମଙ୍ଗଳବାର ଶୟନଉତ୍ସବ ପାଳନ ହେବା ସହ ସ୍ବତନ୍ତ୍ର ଉପଚାର କରାଯାଇଛି। ଆସନ୍ତା ମୂଳାଷ୍ଟମୀ ତିଥିରେ ମା’ଙ୍କୁ ଶୟନରୁ ଜାଗ୍ରତ କରାଯିବା ସହ ଧରାପୃଷ୍ଠକୁ ଆବାହନ କରାଯିବ ବୋଲି ପୂଜକ ମନୋଜ ପଣ୍ଡା କହିଛନ୍ତି।
ଆଗକୁ ପାର୍ବଣ। ପାର୍ବଣରେ ସବୁରି କେନ୍ଦ୍ରବିନ୍ଦୁ ପାଲଟନ୍ତି ମା’ କଟକଚଣ୍ଡୀ। ମା’ଙ୍କ ଷୋଡ଼ଶ ଉପଚାର ପୂଜାଠାରୁ ଆରମ୍ଭ କରି ବିଭିନ୍ନ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମଙ୍ଗଳବାର ରାଧାଷ୍ଟମୀ ତିଥିରେ ମା’ଙ୍କ ଶୟନ ଉତ୍ସବ ସମ୍ପନ୍ନ ହୋଇଛି। ଏବେ ଗୋଟିଏ ପକ୍ଷ ପର୍ଯ୍ୟନ୍ତ ମା’ ଶୟନମୁଦ୍ରାରେ ରହିବେ। ୭ ଦିନ ପରେ ମା’ଙ୍କ ପାର୍ଶ୍ୱ ପରିବର୍ତ୍ତନ କରାଯିବ। ମା’ଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀ ତିଥି ସକାଳେ ସହସ୍ର କୁମ୍ଭରେ ଅଭିଷେକ କରାଯିବ। ଏହି ଦିନ ଅପରାହ୍ନରେ ଗଡ଼ଗଡ଼ିଆ ଘାଟରୁ ଆସିବ ଘଟ। ସଂସ୍କୃତରେ ଏକ ଶ୍ଳୋକ ରହିଛି, ‘ମୂଳାୟାମ ଆବାହ୍ୟାମୀ, ଶ୍ରବଣାମ ସମର୍ପୟାମୀ।’ ଅର୍ଥାତ୍‌ ମୂଳାଷ୍ଟମୀ ତିଥି ଦିନ ହିଁ ମା’ଙ୍କୁ ଧରାପୃଷ୍ଠକୁ ଆବାହନ କରାଯାଏ ଓ ଏହିଦିନ ରାତିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୁଏ। ମାତ୍ର ଚଳିତବର୍ଷ ମଳମାସ ପଡୁଛି। ଫଳରେ ଗୋଟିଏ ମାସ ପରେ ଆରମ୍ଭ ହେବ ନବରାତ୍ର। ଏଣୁ ମୂଳାଷ୍ଟମୀ ଦିନଠାରୁ ୪୭ ଦିନ ଧରି ଚଳିତବର୍ଷ ମା’ଙ୍କ ଦଶହରା ପୂଜା କରାଯିବ ବୋଲି ପୂଜକମାନେ କହିଛନ୍ତି। ପ୍ରତ୍ୟେକ ଦିନ ମା’ ସୁନାବେଶରେ ଦର୍ଶନ ଦେବେ। ମଳମାସ ଅତିକ୍ରାନ୍ତ ହେଲେ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ବେଶ ହେବ। ଷୋଡ଼ଶ ଉପଚାର ସମୟରେ ସବୁଠାରୁ ଅଧିକ ଭିଡ଼ ହୁଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ମା’ଙ୍କ ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିରର ଟ୍ରଷ୍ଟି ଓ ପୂଜକ ଦୋଛକିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?