ନରେନ୍ଦ୍ର ପୁଷ୍କରିଣୀରେ ମାଛ ମରିବା ଘଟଣା: ମୂଷାନଈ ପାଣିକୁ ଦାୟୀ କଲେ ଲୋକେ

ପୁରୀ ଅଫିସ,୨୦।୯: ପ୍ରଦୂଷିତ ହୋଇଯାଇଛି ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଜଳ। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଛନ୍ତି। ୩ଦିନ ହେବ ନରେନ୍ଦ୍ର ପୁଷ୍କରିଣୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ମଲା ମାଛ ପଚି ଯିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ପାଣିକୁ ବିଶୋଧନ କରାଯାଇ ନାହିଁ କି ମଲା ମାଛଗୁଡ଼ିକୁ ବାହାର କରାଯାଇ ନାହିଁ। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନରେନ୍ଦ୍ର ପୁଷ୍କରିଣୀର ଏଭଳି ସ୍ଥିତି ପାଇଁ ମୂଷା ନଈ ପାଣିକୁ ଲୋକେ ଦାୟୀ କରିଛନ୍ତି। ମୂଷା ନଈର ବର୍ଜ୍ୟ ଜଳ ନରେନ୍ଦ୍ର ପୁଷ୍କରିଣୀରେ ପଶିବାରୁ ଏହାର ପାଣି ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳଜାନର ପରିମାଣ କମିଯିବାରୁ ମାଛ ମରୁଛନ୍ତି ବୋଲି ସାମାଜିକ କର୍ମୀ ପ୍ରମୋଦ ସିଂ କହିଛନ୍ତି। ତୁରନ୍ତ ପ୍ରଶାସନ ନରେନ୍ଦ୍ର ପୁଷ୍କରିଣୀ ପାଣି କିପରି ବିଶୋଧନ କରାଯିବ ତାହା ଉପରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ନରେନ୍ଦ୍ର ପୁଷ୍କରିଣୀ ହେଉଛି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏଠାରେ ମହାପ୍ରଭୁ ଜଳକ୍ରୀଡ଼ା କରିଥାନ୍ତି। ଶ୍ରଦ୍ଧାଳୁମାନେ ନରେନ୍ଦ୍ରରେ ସ୍ନାନ କରି ବୁଡ଼ ପକାଇଥାନ୍ତି। ମାତ୍ର ଏହାର ପାଣି ପ୍ରଦୂଷିତ ହୋଇଯାଇଥିବାରୁ ମାଛ ମରି ଭାସୁଛନ୍ତି। ଏ ନେଇ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପବିତ୍ର ପୁଷ୍କରିଣୀ ପ୍ରତି ଅବହେଳା ଠିକ୍‌ ନୁହେଁ ବୋଲି କହିଛନ୍ତି। ସାମାଜିକ କର୍ମୀ ପ୍ରମୋଦ କହିଛନ୍ତି ଯେ, ପୁଷ୍କରିଣୀର ଉତ୍ତର-ପଶ୍ଚିମ କୋଣରେ ଥିବା ନିଷ୍କାସନ ପଥ ଦେଇ ମୂଷା ନଈର ବର୍ଜ୍ୟଜଳ ନରେନ୍ଦ୍ରକୁ ପଶୁଛି। ନଈ ପୋତି ହୋଇଯିବାରୁ ନରେନ୍ଦ୍ରର ଜଳ ପତ୍ତନଠାରୁ ମୂଷା ନଈର ଜଳପତ୍ତନ ପ୍ରାୟ ୨/୩ ଫୁଟ ଉଚ୍ଚ ହୋଇଗଲାଣି। ତେଣୁ ମୂଷା ନଈର ପାଣି ପଶୁଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଜଳସେଚନ ବିଭାଗ ବନ୍ଦ କରିଦେଇଥିଲା। ମାତ୍ର ଏହି ଗେଟ୍‌କୁ କେହି ଖୋଲିଦେବା ପରେ ପୁନଶ୍ଚ ମୂଷା ନଈର ବର୍ଜ୍ୟ ଜଳ ନରେନ୍ଦ୍ରରେ ପଶିଛି। ଫଳରେ ନରେନ୍ଦ୍ର ଜଳ ପ୍ରଦୂଷିତ ହେବା ସହ ଅମ୍ଳଜାନ ପରିମାଣ କମିଯାଇଛି। ଯାହାଫଳରେ ମାଛ ମରି ଭାସୁଛନ୍ତି। ଅନ୍ୟ ଆବର୍ଜନା ପଶିଥିବାରୁ ପାଣି ଦୁର୍ଗନ୍ଧ ହେଉଛି। ଗାଧୋଇଲେ ଦେହ ହାତ କୁଣ୍ଡାଇ ହେଉଛି। ନବକଳେବର ପୂର୍ବରୁ ଏମିତି ସ୍ଥିତି ଉପୁଜିଥିଲା। ସେତେବେଳେ ମତ୍ସ୍ୟ ବିଭାଗ ଅମ୍ଳଜାନ ମାତ୍ରା ବଢାଇବା ପାଇଁ ୨୦ ଲିଟର ଫାର୍ମାଲିନ ପକାଇଥିଲା। ଜଳ ବିଶୋଧନ ଲାଗି ୧ କୁଇଣ୍ଟାଲ ଜିଓଲାଇଟ୍‌ ପାଉଡର ପୁଷ୍କରିଣୀରେ ଛିଞ୍ଚତ୍ଥିଲେ। ମାତ୍ର ଏହା ପରେ ଜଳ ବିଶୋଧନ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଜଣେ ସଫେଇ କର୍ମଚାରୀ ନିୟୋଜିତ ହୋଇଥିବାରୁ ପୁଷ୍କରିଣୀ ପାହାଚ ଓ ଚତୁଃପାର୍ଶ୍ୱ ଠିକ୍‌ ଭାବେ ସଫା ହୋଇପାରୁନାହିଁ। ପାଚେରି ଚତୁଃପାର୍ଶ୍ୱରେ ଅନାବନା ଗଛ ଉଠି ଜଙ୍ଗଲିଆ ହୋଇଗଲାଣି। ନରେନ୍ଦ୍ର ପୁଷ୍କରିଣୀ ରକ୍ଷଣାବେକ୍ଷଣ କରାଯାଉନାହିଁ।

ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରେ କହିଛନ୍ତି, ମାଛ ମରୁଥିବା ଖବର ପାଇବା ପରେ ଆମ ଟେକ୍ନିକାଲ କମିଟି ଯାଇ ପାଣି ନମୁନା ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ସିଫାକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ପୁରୀ ପୌର ସଂସ୍ଥାକୁ ଅବଗତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri