ଅଳିଆ ବୋଝରେ ଆଦର୍ଶ ସହର

ଢେଙ୍କାନାଳ ଅଫିସ, ୨୬।୧୧: ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା। ଡଷ୍ଟବିନ୍‌ ଭର୍ତ୍ତି ହୋଇ ତଳେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଦୁର୍ଗନ୍ଧମୟ ପରିବେଶ ସୌନ୍ଦର୍ଯ୍ୟ ବିଗାଡୁଛି। ଅଳିଆ ବୋଝରୁ ଆଦର୍ଶ ସହର ଢେଙ୍କାନାଳ ମୁଣ୍ଡ ଟେକି ପାରୁ ନ ଥିବାବେଳେ ପୌରସଂସ୍ଥାର ପରିମଳ ପରିଚାଳନା ଉପରେ ସହରବାସୀ ଉଠାଇଛନ୍ତି ପ୍ରଶ୍ନବାଚୀ।
ପ୍ରାକୃତିକ ପରିବେଶରେ ଭରପୂର ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ସହରର ପରିମଳ ବ୍ୟବସ୍ଥା ସଜାଡ଼ିବା, ସୌନ୍ଦର୍ଯ୍ୟକରଣ ବଢ଼ାଇବା ସହ ସହରବାସୀଙ୍କୁ ସ୍ବଚ୍ଛ ପରିବେଶରେ ଜୀବନଯାପନ ଲାଗି ସୁଯୋଗ ଦେବା ନିମନ୍ତେ ପୌରସଂସ୍ଥା ପକ୍ଷରୁୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗଁା ପରିମଳ ଧୋବା ତୁଠରୁ ଭଳି ସହରକୁ ପ୍ରବେଶ କରୁ କରୁ ଆଖିରେ ପଡୁଛି ଦୟନୀୟ ପରିମଳ ପରିଚାଳନାର ଚିତ୍ର। ପ୍ରମୁଖ ରାସ୍ତା ପାର୍ଶ୍ୱ, ଗଳିକନ୍ଦି, ଐତିହ୍ୟ ସମ୍ପନ୍ନ ମନ୍ଦିର, ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜମୁଥିବା ଆବର୍ଜନା ଅସ୍ଥାୟୀ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ପୌରାଞ୍ଚଳର ଆବର୍ଜନା ସଫେଇ ଲାଗି ସ୍ବଚ୍ଛସାଥୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଓ୍ବାର୍ଡରୁ ନିୟମିତ ଅଳିଆ ସଂଗ୍ରହ କରିବାକୁ ୨୦ ବ୍ୟାଟେରି ଚାଳିତ ଗାଡ଼ି ନିୟୋଜିତ ହୋଇଛି। ଏଥିସହ ଘରୁ ଆବର୍ଜନା ସଂଗ୍ରହ ଲାଗି ପୃଥକ୍‌ ଭାବେ ପୌର କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ଓ୍ବାର୍ଡ ପିଛା ପ୍ରତିମାସରେ ଖର୍ଚ୍ଚ ହେଉଛି ହାରାହାରି ୧ ଲକ୍ଷ ଟଙ୍କା। ଏସବୁ ସତ୍ତ୍ୱେ ୪-୫ ଦିନ ଧରି ଆବର୍ଜନା ଜମି ରହୁଛି। ୩ନଂ. ୱାର୍ଡ ଲଳିତ ନଗରରେ ଅଧିକାଂଶ ପୌର କର୍ମଚାରୀ ରହୁଛନ୍ତି। ସମ୍ପୃକ୍ତ ଓ୍ବାର୍ଡର ବାସିନ୍ଦା ଅଳିଆ ଉଠାଇବା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି। ସେହିପରି ଆବର୍ଜନା ପରିଚାଳନା ଲାଗି ପୌରସଂସ୍ଥାର ୨୩ ଓ୍ବାର୍ଡରେ ଉଭୟ ପ୍ଲାଷ୍ଟିକ ଏବଂ ଢାଙ୍କୁଣି ଯୁକ୍ତ ଡଷ୍ଟବିନ୍‌ ରଖାଯାଇଛି। ତେବେ ଦୀର୍ଘଦିନ ଧରି ଏଗୁଡ଼ିକୁ ଖାଲି କରାଯାଉ ନ ଥିବାରୁ ଅଳିଆ ଭର୍ତ୍ତି ହୋଇ ତଳେ ଗଦା ହେଉଛି। ସୂଚନା ଦେବା ସତ୍ତ୍ୱେ ଅଳିଆ ଗାଡି ଆସୁ ନ ଥିବା ଅଭିଯୋଗ ହେଉଛି। ସେହିପରି କୁଞ୍ଜକାନ୍ତସ୍ଥିତ ବ୍ଲକ ଓ ମତ୍ସ୍ୟ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖ ପ୍ରମୁଖ ରାସ୍ତା କଡ଼ରେ ଅଳିଆ ଗଦା ହୋଇ ରହୁଛି। ଅଭିଯୋଗ କଲେ ଉପରଠାଉରିଆ ଉତ୍ତର ମିଳୁଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି। ସହରରେ କରୋନା ସଂକ୍ରମଣ ବଢୁଥିବାବେଳେ ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ବିଶେଷ ଧ୍ୟାନ ଦିଆଯାଉଥିବା ପୌରସଂସ୍ଥା ପକ୍ଷରୁ କୁହାଯାଉଛି। ଜନତାଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ହେଲେ ଏସବୁ କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଦିନକ ପୂର୍ବରୁ ସଫେଇ ଦାୟିତ୍ୱରେ ଥିବା ସ୍ବଚ୍ଛସାଥୀଙ୍କୁ ଅଳିଆ ଉଠାଇବା ପାଇଁ କୁହାଯାଇଥିଲା। କାହିଁକି ଉଠାଇ ନାହାନ୍ତି ସେ ପଚାରି ବୁଝିବେ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri