ଆମ ଜିଲା ଖବର

ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ ପୋଲିସ ମାନୁଆଲ୍‌ ହିଁ ଅଗ୍ନିଶମ ବିଭାଗରେ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ସଙ୍ଗଠନର ସୁପରିଚାଳନା ପାଇଁ…

ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର ପୁଣି ଏକ ସାନି ମାମଲା ହୋଇଛି। ଏଥିରେ ପକ୍ଷଭୁକ୍ତ ହେବା ପାଇଁ ମଙ୍ଗଳବାର ଜମାକାରୀ…

ଝାରସୁଗୁଡ଼ାରେ ଧଳା କୁଆ

ଝାରସୁଗୁଡ଼ା ଅଫିସ,୧୩।୮: ଝାରସୁଗୁଡ଼ା ସହରର ମୁଙ୍ଗାପଡାସ୍ଥିତ ଦିପ୍ତେଓ ସୋନିଙ୍କ ଘର ନିକଟରେ ଏକ ବିରଳ ଧଳା କୁଆ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁଆ ଦୀର୍ଘ ସମୟ ଧରି ବସି ରହିବା ଓ ଉଡି ନ ପାରିବାରୁ ଦିପ୍ତେଓ ତାକୁ ଉଦ୍ଧାର…

ଦୁର୍ଦ୍ଦିନରେ ଟସର ବୁଣାକାର

ବାଲେଶ୍ୱର ଅଫିସ, ୧୩।୮-ଟସରରେ ପ୍ରସ୍ତୁତ ଧୋତି, ଶାଢ଼ି, ଯୋଡ଼, ସ୍କାର୍ଫ, ଉତ୍ତରୀୟ, ଶାର୍ଟ କପଡ଼ା, ଚାଦର ଆଦି ତିଆରି କରି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁଣାକାର ଏବେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଗତ ୪ ମାସ ଧରି…

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଔଷଧ…

ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଞ୍ଚଳକୁ ତରଭା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟରାଇଜ୍‌ କରାଯାଇଛି ବୋଲି ବିଡିଓ ନିହାର…

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ ସାମଗ୍ରୀକୁ ମିଳୁଛି ବେଶ୍‌ ପ୍ରଶଂସା। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ଅନୁଗୋଳର…

ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ: ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା

ତିହିଡ଼ି,୧୩ା୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଯେ, ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର…

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି ପଞ୍ଚମୀ ଶୁକ୍ଳ ପକ୍ଷ ରବିବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ…

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ଯେ,…

ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ

ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀରୁ ପାଣି ଉତ୍ତୋଳନ ପରେ…

କର୍ଦ୍ଦମାକ୍ତ ହୋଇପଡିଛି ଅମାମୁଣ୍ଡା-କୁହିବାହାଲ ରାସ୍ତା

ବିନିକା, ୧୩ା୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡାରୁ କୁହିବାହାଲକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ ହେଲା ଏହି ମାଟିରାସ୍ତାର ପୁନରୁଦ୍ଧାର ହୋଇନି ା ଫଳରେ ଏହି ରାସ୍ତା ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?