କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିମ୍ବସାହିରୁ ୨୨, ଏସସିବି ଆଇସୋଲେଶନ ଓ୍ବାର୍ଡରୁ ୯, ୫ ଜଣ କରୋନା…
ହାଜତ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା
ଜୟପୁର,୩୦ା୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ହାଜତ ଭିତରେ ଜଣେ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଜାରି ରହିଛି।…
ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସବୁ ସୁବିଧା କଲା ଗଞ୍ଜାମ ଜିଲା ପ୍ରଶାସନ: ଟୁଇଟ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ରହିବା, ବସ୍ ଆଦି ସମସ୍ତ ସୁବିଧା କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ଶିତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଖଲିକୋଟ କଲେଜ ଅଞ୍ଚଳରେ ଥିବା…
ସହାୟ ଆପ୍ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ୍ ଜରିଆରେ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ମାଗଣା ଔଷଧ…
ଖୁଦୁରୁକୁଣୀ ଓଷା କରିବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ
ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ଟାକେରା ବରୁସାହିର କିଛି ଯୁବତୀ ଖୁଦୁରୁକୁଣୀ ଓଷା କରିଥିଲେ। ଆଜି ସକାଳେ…
ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ। ସୂଚନାଯୋଗ୍ୟ, ସକାଳେ ଉକ୍ତ ଗ୍ରାମର…
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍: ସ୍ତ୍ରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ନେଲେ ୧୨ ଭରି ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା
ବ୍ରହ୍ମପୁର ଅଫିସ,୩୦।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଶଟ୍ଡାଉନ୍ ଜାରିରହିଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି। ଏହାସତ୍ତ୍ୱେ ଡକାୟତ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ମହାନ୍ତି ସାହିରେ ରହୁଥିବା ଅବସରପ୍ରାପ୍ତ…
ଖାକିରେ ଦାଗ: ଏସ୍ଆଇ ନିଲମ୍ବିତ, ୨ ହୋମ୍ଗାର୍ଡ ଗିରଫ
ମାଲକାନଗିରି,୩୦।୮(ସ୍ବ.ପ୍ର.): ଖାକି ପୋଷାକରେ ଦାଗ। ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ଏସ୍ଆଇ ନିଲମ୍ବିତ ଓ ଏଏସ୍ଆଇଙ୍କ ନାମରେ ମାମଲା ରୁଜୁ , ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ମୁଦୁଲିପଡା…
ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍ । ସମ୍ପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବା ପରେ ଆସିଆନା ମୁକ୍ତ ଆଶ୍ରୟସ୍ଥଳୀରେ…
ଶ୍ରୀନଅରରେ ସୁନିଆ: ଚାଲିଲା ୬୩ ଅଙ୍କ, ୧୪୨୮ ସାଲ
ପୁରୀ ଅଫିସ,୩୦। ୮: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୨ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ୬୩ ଅଙ୍କ ଏବଂ ୧୪୨୮ ସାଲ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା। ଶ୍ରୀନଅରର…
ସୁଜାତାନଗରବାସୀ ଜଳବନ୍ଦୀ: ଏସ୍ଆର୍ସିଙ୍କୁ ଟୁଇଟ୍ ପରେ ମଧ୍ୟ ପଦକ୍ଷେପ ଶୂନ
ପୁରୀ ଅଫିସ,୩୦। ୮: ପ୍ରତିବର୍ଷ ବର୍ଷାଦିନେ ସୁଜାତାନଗର ଏବଂ ମାଟିତୋଟା ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ମାସାଧିକ କାଳ ସେମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଏଥର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସମାନ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଦୁଇଦିନ ପୂର୍ବରୁ ହୋଇଥିବା ବର୍ଷା ଯୋଗୁ…
ଖୋର୍ଦ୍ଧାରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ
ଖୋର୍ଦ୍ଧା ଅଫିସ,୩୦। ୮: ହିରାକୁଦ ଗେଟ୍ ଖୋଲାଯିବା ପରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି।…

