ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ କଟକର ଆରାଧ୍ୟା ମା’ କଟକଚଣ୍ଡୀ। ପୀଠରେ ମଙ୍ଗଳବାର ଶୟନଉତ୍ସବ ପାଳନ ହେବା ସହ ସ୍ବତନ୍ତ୍ର ଉପଚାର କରାଯାଇଛି। ଆସନ୍ତା ମୂଳାଷ୍ଟମୀ ତିଥିରେ ମା’ଙ୍କୁ ଶୟନରୁ ଜାଗ୍ରତ କରାଯିବା ସହ ଧରାପୃଷ୍ଠକୁ ଆବାହନ କରାଯିବ ବୋଲି ପୂଜକ ମନୋଜ ପଣ୍ଡା କହିଛନ୍ତି।
ଆଗକୁ ପାର୍ବଣ। ପାର୍ବଣରେ ସବୁରି କେନ୍ଦ୍ରବିନ୍ଦୁ ପାଲଟନ୍ତି ମା’ କଟକଚଣ୍ଡୀ। ମା’ଙ୍କ ଷୋଡ଼ଶ ଉପଚାର ପୂଜାଠାରୁ ଆରମ୍ଭ କରି ବିଭିନ୍ନ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମଙ୍ଗଳବାର ରାଧାଷ୍ଟମୀ ତିଥିରେ ମା’ଙ୍କ ଶୟନ ଉତ୍ସବ ସମ୍ପନ୍ନ ହୋଇଛି। ଏବେ ଗୋଟିଏ ପକ୍ଷ ପର୍ଯ୍ୟନ୍ତ ମା’ ଶୟନମୁଦ୍ରାରେ ରହିବେ। ୭ ଦିନ ପରେ ମା’ଙ୍କ ପାର୍ଶ୍ୱ ପରିବର୍ତ୍ତନ କରାଯିବ। ମା’ଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀ ତିଥି ସକାଳେ ସହସ୍ର କୁମ୍ଭରେ ଅଭିଷେକ କରାଯିବ। ଏହି ଦିନ ଅପରାହ୍ନରେ ଗଡ଼ଗଡ଼ିଆ ଘାଟରୁ ଆସିବ ଘଟ। ସଂସ୍କୃତରେ ଏକ ଶ୍ଳୋକ ରହିଛି, ‘ମୂଳାୟାମ ଆବାହ୍ୟାମୀ, ଶ୍ରବଣାମ ସମର୍ପୟାମୀ।’ ଅର୍ଥାତ୍‌ ମୂଳାଷ୍ଟମୀ ତିଥି ଦିନ ହିଁ ମା’ଙ୍କୁ ଧରାପୃଷ୍ଠକୁ ଆବାହନ କରାଯାଏ ଓ ଏହିଦିନ ରାତିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୁଏ। ମାତ୍ର ଚଳିତବର୍ଷ ମଳମାସ ପଡୁଛି। ଫଳରେ ଗୋଟିଏ ମାସ ପରେ ଆରମ୍ଭ ହେବ ନବରାତ୍ର। ଏଣୁ ମୂଳାଷ୍ଟମୀ ଦିନଠାରୁ ୪୭ ଦିନ ଧରି ଚଳିତବର୍ଷ ମା’ଙ୍କ ଦଶହରା ପୂଜା କରାଯିବ ବୋଲି ପୂଜକମାନେ କହିଛନ୍ତି। ପ୍ରତ୍ୟେକ ଦିନ ମା’ ସୁନାବେଶରେ ଦର୍ଶନ ଦେବେ। ମଳମାସ ଅତିକ୍ରାନ୍ତ ହେଲେ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ବେଶ ହେବ। ଷୋଡ଼ଶ ଉପଚାର ସମୟରେ ସବୁଠାରୁ ଅଧିକ ଭିଡ଼ ହୁଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ମା’ଙ୍କ ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିରର ଟ୍ରଷ୍ଟି ଓ ପୂଜକ ଦୋଛକିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୩୦ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଜାଗରଯାତ୍ରା ଏବଂ ଯୋରନ୍ଦା ମାଘମେଳା ବିନା ଶ୍ରଦ୍ଧାଳୁରେ ହେବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି...

ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ

ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା...

ପ୍ରଶାସନର ସଚେତନତା ଅଭାବ: ସଂକ୍ରମଣ ବଢିବା ଆଶଙ୍କା

ଗଞ୍ଜାମ,୧୫।୩: (ଡି.ଏନ.ଏ.): ବ୍ରହ୍ମପୁର ମେଡିକାଲରେ ପୁଣି କରୋନା ସଂକ୍ରମଣ ଚି଼ହ୍ନଟ ହେବା ପରେ ଚିନ୍ତାରେ ପଡିଯାଇଛି ପ୍ରଶାସନl ଏଭଳି ସମୟରେ ଗଞ୍ଜାମ ସହରରେ ଅଧିକାଂଶ ଲୋକ...

ରାସ୍ତାରେ ବସି ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ...

ଶିଶୁ ଶ୍ରମିକ ଚାଲାଣ: ବସ୍‌ଷ୍ଟାଣ୍ଡରୁ ୯ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ

ଟେନ୍‌ସା,୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡା ବସ୍‌ଷ୍ଟାଣ୍ଡରୁ ଶନିବାର କୋଇଡା ପୋଲିସ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ ସମସ୍ତ ଶିଶୁଙ୍କୁ ଘରକୁ ପଠାଇ...

ମନ୍ଦିର ହୁଣ୍ଡି ଭାଙ୍ଗି ୧୨ ହଜାର ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ଶୈବପୀଠର ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ୧୨ ହଜାରରୁ ଊର୍ଦ୍ଧ୍ୱ...

ମାଣତ୍ରୀ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା: ‘ବିକାଶ ପାଇଁ ସମୂହ ସହଯୋଗ ଆବଶ୍ୟକ’

ବଡ଼ସାହି,୧୫ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀଠାରେ ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନିଆ ୯ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର...

ଗ୍ରାମୀଣ ହସ୍ତକଳାର ପୁନରୁଦ୍ଧାର ସମ୍ଭବ

ବନ୍ତ,୧୧।୯(ଡି.ଏନ୍‌.ଏ.)-ଗ୍ରାମୀଣ ତଥା ପାରମ୍ପରିକ ହସ୍ତକଳାର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇ କଳା ଶିକ୍ଷକ ପଦ୍ମନାଭ ସେଠୀ ଚର୍ଚ୍ଚାକୁ ଆସିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ...

Advertisement
Archives

Model This Week