ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଥିବା ବେଳେ ଏପଟେ ରାଜ୍ୟ ଭିତରେ ଚାଷ ହହେଉଥିବା ପନିପରିବା ଦର ଉପରେ ଭରସା ନାହିଁ। ବନ୍ୟା ଯୋଗୁ ରାଜର ବିଭିନ୍ନ ଜିଲାରୁ ଏବେ ଠିକ୍‌ ଭାବେ ପରିବା ଆସୁ ନାହିଁ। କରୋନା ଯୋଗୁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଏବେ ଗ୍ରାହକ ମୁଣ୍ଡରେ ହାତ ଦେଲେଣି। ଏପ୍ରିଲ ମାସରେ ଆଳୁ ପିଆଜ, ଟମାଟୋ, ଦର ଯାହା ଥିଲା ଏବେ ପାଖାପାଖି ଦୁଇ ଗୁଣରୁ ଅଧିକ ହେଲାଣି। ଭବାନୀପାଟଣା ପରିବା ବଜାର ଆଳୁ ଦର ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ନୂଆ ଆଳୁ ବଜାରକୁ ଆସିବା ପର୍ଯ୍ୟନ୍ତ ଆଳୁ ଦର ଏପରି ବଢିିବ ବୋଲି ପରିବା ବ୍ୟବସାୟୀ କାଶିନାଥ ରାଉତ ପ୍ରକାଶ କରିଛନ୍ତି।
ପିଆଜ ଦର କିଲୋ ପ୍ରତି ୪୦ ରୁ ଅଧିକ ଟଙ୍କାରେ ବଜାରରେ ବିକ୍ରି ହେଉଛି। ଯାହା ଫଳରେ ଖାଉଟି ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ସେହିପରି ଆଳୁ ଦର କିଲୋ ପ୍ରତି ୩୦ ଟଙ୍କା, ସାରୁ ୩୦ ଟଙ୍କା, ଟମାଟୋ ୫୦ ଟଙ୍କା, ବାଇଗଣ ୩୦ ରୁ ୪୦ ଟଙ୍କା, କଲରା ୪୦, କାକୁଡି ୩୦, ଝୁଡୁଙ୍ଗ ୩୦, ଲଙ୍କା ୧୦୦ ଟଙ୍କା, ବନ୍ଧାକୋବି ୪୦ ଟଙ୍କା, ପୋଟଳ ୪୦ ଟଙ୍କା, ଜହ୍ନି ୪୦ ଟଙ୍କା, ଅଦା୨୦୦ ଟଙ୍କା, ରଷୁଣ ୧୨୦ ଟଙ୍କା, ଗାଜର ୬୦ ଟଙ୍କା, କାଙ୍କଡ ୧୨୦ ଟଙ୍କା କିଲୋ ପ୍ରତିଥିବା ଜଣାପଡିଛି। ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ଉପରେ କୌଣସି କଟକଣା ରହୁନ ଥିବାରୁ ଦର ହୁହୁ ହୋଇ ପଡୁଛି ବୋଲି ଖାଉଟି ମହଲରୁ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri