ପୂଜାରେ ଶୃଙ୍ଖଳା, ଭସାଣିରେ ବିଶୃଙ୍ଖଳା

ଅନୁଗୋଳ ଅଫିସ, ୨୮ା୧୦ – ପୂଜାକୁ ନେଇ ସରକାର କଟକଣା ଜାରି କରିଥିଲେ। ଆବଦ୍ଧ ମଣ୍ଡପରେ ମାତ୍ର ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। ସେହିପରି ବିନା ଶୋଭାଯାତ୍ରାରେ ଭସାଣି ପାଇଁ ନିର୍ଦ୍ଦେଶ ମଧ୍ୟ ରହିଥିଲା। ହେଲେ ଅନୁଗୋଳରେ ପୂଜା ଶାନ୍ତିଶୃଙ୍ଖଳାରେ ହୋଇଥିଲେ ବି ମଙ୍ଗଳବାର ଭସାଣିରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। କେତୋଟି ପୂଜା କମିଟି ଅମାନିଆ ହୋଇ ଭସାଣି ଶୋଭାଯାତ୍ରା ବାହାର କରିଥିବା ବେଳେ ପୋଲିସ ଅଟକାଇଥିଲା। ସେହିପରି ପ୍ରଶାସନ କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକ ବିସର୍ଜନ କରାଯାଇ ନ ଥିଲା।
ପାର୍ବଣ ସମୟରେ କଟକଣା ପାଳନରେ ଢିଲା ହେଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ। ଏ ନେଇ ସରକାର ବାରମ୍ବାର ଚେତାଇ ଦେଇଥିଲେ। ସମସ୍ତ ନିୟମାବଳୀ ଯେପରି କଡ଼ାକଡ଼ି ପାଳନ ହୁଏ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା କମିଟିକୁ ଡକାଯାଇ ଆଲୋଚନା କରାଯାଇଥିଲା। କମିଟି କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ। ମା’ଙ୍କ ମଣ୍ଡପ ସେପରି ସାଜସଜ୍ଜା ହୋଇ ନ ଥିଲା କି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁଯୋଗ ଦିଆଯାଇ ନ ଥିଲା। ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ସବୁ ମଣ୍ଡପର ସମ୍ମୁଖ ଭାଗକୁ ପାଲ ଦ୍ୱାରା ଆବଦ୍ଧ କରାଯାଇଥିଲା। କିନ୍ତୁ ମଙ୍ଗଳବାର ଭସାଣି ବେଳେ ଏକ କମିଟି ପକ୍ଷରୁ ସିଂଘ ବାଜାକୁ ସାମିଲ କରାଯାଇଥିଲା। ଏହା ଜାଣିବା ପରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚତ୍ ଏପରି ଶୋଭାଯାତ୍ରାକୁ ବନ୍ଦ କରାଇଥିଲେ। ସେହିପରି ଆଉ ଏକ କମିଟି ମେଢ଼ ଶୋଭାଯାତ୍ରା କରି ମାର୍କେଟ ମୁହଁା ହୋଇଥିବା ବେଳେ ପୋଲିସ ପହଞ୍ଚତ୍ ଅଟକାଇଥିଲା। ପରେ ଉକ୍ତ ମେଢ଼କୁ ଆଖଣ୍ଡଳମଣି ରାସ୍ତା ଦେଇ ନିଆଯାଇ ନାରଣସାଗର ନିକଟ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ଅନ୍ୟ ଏକ କମିଟି କର୍ମକର୍ତ୍ତା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ନ କରିବା ସହ ମାଜିଷ୍ଟ୍ରେଟଙ୍କ ସହ ମୁହଁାମୁହିଁ ହୋଇଥିବା ଦେଖାଯାଇଥିଲା। ଅପରପକ୍ଷରେ ପ୍ରଶାସନ ଅପରିଷ୍କାର ସ୍ଥାନରେ ଅସ୍ଥାୟୀ ପୋଖରୀ କରିଥିବାରୁ ଏପରି ଅସୁବିଧା ହୋଇଥିବା କେତୋଟି କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ଏଣିକି ବାଧ୍ୟତାମୂଳକ କରାଯିବ
ପ୍ରଶାସନ କରିଥିବା ଅସ୍ଥାୟୀ ପୋଖରୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରା ନ ଯିବା ଦୁଃଖଦାୟକ। ଆଗକୁ ଏମିତି କରାଯିବାକୁ ଅନୁମତି ଦିଆଯିବ ନାହିଁ। ପୂଜା କମିଟିଗୁଡ଼ିକ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ବାଧ୍ୟତାମୂଳକ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି
ସରକାରୀ କଟକଣାକୁ ସହରବାସୀ ମାନିଛନ୍ତି। ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ଶେଷ ହୋଇଛି। କେତେକ ସ୍ଥାନରେ କିଛି ଅମାନିଆ ବାଜା ଆଣି ଶୋଭାଯାତ୍ରାକୁ ଆସିଥିଲେ। ସେମାନଙ୍କୁ ବନ୍ଦ କରାଯାଇଥିଲା।
-ରମେଶ ଚନ୍ଦ୍ର ବିଶୋଇ, ଥାନା ଅଧିକାରୀ
ପ୍ରଶାସନ କଠୋର ହେବା ଆବଶ୍ୟକ
ପ୍ରଶାସନ କରିଥିବା ନିୟମକୁ କେତୋଟି ପୂଜା କମିଟି ଅଣଦେଖା କରିଛନ୍ତି। ଗତବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀରେ ଗୋଟିଏ ହେଲେ ବି ମେଢ଼ ବିସର୍ଜନ ହୋଇ ନ ଥିଲା। ଏଥର ମଧ୍ୟ ସମାନ ଅବସ୍ଥା। ପ୍ରଶାସନ କଠୋର ହେଲେ ଏପରି ହୁଅନ୍ତା ନାହିଁ।
-ବିଶ୍ୱରଞ୍ଜନ ପଟ୍ଟନାୟକ, ସହରବାସୀ
ବିଶୃଙ୍ଖଳା ସମ୍ପର୍କରେ ଆଲୋଚନା କରାଯିବ
ଶୃଙ୍ଖଳାର ସହ ପୂଜା ଶେଷ ହୋଇଛି। କେତୋଟି ମଣ୍ଡପ କର୍ମକର୍ତ୍ତା ଶୋଭାଯାତ୍ରାରେ ଭସାଣି କରିବା ପାଇଁ ବାହାରିଥିଲେ। ପୋଲିସ ଏହାକୁ ବନ୍ଦ କରି ଭଲ କରିଛି। ଆଗକୁ ହେବାକୁ ଥିବା ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିବ।
-ଦିଲୀପ ପ୍ରଧାନ, ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri