ମେଲାଣି ନେଲେ ମା’

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ), ୨୮ା୧୦: କୋଭିଡ୍‌ କଟକଣା ମଧ୍ୟରେ ଚଳିତବର୍ଷ କଟକ ଓ ଭୁବନେଶ୍ୱରରେ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରରେ ବିନା ଶୋଭାଯାତ୍ରା ଓ ନିରାଡମ୍ବର ଭାବେ ମା’ଙ୍କୁ ମେଲାଣି ଦିଆଯାଇଛି।
ପ୍ରତିବର୍ଷ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭସାଣି ଉତ୍ସବରେ ସାମିଲ ହୋଇଥାନ୍ତି। କଟକ ରାଣୀହାଟ ଠାରୁ ଦେବୀଗଡା ପର୍ଯ୍ୟନ୍ତ ମୂର୍ତ୍ତୀ ବିସର୍ଜନ ପାଇଁ ଲାଇନ ଲାଗିଥାଏ। ପାରମ୍ପରିକ ବାଦ୍ୟ, ଘଣ୍ଟ, ଲୋକନୃତ୍ୟର ଆସରରେ ମା’ଙ୍କୁ ମେଲାଣି ଦିଆଯାଇଥାଏ। ମାତ୍ର ଚଳିତବର୍ଷ କରୋନା ଯୋଗୁ ସବୁ ଫିକା ପଡିଛି। କୈଣସି ବାଦ୍ୟଯନ୍ତ୍ର ଶୋଭାଯାତ୍ରାରେ ସାମିଲ କରାଯାଇନାହିଁ। ପୂଜା କମିଟିର ୭ଜଣ ସଦସ୍ୟଙ୍କୁ ନେଇ ଏହି ଭସାଣକୁ ପାଳନ କରାଯାଇଥିଲା। ମୂତ୍ତିଗୁଡିକୁ ଡାଲାଅଟୋ, ଟ୍ରାକ୍ଟର ଏବଂ ଟ୍ରଲିରେ ନିଆଯାଇ ନିକଟସ୍ଥ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୧୨୨ଟି ମେଢ ବିସର୍ଜନ କରାଯାଇଥିଲା। ଚଳିତବର୍ଷ ୧୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା। ପ୍ରଶାସନ ପକ୍ଷରୁ ୪ଟି ପର୍ଯ୍ୟାୟ (ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା, ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା, ଅପରାହ୍ନ ୨ଟାରୁ ୪ଟା ଏବଂ ୪ଟାରୁ ସନ୍ଧ୍ୟା ୬ଟା) ପର୍ଯ୍ୟନ୍ତ ମୂର୍ତ୍ତୀ ବିସର୍ଜନ ପାଇଁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିବା ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ୱରରେ ମଧ୍ୟ କଟକଣା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମା’ଙ୍କ ଭସାଣୀ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଦୟାନଦୀ ଓ କୁଆଖାଇ ନଦୀ ପଠାରେ ନିର୍ମିତ ୪ଟି ଅସ୍ଥାୟୀ ପୋଖରୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯାଇଛି। ବିଏମ୍‌ସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ଓ ରାଜଧାନୀ ଶାନ୍ତି କମିଟି ସମ୍ପାଦକ ନବକିଶୋର ବେହେରାଙ୍କ ତତ୍ତ୍ୱାବଧାନରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ୬ ପ୍ଲାଟୁନ୍‌ ପୋଲିସ ସହ ମଞ୍ଚେଶ୍ୱର ଥାନା ଅଧିକାରୀ, ବିଏମ୍‌ସି ଅଧିକାରୀ ସତ୍ୟନାରାୟଣ ପାତ୍ର, ଅସୀମ ମିଶ୍ର, ସରୋଜ କୁମାର ମହାପାତ୍ର, ଜଗନ୍ନାଥ ପାତ୍ର, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସମସ୍ତ ପୂଜାମଣ୍ଡପର ମୁରବିମାନଙ୍କ ଉପସ୍ଥିତିରେ ମା’ଙ୍କର ମୂର୍ତ୍ତି ବିସର୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri