ସନ୍ଦେହ ବଢ଼ାଉଛି ବେହିସାବ ଖର୍ଚ୍ଚ

ଯାଜପୁର ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବାବଦ ପୁନରୁଦ୍ଧାର ଓ ଥଇଥାନ ରାଶିର ହିସାବ ତଥା ବିନିଯୋଗ ପ୍ରମାଣପତ୍ର(ୟୁସି)ଦେବାରେ ବିଫଳ ହୋଇଛନ୍ତି। ଗତ ୧୦ ବର୍ଷରେ ଆବଣ୍ଟିତ ହୋଇଥିବା ସିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଏନ୍‌ସିସିଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ରୁ ମିଳିଥିବା ଅନୁଦାନର ୨୮.୬୯ ପ୍ରତିଶତ ୟୁସି ଜିଲାସ୍ତରରେ ଏବଂ ବିଭାଗ ସ୍ତରରେ ୩୮.୫୧ ପ୍ରତିଶତ ୟୁସି ଦାଖଲ ବାକି ରହିଛି। ଗତ ୩୦ ତାରିଖ ସୁଦ୍ଧା ୪ଟି ବିଭାଗ ୧ ଟଙ୍କାର ବି ୟୁସି ଦାଖଲ କରି ପାରି ନ ଥିବା ସରକାରୀ ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହାବାଦ୍‌ ଗତ ୬ ତାରିଖରେ ବିଧାନସଭାରେ ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟରେ ୩୭ଟି ବିଭାଗ ମୋଟ ୪୫,୩୪୦ କୋଟି ଟଙ୍କାର ୟୁସି ଦାଖଲ କରି ନ ଥିବା ତଥ୍ୟ ପଦାକୁ ଆସିଛି। ଏଥିଯୋଗୁ ପରବର୍ତ୍ତୀ ଅନୁଦାନ ପ୍ରଦାନ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ସିଏଜି ରିପୋର୍ଟ ପରେ ଗତ ୨୧ ତାରିଖରେ ରାଜ୍ୟ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ ସୁବ୍ରତ କୁମାର ପଣ୍ଡା ରାଜ୍ୟ ନିର୍ବାହୀ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଯଥାଶୀଘ୍ର ବକେୟା ୟୁସି ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଭରଣା ପାଇଁ ଆସୁଥିବା ସରକାରୀ ଅର୍ଥକୁ ଏଭଳି ଖାମଖିଆଲ ଭାବେ ଗ୍ରହଣ କରିବା ବିପନ୍ନଙ୍କ ପାଇଁ ଉପହାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିରୁ ସହାୟତା ରାଶିର ଠିକ୍‌ ବିନିଯୋଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ, ପୁରୀ, ଖୋର୍ଦ୍ଧା, ଯାଜପୁର ଆଦି ଉପକୂଳ ଜିଲା ପାଇଁ ବନ୍ୟା ଓ ବାତ୍ୟା ଚିର ସହଚର। ନିୟମିତ ବ୍ୟବଧାନରେ ହେଉଥିବା ବନ୍ୟା ଯୋଗୁ ଏହି ଅଞ୍ଚଳବାସୀଙ୍କ ଅନେକ ସମସ୍ୟାର ସମାଧାନ ଅସମାହିତ ହୋଇରହିଛି। ଗତ ଅଗଷ୍ଟରେ ବୈତରଣୀ ଓ ବ୍ରାହ୍ମଣୀରେ ହୋଇଥିବା ବନ୍ୟା ଦୁଇ ଦଶନ୍ଧିର ସବୁଠୁ ବଡ଼ ବୋଲି କୁହାଯାଉଛି। ଏହି ବନ୍ୟାରେ ଯାଜପୁର ଜିଲାର ୨୫୮ ପଞ୍ଚାୟତ ୧୨୪୪ ଗ୍ରାମର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୧, ୨୦୧୫ ଓ ୨୦୧୭ରେ ହୋଇଥିବା ବନ୍ୟା ସାଙ୍ଗକୁ ଫାଇଲିନ, ହୁଡ୍‌ହୁଡ୍‌, ଫନୀ, ତିତ୍‌ଲି ଭଳି ବାତ୍ୟାରେ ଯାଜପୁର ଜିଲାର ବିପୁଳ ପରିମାଣର ଧନଜୀବନ ନଷ୍ଟ ହୋଇଛି। ସରକାରଙ୍କ ତରଫରୁ ଗତ ୧୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ବାବଦରେ ଯାଜପୁର ଜିଲାକୁ ୬,୮୪୮ କୋଟି ୨୩ ଲକ୍ଷ ୫୨ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ସେଥିରୁ ୪,୮୮୨ କୋଟି ୯୨ ଲକ୍ଷ ୦୪ ହଜାର ଟଙ୍କାର ୟୁସି ଦାଖଲ ହୋଇଥିବାବେଳେ ୧,୯୬୫ କୋଟି ୩୧ ଲକ୍ଷ ୪୮ ହଜାର ଟଙ୍କାର ୟୁସି ଦାଖଲ ବାକି ରହିଛି। ଏ କ୍ଷେତ୍ରରେ ପୁରୀ ଜିଲାରେ ସର୍ବାଧିକ ୭୦.୬୧% ୟୁସି ଦାଖଲ ବାକି ରହିଥିବାବେଳେ କଟକ ଜିଲାରେ ୫୨.୨୮ %, କେନ୍ଦ୍ରାପଡ଼ା ଜିଲାରେ ୪୮.୫୨%, ଖୋର୍ଦ୍ଧା ଜିଲାରେ ୪୪.୪୬ % ଓ ଯାଜପୁର ଜିଲାରେ ୨୩.୫୪% ୟୁସି ବକେୟା ପଡିଛି।
ଅନ୍ୟପକ୍ଷରେ ବିଭିନ୍ନ ବିଭାଗକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୫,୦୭୧ କୋଟି ୨୨ ଲକ୍ଷ ୬୭ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସେଥିରୁ ୧,୯୫୩ କୋଟି ୦୬ ଲକ୍ଷ ୬୫ ହଜାର ୩ଶହ ଲକ୍ଷ ଟଙ୍କାର ୟୁସି ବାକି ପଡ଼ିଛି। ଏଥିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍ବାଧିକ ୯୯.୫୩% ୟୁସି ଦାଖଲ କରାଯାଇନାହିଁ। ଏହି ବିଭାଗକୁ ୨୨୬ କୋଟି ୦୪ ଲକ୍ଷ ୨୦ ହଜାର ୧ ଶହ ଟଙ୍କା ପ୍ରଦାନ କରାଯାଇଥିବାବେଳେ ମାତ୍ର ୧ କୋଟି ୦୪ଲକ୍ଷ ୨୦ ହଜାର ୧ଶହ ଲକ୍ଷ ଟଙ୍କାର ୟୁସି ଦାଖଲ ହୋଇଛି। ୪ଟି ବିଭାଗ ଯଥା ସୂଚନା ଓ ଲୋକ ସମ୍ପର୍କ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଏବଂ ଡିଜି ପୋଲିସ ୧ ଟଙ୍କାର ବି ୟୁସି ଦାଖଲ କରି ପାରିନାହାନ୍ତି। ଏହିସବୁ ତଥ୍ୟକୁ ଅବଲୋକନ କଲେ ଅନୁଦାନ ବିନିଯୋଗର ସ୍ବଚ୍ଛତା ଉପରେ ସଂଶୟ ସୃଷ୍ଟି ହେଉଥିବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।

 

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri