ଅଳିଆ ବୋଝରେ ଆଦର୍ଶ ସହର

ଢେଙ୍କାନାଳ ଅଫିସ, ୨୬।୧୧: ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା। ଡଷ୍ଟବିନ୍‌ ଭର୍ତ୍ତି ହୋଇ ତଳେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଦୁର୍ଗନ୍ଧମୟ ପରିବେଶ ସୌନ୍ଦର୍ଯ୍ୟ ବିଗାଡୁଛି। ଅଳିଆ ବୋଝରୁ ଆଦର୍ଶ ସହର ଢେଙ୍କାନାଳ ମୁଣ୍ଡ ଟେକି ପାରୁ ନ ଥିବାବେଳେ ପୌରସଂସ୍ଥାର ପରିମଳ ପରିଚାଳନା ଉପରେ ସହରବାସୀ ଉଠାଇଛନ୍ତି ପ୍ରଶ୍ନବାଚୀ।
ପ୍ରାକୃତିକ ପରିବେଶରେ ଭରପୂର ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ସହରର ପରିମଳ ବ୍ୟବସ୍ଥା ସଜାଡ଼ିବା, ସୌନ୍ଦର୍ଯ୍ୟକରଣ ବଢ଼ାଇବା ସହ ସହରବାସୀଙ୍କୁ ସ୍ବଚ୍ଛ ପରିବେଶରେ ଜୀବନଯାପନ ଲାଗି ସୁଯୋଗ ଦେବା ନିମନ୍ତେ ପୌରସଂସ୍ଥା ପକ୍ଷରୁୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗଁା ପରିମଳ ଧୋବା ତୁଠରୁ ଭଳି ସହରକୁ ପ୍ରବେଶ କରୁ କରୁ ଆଖିରେ ପଡୁଛି ଦୟନୀୟ ପରିମଳ ପରିଚାଳନାର ଚିତ୍ର। ପ୍ରମୁଖ ରାସ୍ତା ପାର୍ଶ୍ୱ, ଗଳିକନ୍ଦି, ଐତିହ୍ୟ ସମ୍ପନ୍ନ ମନ୍ଦିର, ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜମୁଥିବା ଆବର୍ଜନା ଅସ୍ଥାୟୀ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ପୌରାଞ୍ଚଳର ଆବର୍ଜନା ସଫେଇ ଲାଗି ସ୍ବଚ୍ଛସାଥୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଓ୍ବାର୍ଡରୁ ନିୟମିତ ଅଳିଆ ସଂଗ୍ରହ କରିବାକୁ ୨୦ ବ୍ୟାଟେରି ଚାଳିତ ଗାଡ଼ି ନିୟୋଜିତ ହୋଇଛି। ଏଥିସହ ଘରୁ ଆବର୍ଜନା ସଂଗ୍ରହ ଲାଗି ପୃଥକ୍‌ ଭାବେ ପୌର କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ଓ୍ବାର୍ଡ ପିଛା ପ୍ରତିମାସରେ ଖର୍ଚ୍ଚ ହେଉଛି ହାରାହାରି ୧ ଲକ୍ଷ ଟଙ୍କା। ଏସବୁ ସତ୍ତ୍ୱେ ୪-୫ ଦିନ ଧରି ଆବର୍ଜନା ଜମି ରହୁଛି। ୩ନଂ. ୱାର୍ଡ ଲଳିତ ନଗରରେ ଅଧିକାଂଶ ପୌର କର୍ମଚାରୀ ରହୁଛନ୍ତି। ସମ୍ପୃକ୍ତ ଓ୍ବାର୍ଡର ବାସିନ୍ଦା ଅଳିଆ ଉଠାଇବା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି। ସେହିପରି ଆବର୍ଜନା ପରିଚାଳନା ଲାଗି ପୌରସଂସ୍ଥାର ୨୩ ଓ୍ବାର୍ଡରେ ଉଭୟ ପ୍ଲାଷ୍ଟିକ ଏବଂ ଢାଙ୍କୁଣି ଯୁକ୍ତ ଡଷ୍ଟବିନ୍‌ ରଖାଯାଇଛି। ତେବେ ଦୀର୍ଘଦିନ ଧରି ଏଗୁଡ଼ିକୁ ଖାଲି କରାଯାଉ ନ ଥିବାରୁ ଅଳିଆ ଭର୍ତ୍ତି ହୋଇ ତଳେ ଗଦା ହେଉଛି। ସୂଚନା ଦେବା ସତ୍ତ୍ୱେ ଅଳିଆ ଗାଡି ଆସୁ ନ ଥିବା ଅଭିଯୋଗ ହେଉଛି। ସେହିପରି କୁଞ୍ଜକାନ୍ତସ୍ଥିତ ବ୍ଲକ ଓ ମତ୍ସ୍ୟ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖ ପ୍ରମୁଖ ରାସ୍ତା କଡ଼ରେ ଅଳିଆ ଗଦା ହୋଇ ରହୁଛି। ଅଭିଯୋଗ କଲେ ଉପରଠାଉରିଆ ଉତ୍ତର ମିଳୁଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି। ସହରରେ କରୋନା ସଂକ୍ରମଣ ବଢୁଥିବାବେଳେ ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ବିଶେଷ ଧ୍ୟାନ ଦିଆଯାଉଥିବା ପୌରସଂସ୍ଥା ପକ୍ଷରୁ କୁହାଯାଉଛି। ଜନତାଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ହେଲେ ଏସବୁ କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଦିନକ ପୂର୍ବରୁ ସଫେଇ ଦାୟିତ୍ୱରେ ଥିବା ସ୍ବଚ୍ଛସାଥୀଙ୍କୁ ଅଳିଆ ଉଠାଇବା ପାଇଁ କୁହାଯାଇଥିଲା। କାହିଁକି ଉଠାଇ ନାହାନ୍ତି ସେ ପଚାରି ବୁଝିବେ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?