୧୦୦ ଫୁଟ୍‌ ପଥର ପ୍ୟାକିଂ ଧସିଲା

ଚଣ୍ଡିଖୋଲ, ୨୬।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଅତିକ୍ରମ କରିଥିବା ହରିଦାସପୁର-ପରାଦୀପ ରେଳପଥ ପ୍ରକଳ୍ପ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ପୂର୍ବତଟ ରେଳ ବିଭାଗ ତରଫରୁ ଏହି ପଥରେ ଟ୍ରେନ ଚାଲିବା ଆରମ୍ଭ କରିଛି। ପ୍ରଥମେ ଟ୍ରାଏଲ ଟ୍ରେନ୍‌ ଚାଲିବା ପରେ ଏବେ ମାଲବାହୀ ଟ୍ରେନ ଲଗାତାର ଯାତାୟାତ କରୁଛି। ହେଲେ ଲଗାଣ ବର୍ଷା ଯୋଗୁ ଫାଟକ ବିହୀନ ଏହି ରେଳପଥର କେତେକ ସ୍ଥାନରୁ ମାଟି ଅତଡ଼ା ଓ ପଥର ପ୍ୟାକିଂ ଧସିଯାଇଥିବା ଦେଖାଯାଇଛି। ହରିଦାସପୁରଠାରୁ ୨୪ କିଲୋମିଟର ଦୂର ବଡ଼ଚଣା ବ୍ଲକ ଅଧୀନ ଲଳିତଗିରି ଷ୍ଟେଶନ ନିକଟରେ ପ୍ରାୟ ୧୦୦ଫୁଟ ଲମ୍ବର ପଥର ପ୍ୟାକିଂ ଧସିଯିବା ସହ ୨୦୦ମିଟର ଲମ୍ବର ମାଟି ଅତଡ଼ା ଧସିବା ଆରମ୍ଭ କରିଛି। ଏଠାରେ ନିର୍ମାଣ ହେବାକୁ ଥିବା ରେଲୱେ ଓଭରବ୍ରିଜ (ପାଦଚଲା) ରାସ୍ତାର ମୂଳଦୁଆ ମଧ୍ୟ ଭୁଶୁଡ଼ି ପଡ଼ିଛି। ରେଳ ବିକାଶ ନିଗମ ଲିମିଟେଡ (ଆରଭିଏନ୍‌ଏଲ୍‌) ତରଫରୁ ହରିଦାସପୁରଠାରୁ କେନ୍ଦ୍ରାପଡ଼ା ଷ୍ଟେଶନ ପର୍ଯ୍ୟନ୍ତ ୪୨ କିଲୋମିଟର ଏହି ରେଳପଥ କାର୍ଯ୍ୟ ଟିଟିଆଇପିଏଲ ନାମକ ଠିକାସଂସ୍ଥା କରିଥିଲା। ମାତ୍ର ରେଳ ଚଳାଚଳ ଆରମ୍ଭ ହେବା କ୍ଷଣି ପ୍ରଥମେ ମାର୍ଶାଘାଇ ନିକଟରେ ଏହା ଧସିଥିବା ବେଳେ ୨ଦିନ ତଳେ ଲଳିତଗିରି ଷ୍ଟେଶନ ନିକଟରେ ପଥର ପ୍ୟାକିଂ ଧସିଯାଇଛି। ତେଣୁ ରେଳପଥ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଳାଶୁଣୀ ଉନ୍ନୟନ ଟ୍ରଷ୍ଟ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଜିଲା ସଂସ୍କୃତି ପରିଷଦ ସଦସ୍ୟ ଶୁଭେନ୍ଦୁ କୁମାର ଭୂୟଁା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଲଳିତଗିରି ଷ୍ଟେଶନ ମାଷ୍ଟର କାଳନ୍ଦୀ ଦାସଙ୍କୁ ପଚାରିବାରେ ମାଟି ଅତଡ଼ା ଓ ପଥରପ୍ୟାକିଂ ଧସିଛି। ଏ ନେଇ ପୂର୍ବତଟ ରେଳ ବିଭାଗ ଓ ଆରଭିଏନ୍‌ଏଲ୍‌କୁ ଚିଠି ଲେଖି ଜଣାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ସୂର୍ଯ୍ୟଙ୍କ ଗୋଚର: ୩ ରାଶିଙ୍କୁ ମିଳିବ ଲାଭ, ଚାକିରିରେ ବଡ଼ ଅଫର୍‌କୁ ଧନଲାଭର ଖୋଲିଲା ଯୋଗ

ସୂର୍ଯ୍ୟ ଗ୍ରହ ୧୩ ସେପ୍ଟେମ୍ୱର ୨୦୨୬ ରବିବାର ରାତି ୯ଟା ୫୩ ମିନିଟରେ ପୂର୍ୱାଫାଲଗୁନୀ ନକ୍ଷତ୍ରରୁ ପୂର୍ୱାଫାଲଗୁନୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ଗୋଚର ପ୍ରଭାବରୁ ଭାଗ୍ୟଶାଳୀ…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

ବୁଧାଦିତ୍ୟ ରାଜଯୋଗରେ ମାଲାମାଲ ହେବେ ୪ ରାଶି: ଚାକିରିରେ ପଦୋନ୍ନତି ସହ ବ୍ୟବସାୟରେ ଅଚାନକ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ଦେବ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ସେହି ସମୟରେ କନ୍ୟା ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri