ସନ୍ଦେହ ବଢ଼ାଉଛି ବେହିସାବ ଖର୍ଚ୍ଚ

ଯାଜପୁର ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବାବଦ ପୁନରୁଦ୍ଧାର ଓ ଥଇଥାନ ରାଶିର ହିସାବ ତଥା ବିନିଯୋଗ ପ୍ରମାଣପତ୍ର(ୟୁସି)ଦେବାରେ ବିଫଳ ହୋଇଛନ୍ତି। ଗତ ୧୦ ବର୍ଷରେ ଆବଣ୍ଟିତ ହୋଇଥିବା ସିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଏନ୍‌ସିସିଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ରୁ ମିଳିଥିବା ଅନୁଦାନର ୨୮.୬୯ ପ୍ରତିଶତ ୟୁସି ଜିଲାସ୍ତରରେ ଏବଂ ବିଭାଗ ସ୍ତରରେ ୩୮.୫୧ ପ୍ରତିଶତ ୟୁସି ଦାଖଲ ବାକି ରହିଛି। ଗତ ୩୦ ତାରିଖ ସୁଦ୍ଧା ୪ଟି ବିଭାଗ ୧ ଟଙ୍କାର ବି ୟୁସି ଦାଖଲ କରି ପାରି ନ ଥିବା ସରକାରୀ ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହାବାଦ୍‌ ଗତ ୬ ତାରିଖରେ ବିଧାନସଭାରେ ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟରେ ୩୭ଟି ବିଭାଗ ମୋଟ ୪୫,୩୪୦ କୋଟି ଟଙ୍କାର ୟୁସି ଦାଖଲ କରି ନ ଥିବା ତଥ୍ୟ ପଦାକୁ ଆସିଛି। ଏଥିଯୋଗୁ ପରବର୍ତ୍ତୀ ଅନୁଦାନ ପ୍ରଦାନ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ସିଏଜି ରିପୋର୍ଟ ପରେ ଗତ ୨୧ ତାରିଖରେ ରାଜ୍ୟ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ ସୁବ୍ରତ କୁମାର ପଣ୍ଡା ରାଜ୍ୟ ନିର୍ବାହୀ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଯଥାଶୀଘ୍ର ବକେୟା ୟୁସି ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଭରଣା ପାଇଁ ଆସୁଥିବା ସରକାରୀ ଅର୍ଥକୁ ଏଭଳି ଖାମଖିଆଲ ଭାବେ ଗ୍ରହଣ କରିବା ବିପନ୍ନଙ୍କ ପାଇଁ ଉପହାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିରୁ ସହାୟତା ରାଶିର ଠିକ୍‌ ବିନିଯୋଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ, ପୁରୀ, ଖୋର୍ଦ୍ଧା, ଯାଜପୁର ଆଦି ଉପକୂଳ ଜିଲା ପାଇଁ ବନ୍ୟା ଓ ବାତ୍ୟା ଚିର ସହଚର। ନିୟମିତ ବ୍ୟବଧାନରେ ହେଉଥିବା ବନ୍ୟା ଯୋଗୁ ଏହି ଅଞ୍ଚଳବାସୀଙ୍କ ଅନେକ ସମସ୍ୟାର ସମାଧାନ ଅସମାହିତ ହୋଇରହିଛି। ଗତ ଅଗଷ୍ଟରେ ବୈତରଣୀ ଓ ବ୍ରାହ୍ମଣୀରେ ହୋଇଥିବା ବନ୍ୟା ଦୁଇ ଦଶନ୍ଧିର ସବୁଠୁ ବଡ଼ ବୋଲି କୁହାଯାଉଛି। ଏହି ବନ୍ୟାରେ ଯାଜପୁର ଜିଲାର ୨୫୮ ପଞ୍ଚାୟତ ୧୨୪୪ ଗ୍ରାମର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୧, ୨୦୧୫ ଓ ୨୦୧୭ରେ ହୋଇଥିବା ବନ୍ୟା ସାଙ୍ଗକୁ ଫାଇଲିନ, ହୁଡ୍‌ହୁଡ୍‌, ଫନୀ, ତିତ୍‌ଲି ଭଳି ବାତ୍ୟାରେ ଯାଜପୁର ଜିଲାର ବିପୁଳ ପରିମାଣର ଧନଜୀବନ ନଷ୍ଟ ହୋଇଛି। ସରକାରଙ୍କ ତରଫରୁ ଗତ ୧୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ବାବଦରେ ଯାଜପୁର ଜିଲାକୁ ୬,୮୪୮ କୋଟି ୨୩ ଲକ୍ଷ ୫୨ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ସେଥିରୁ ୪,୮୮୨ କୋଟି ୯୨ ଲକ୍ଷ ୦୪ ହଜାର ଟଙ୍କାର ୟୁସି ଦାଖଲ ହୋଇଥିବାବେଳେ ୧,୯୬୫ କୋଟି ୩୧ ଲକ୍ଷ ୪୮ ହଜାର ଟଙ୍କାର ୟୁସି ଦାଖଲ ବାକି ରହିଛି। ଏ କ୍ଷେତ୍ରରେ ପୁରୀ ଜିଲାରେ ସର୍ବାଧିକ ୭୦.୬୧% ୟୁସି ଦାଖଲ ବାକି ରହିଥିବାବେଳେ କଟକ ଜିଲାରେ ୫୨.୨୮ %, କେନ୍ଦ୍ରାପଡ଼ା ଜିଲାରେ ୪୮.୫୨%, ଖୋର୍ଦ୍ଧା ଜିଲାରେ ୪୪.୪୬ % ଓ ଯାଜପୁର ଜିଲାରେ ୨୩.୫୪% ୟୁସି ବକେୟା ପଡିଛି।
ଅନ୍ୟପକ୍ଷରେ ବିଭିନ୍ନ ବିଭାଗକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୫,୦୭୧ କୋଟି ୨୨ ଲକ୍ଷ ୬୭ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସେଥିରୁ ୧,୯୫୩ କୋଟି ୦୬ ଲକ୍ଷ ୬୫ ହଜାର ୩ଶହ ଲକ୍ଷ ଟଙ୍କାର ୟୁସି ବାକି ପଡ଼ିଛି। ଏଥିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍ବାଧିକ ୯୯.୫୩% ୟୁସି ଦାଖଲ କରାଯାଇନାହିଁ। ଏହି ବିଭାଗକୁ ୨୨୬ କୋଟି ୦୪ ଲକ୍ଷ ୨୦ ହଜାର ୧ ଶହ ଟଙ୍କା ପ୍ରଦାନ କରାଯାଇଥିବାବେଳେ ମାତ୍ର ୧ କୋଟି ୦୪ଲକ୍ଷ ୨୦ ହଜାର ୧ଶହ ଲକ୍ଷ ଟଙ୍କାର ୟୁସି ଦାଖଲ ହୋଇଛି। ୪ଟି ବିଭାଗ ଯଥା ସୂଚନା ଓ ଲୋକ ସମ୍ପର୍କ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଏବଂ ଡିଜି ପୋଲିସ ୧ ଟଙ୍କାର ବି ୟୁସି ଦାଖଲ କରି ପାରିନାହାନ୍ତି। ଏହିସବୁ ତଥ୍ୟକୁ ଅବଲୋକନ କଲେ ଅନୁଦାନ ବିନିଯୋଗର ସ୍ବଚ୍ଛତା ଉପରେ ସଂଶୟ ସୃଷ୍ଟି ହେଉଥିବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।

 

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?