କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୨୬ା୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ଖୋର୍ଦ୍ଧା ଜିଲା କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ନିୟନ୍ତ୍ରଣ ଲାଗି ତୃଣମୂଳସ୍ତରରେ ଅଧିକ ସଚେତନତା ଉପରେ ଆରଡିସି ସାମଲ ଗୁରୁତ୍ୱ ଦେଇଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆରଡିସି ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲାପାଳ ସନତ ମହାନ୍ତି ଯୋଗଦେଇ ଜିଲାର କୋଭିଡ୍‌ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। କରୋନା ନିୟନ୍ତ୍ରଣ ଦିଗରେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନୂତନ ରଣନୀତି ସମ୍ପର୍କରେ ଜଣାଇଥିଲେ। କରୋନା ପଜିଟିଭ୍‌ ରୋଗୀ ହୋମ୍‌ ଆଇସୋଲେଶନରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହୋଇପାରିବେ। ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। କୋଭିଡ୍‌ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ମନୋଜ ପାଢୀ, ଏଡିଏମ ଭୁବନେଶ୍ୱର ପ୍ରଫୁଲ୍ଲ ସ୍ବାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପରସୁମଠ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ

କେନ୍ଦୁଝର,୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ୩୦...

ଦକ୍ଷିଣକାଳୀଙ୍କ ପାଖରେ ଭୋଗ ହୁଏ ପୋହଳା ମାଛ

ରବିବାର କାଳୀ ପୂଜା। ମା’ଶ୍ୟାମାକାଳୀଙ୍କ ଆଗମନକୁ ନେଇ ପୀଠ ଓ ମଣ୍ଡପଗୁଡ଼ିକ ବେଶ୍‌ ଚଳଚଞ୍ଚଳ। ତେବେ କଟକର ପ୍ରସିଦ୍ଧ କାଳିଆବୁଦା ମଶାଣି କାଳୀଙ୍କ ଉପରେ ଏହି...

ହ୍ୟାଣ୍ଡଶେକ୍‌ ନୁହେଁ, କେବଳ ହସଟିଏ

ପୁରୀ ଅଫିସ,୧୬।୩: କରୋନା ଭାଇରସର ଭୟାବହତା ସାରା ବିଶ୍ୱକୁ ଘୋଟିଛି। ଲକ୍ଷାଧିକ ଲୋକେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୫,୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି।...

ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି।...

ବିଧାୟକ ପଢ଼ାଇଲେ ପାଠ

ପାଲଲହଡା,୨୦।୧୧(ଡି.ଏନ.ଏ.)- ପାଲଲହଡା ବିଧାୟକ ମୁକେଶ କୁମାର ପାଲ ମଙ୍ଗଳବାର ବ୍ଲକର କରଡାପାଳ ପଞ୍ଚାୟତ ଗସ୍ତ କରିଥିଲେ। ଏହି ଅବସରରେ ସେ ବାଁନଖୋଲ ଗ୍ରାମରେ ଥିବା ବାଁନଖୋଲ...

୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ୍‌: ଚାଳକଙ୍କୁ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ, ୫।୧୧: ଖୋର୍ଦ୍ଧା ଜିଲା କୋଲକାତା- ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ରୁ ସୋମବାର ରାତିରେ ୧କୋଟି...

Coronavirus Update

Archives

Model This Week

Why Dharitri