ପୂଜାରେ ଶୃଙ୍ଖଳା, ଭସାଣିରେ ବିଶୃଙ୍ଖଳା

ଅନୁଗୋଳ ଅଫିସ, ୨୮ା୧୦ – ପୂଜାକୁ ନେଇ ସରକାର କଟକଣା ଜାରି କରିଥିଲେ। ଆବଦ୍ଧ ମଣ୍ଡପରେ ମାତ୍ର ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। ସେହିପରି ବିନା ଶୋଭାଯାତ୍ରାରେ ଭସାଣି ପାଇଁ ନିର୍ଦ୍ଦେଶ ମଧ୍ୟ ରହିଥିଲା। ହେଲେ ଅନୁଗୋଳରେ ପୂଜା ଶାନ୍ତିଶୃଙ୍ଖଳାରେ ହୋଇଥିଲେ ବି ମଙ୍ଗଳବାର ଭସାଣିରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। କେତୋଟି ପୂଜା କମିଟି ଅମାନିଆ ହୋଇ ଭସାଣି ଶୋଭାଯାତ୍ରା ବାହାର କରିଥିବା ବେଳେ ପୋଲିସ ଅଟକାଇଥିଲା। ସେହିପରି ପ୍ରଶାସନ କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକ ବିସର୍ଜନ କରାଯାଇ ନ ଥିଲା।
ପାର୍ବଣ ସମୟରେ କଟକଣା ପାଳନରେ ଢିଲା ହେଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ। ଏ ନେଇ ସରକାର ବାରମ୍ବାର ଚେତାଇ ଦେଇଥିଲେ। ସମସ୍ତ ନିୟମାବଳୀ ଯେପରି କଡ଼ାକଡ଼ି ପାଳନ ହୁଏ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା କମିଟିକୁ ଡକାଯାଇ ଆଲୋଚନା କରାଯାଇଥିଲା। କମିଟି କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ। ମା’ଙ୍କ ମଣ୍ଡପ ସେପରି ସାଜସଜ୍ଜା ହୋଇ ନ ଥିଲା କି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁଯୋଗ ଦିଆଯାଇ ନ ଥିଲା। ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ସବୁ ମଣ୍ଡପର ସମ୍ମୁଖ ଭାଗକୁ ପାଲ ଦ୍ୱାରା ଆବଦ୍ଧ କରାଯାଇଥିଲା। କିନ୍ତୁ ମଙ୍ଗଳବାର ଭସାଣି ବେଳେ ଏକ କମିଟି ପକ୍ଷରୁ ସିଂଘ ବାଜାକୁ ସାମିଲ କରାଯାଇଥିଲା। ଏହା ଜାଣିବା ପରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚତ୍ ଏପରି ଶୋଭାଯାତ୍ରାକୁ ବନ୍ଦ କରାଇଥିଲେ। ସେହିପରି ଆଉ ଏକ କମିଟି ମେଢ଼ ଶୋଭାଯାତ୍ରା କରି ମାର୍କେଟ ମୁହଁା ହୋଇଥିବା ବେଳେ ପୋଲିସ ପହଞ୍ଚତ୍ ଅଟକାଇଥିଲା। ପରେ ଉକ୍ତ ମେଢ଼କୁ ଆଖଣ୍ଡଳମଣି ରାସ୍ତା ଦେଇ ନିଆଯାଇ ନାରଣସାଗର ନିକଟ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ଅନ୍ୟ ଏକ କମିଟି କର୍ମକର୍ତ୍ତା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ନ କରିବା ସହ ମାଜିଷ୍ଟ୍ରେଟଙ୍କ ସହ ମୁହଁାମୁହିଁ ହୋଇଥିବା ଦେଖାଯାଇଥିଲା। ଅପରପକ୍ଷରେ ପ୍ରଶାସନ ଅପରିଷ୍କାର ସ୍ଥାନରେ ଅସ୍ଥାୟୀ ପୋଖରୀ କରିଥିବାରୁ ଏପରି ଅସୁବିଧା ହୋଇଥିବା କେତୋଟି କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ଏଣିକି ବାଧ୍ୟତାମୂଳକ କରାଯିବ
ପ୍ରଶାସନ କରିଥିବା ଅସ୍ଥାୟୀ ପୋଖରୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରା ନ ଯିବା ଦୁଃଖଦାୟକ। ଆଗକୁ ଏମିତି କରାଯିବାକୁ ଅନୁମତି ଦିଆଯିବ ନାହିଁ। ପୂଜା କମିଟିଗୁଡ଼ିକ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ବାଧ୍ୟତାମୂଳକ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି
ସରକାରୀ କଟକଣାକୁ ସହରବାସୀ ମାନିଛନ୍ତି। ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ଶେଷ ହୋଇଛି। କେତେକ ସ୍ଥାନରେ କିଛି ଅମାନିଆ ବାଜା ଆଣି ଶୋଭାଯାତ୍ରାକୁ ଆସିଥିଲେ। ସେମାନଙ୍କୁ ବନ୍ଦ କରାଯାଇଥିଲା।
-ରମେଶ ଚନ୍ଦ୍ର ବିଶୋଇ, ଥାନା ଅଧିକାରୀ
ପ୍ରଶାସନ କଠୋର ହେବା ଆବଶ୍ୟକ
ପ୍ରଶାସନ କରିଥିବା ନିୟମକୁ କେତୋଟି ପୂଜା କମିଟି ଅଣଦେଖା କରିଛନ୍ତି। ଗତବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀରେ ଗୋଟିଏ ହେଲେ ବି ମେଢ଼ ବିସର୍ଜନ ହୋଇ ନ ଥିଲା। ଏଥର ମଧ୍ୟ ସମାନ ଅବସ୍ଥା। ପ୍ରଶାସନ କଠୋର ହେଲେ ଏପରି ହୁଅନ୍ତା ନାହିଁ।
-ବିଶ୍ୱରଞ୍ଜନ ପଟ୍ଟନାୟକ, ସହରବାସୀ
ବିଶୃଙ୍ଖଳା ସମ୍ପର୍କରେ ଆଲୋଚନା କରାଯିବ
ଶୃଙ୍ଖଳାର ସହ ପୂଜା ଶେଷ ହୋଇଛି। କେତୋଟି ମଣ୍ଡପ କର୍ମକର୍ତ୍ତା ଶୋଭାଯାତ୍ରାରେ ଭସାଣି କରିବା ପାଇଁ ବାହାରିଥିଲେ। ପୋଲିସ ଏହାକୁ ବନ୍ଦ କରି ଭଲ କରିଛି। ଆଗକୁ ହେବାକୁ ଥିବା ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିବ।
-ଦିଲୀପ ପ୍ରଧାନ, ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ଉଦ୍ୟୋଗୀମାନଙ୍କୁ ମାଗଣାରେ ମିଳିବ ଋଣ-ସବସିଡ଼ି: ବିକଶିତ ଓଡ଼ିଶା ପାଇଁ ଏମଏସଏମଇ…

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ରେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିକଶିତ ଓଡ଼ିଶା…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

ଖେତ ବଚାଓ ଅଭିଯାନକୁ ମିଳିଲା ନୂଆ ଗତି: ଜୈବସାର ପ୍ରଚାରରେ ଅଗ୍ରଣୀ ଗଞ୍ଜାମ ଏଫପିସି

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌) ଅଧୀନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ପକ୍ଷରୁ ଜୈବସାରର ବୈଜ୍ଞାନିକ ପ୍ରଚାର ଏବଂ ସନ୍ତୁଳିତ ସାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri