କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…

କଟକ ଅଫିସ୍‌, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା ଏ ସହର, ସେତିକି ପୁରୁଣା ଏଠାକାର ପରମ୍ପରା ଆଉ ଦୁଗର୍ର୍ାପୂଜା। ପ୍ରତିବର୍ଷ କାରିଗର ହାତରେ ସମାନ ଆଉ ସୁନ୍ଦର ମୂର୍ତ୍ତି ତିଆରି ହୁଏ। ଯେସନ ଦେଖ ସମାନ ଦିଶିବ। ଏବେ ମା’ଙ୍କ ମୂର୍ତ୍ତିକୁ ନେଇ ବିବାଦ ଆଗେଇଛି। ହେଲେ ଗୋଟିଏ ପ୍ରଶ୍ନ ଏବେ କାଠଗଡ଼ା ନୁହେଁ କଟକବାସୀଙ୍କ ପ୍ରାଣକୁ ଆନ୍ଦୋଳିତ କଲାଣି। ଯେଉଁମାନେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ ନ କରି ବଡ଼ମୂର୍ତ୍ତି ନିର୍ମାଣ କରିଛନ୍ତି, ସେମାନେ କ’ଣ ମୂର୍ତ୍ତିକୁ ଭାଙ୍ଗିବେ? ଏଥିରେ ଐତିହ୍ୟନଗରୀର ମୂଳ ପରମ୍ପରା ବଞ୍ଚିବ ନା ମୂର୍ତ୍ତି ଭଗ୍ନ ହେବ ?

କଟକ ଦଶହରାକୁ ନେଇ ଏବେ ବିବାଦ କଚେରି, ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣଙ୍କ ଭିତରେ ମଧ୍ୟ ଦେଖାଦେଲାଣି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୪ ଫୁଟ ବଦଳରେ ପୂର୍ବଭଳି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଥିଲେ। ହେଲେ ଧୀରେ ଧୀରେ ଏହି ଘଟଣା ଜଟିଳ ପରିସ୍ଥିତି ଭିତରକୁ ଠେଲି ହୋଇ ପଶିଲାଣି। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ଘଟଣାକୁ ବିଚାରକୁ ନେଇ ସହରର ସମସ୍ତ ପୂଜା କମିଟିର ମୂର୍ର୍ତ୍ତିି ଉଚ୍ଚତା ଯାଞ୍ଚ କରିଥିଲା। ୯ଟି ପୂଜା କମିଟି ଏବେ ଗାଇଡ୍‌ଲାଇନକୁ ନ ମାନି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ମୂର୍ତ୍ତି ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ତାଗିଦ ହୋଇଥିବା ଜଣାପଡ଼ିଛି ।

ଧର୍ମକୁ ନ ଜାଣି ନିର୍ଦ୍ଦେଶ ଠିକ୍‌ ନୁହେଁ
ପୋଲିସ କମିଶନର ମହୋଦୟ ଧର୍ମକୁ ନ ଜାଣି ନିର୍ଦ୍ଦେଶ ଦେଇଛନ୍ତି। କହିଦେଲେ ସିନା ମୂର୍ତ୍ତିକୁ ଭାଙ୍ଗିଦିଅ। ହେଲେ ଏଥିରେ କଟକବାସୀଙ୍କ ଭାବନାକୁ କେତେ ଆଞ୍ଚ ଆସିବ ତାହା ଜାଣିପାରିଲେ ନାହିଁ। ସୋମବାର ହାଇକୋର୍ଟରେ ରିଟ ପିଟିଶନ ଫାଇଲ କରିବୁ। କଟକ ମହାନଗର ଶାନ୍ତି କମିଟି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ମୁଁ ସହମତ ନ ଥିଲି । ସିପିଙ୍କ ନାଁରେ ଅଦାଲତ ଅବମାନନା ମାମଲା ମଧ୍ୟ କରାଯିବ।
-ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ସଭାପତି, ବାଲୁବଜାର ପୂଜା କମିଟି

କଟକିଆଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇଦେଲେ
କଟକରେ ଆଉ ପରମ୍ପରା ରହିଲା କୋଉଠି। ଯେଉଁମାନଙ୍କୁ ମୁରବି ଭାବିଥିଲୁ ସେମାନେ ଚୁପ୍‌ ହୋଇ ବସିଛନ୍ତି। କଟକ ଓ କଟକବାସୀଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇଦେଲେ। ଆମ ପରମ୍ପରା ଜାଣି ନ ଥିବା ବ୍ୟକ୍ତିବିଶେଷ ମୂର୍ର୍ତ୍ତିି ଭାଙ୍ଗିବାକୁ କହୁଛନ୍ତି। ମା’ଙ୍କ ଉପରେ ଏମାନଙ୍କର କ’ଣ ରାଗ ରହିଛି ତାହା ଆମେ ପ୍ରଶ୍ନ କରିବାକୁ ଚାହୁଁ। ମୂର୍ତ୍ତି ଭାଙ୍ଗିଲେ ସମଗ୍ର ବିଶ୍ୱକୁ ମହାସଙ୍କଟ ମାଡ଼ି ଆସିବ।
– ନରେଶ ସାହୁ, ସମ୍ପାଦକ, ଫିରିଙ୍ଗିବଜାର ପୂଜା କମିଟି

ମୂର୍ତ୍ତି ଭଙ୍ଗାଯିବା ସହିପାରିବୁ ନାହିଁ
ଭୁଲ୍‌ ହୋଇଛି। ହେଲେ ତା’ ମାନେ ନୁହେଁ ଯେ ମୂର୍ତ୍ତି ଭଙ୍ଗାଯିବ। ଭାଇଚାରାର ଏହି ସହରରେ ଆମେ ମୂର୍ତ୍ତି ଭାଙ୍ଗିବାକୁ ବିରୋଧ କରୁଛୁ। ଖୋଦ କଟକିଆ ଭାବେ ଦେବୀଙ୍କ ମୂର୍ତ୍ତି ଭଙ୍ଗାଯିବା ସହିପାରିବୁ ନାହିଁ। ଯେଉଁମାନେ ମୂର୍ତ୍ତି ନିର୍ମାଣ କରି ନାହାନ୍ତି, ସେମାନେ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରିବେ। ଦେବୀଙ୍କ ମୂର୍ତ୍ତି ଭଙ୍ଗାଯିବା ଅସମ୍ଭବ। ଏବେ ବିକଳ୍ପ ଖୋଜାଯାଉ।
– ଜଗନ୍ନାଥ ସାହୁ, ସମ୍ପାଦକ, କଲେଜଛକ ପୂଜା ପ୍ରତିଷ୍ଠାନ
ଭାବାବେଗକୁ ଆଘାତ କରିବା ଅନୁଚିତ
ସହରବାସୀଙ୍କ ଭାବାବେଗକୁ ଆଘାତ କରିବା ସପକ୍ଷରେ ମୁଁ ନାହିଁ। ଏହା ଧର୍ମର କଥା, କଟକ ପରମ୍ପରାର କଥା। ସରକାରଙ୍କ ଗାଇଡ୍‌ଲାଇନ ପାଳନ କରି ନ ଥିବା ହେତୁ ସେମାନଙ୍କୁ କିଛି ଶାସ୍ତି ଦିଆଯାଉ। ହେଲେ ମୂର୍ତ୍ତି ଭାଙ୍ଗିବା ଆଦୌ ଉଚିତ ନୁହେଁ ।
ବଳକା ପୂଜା କମିଟି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ।
– ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ

 

କୁମାରଶ୍ରୀ ସାହୁ

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?