ଗଛ ଜଗିଛନ୍ତି ଗଞ୍ଜେଇ ଚାଷୀ

ବଇଣ୍ଡା,୨୬ା୧୧(ପରିକ୍ଷିତ ସାହୁ): ପ୍ରତିବର୍ଷ ଚଢ଼ାଉ ହେଉଛି। ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି। ଶତାଧିକ ମାମଲା ସହ ବେଆଇନ ଚାଷୀଙ୍କୁ ଗିରଫ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷକୁ ରୋକାଯାଇପାରୁ ନାହିଁ। ଏଠାକାର ବହୁ ଅଞ୍ଚଳ ପାହାଡ଼ ଓ ଜଙ୍ଗଲିଆ ହୋଇଥିବାରୁ ଏହାର ଫାଇଦା ଉଠାଇ ଅପହଞ୍ଚ ସରକାରୀ ଜଙ୍ଗଲ ଜମିକୁ ଟାର୍ଗେଟ କରୁଛନ୍ତି ଚୋରା ବେପାରୀ। ସେମାନେ ବାହାର ଅଞ୍ଚଳର ଚାଷୀଙ୍କୁ ଏଠାକୁ ପଠାଇ ଏହି ବେଆଇନ ଚାଷ କରିବା ସହ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଗତ ୬ ବର୍ଷରେ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ୩ କୋଟିରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରିଥିଲେ ମଧ୍ୟ ଏହାର ମୂଳୋତ୍ପାଟନ କରିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ୨୦୧୪ରେ ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳରୁ ୫୨ ଲକ୍ଷ ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ୩୧ ଜଣଙ୍କ ନାମରେ ମାମଲା ରୁଜୁ ସହ ୬ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୫ରେ ୫୯ ଲକ୍ଷ ୨୦ ହଜାର ୭ଶହ ଗଛ କାଟି ପୋଡ଼ି ଦିଆଯାଇଥିଲା। ୨୫ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ରେ ୬୦ ଲକ୍ଷ ୩୦ ହଜାର ଗଛ କଟାଯିବା ସହ ୧୭ ଜଣଙ୍କ ନାମରେ ମାମଲା ହୋଇଥିଲା। ୧୨ ଜଣ ଚାଷୀ ଗିରଫ ହୋଇଥିଲେ। ୨୦୧୭ରେ ୩୯ ଲକ୍ଷ ୪୦ ହଜାର ଗଛ ପୋଡ଼ା ଯାଇଥିବାବେଳେ ୩ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୮ରେ ୪୧ ଲକ୍ଷ ୩୦ ହଜାର ୬ଶହ, ୨୦୧୯ରେ ୨୮ ଲକ୍ଷ ୩୨ ହଜାର ୪ଶହ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲା। ତେବେ ଏହି ସରକାରୀ କାର୍ଯ୍ୟାନୁଷ୍ଠାନ ଚୋରା ବେପାରୀ ଓ ବେଆଇନ ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। କାରଣ ଚଳିତବର୍ଷ ଏଠାକାର ଶତାଧିକ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ଅଞ୍ଚଳର କେତେଜଣ ଚାଷୀ ପ୍ରତିବର୍ଷ ଗଞ୍ଜେଇ ଚାଷ କରିଆସୁଛନ୍ତି। ଏଥିପାଇଁ ଆଗୁଆ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଉଛି। ବିଶେଷକରି ହଣ୍ଡପା ଥାନା ମାମୁରିଝରଣ, ଖୋଲାରେଗେଡା, ହଗିରିନାଳ, ହଟବା, ମଧପୁର, ଜୟଗଡ଼, କୁଣ୍ଢଳି, ଉଞ୍ଚବାଲି, ହିଞ୍ଜିରିଡ଼ା, ଗୁଣ୍ଡୁରିଝରଣ, ଚାରଖମଣ, ଉଡ଼ଲ, ଠାକୁରଗଡ଼ ଥାନାର ଲକ୍ଷ୍ମୀପୁର, ଘଟିଟେଣ୍ଟଲି, ରାଇନାଳୀ, କଂସାବ, କୋରାବ, ଝାଟିକିବାହାଳ, କେଞ୍ଚୁଆନାଳୀ, ଖଳିତଇଲା, ବିପ୍ରଡିହ ଆଦି ଗ୍ରାମ୍ୟ ଜଙ୍ଗଲରେ ଏହି ବେଆଇନ ଚାଷ କରାଯାଇଛି। ଜୁଲାଇ ମାସରେ ଚାରା ରୋପଣ ହୋଇଥିବାରୁ ଏବେ ଗଛଗୁଡ଼ିକ ବଡ଼ ହୋଇଗଲାଣି। ଆଉ କିଛିଦିନ ପରେ ଅମଳ ହେବାକୁ ଥିବାରୁ ଚାଷୀମାନେ ତମ୍ବୁ ଟାଣି ସେଠାରେ ଜଗି ରହିଛନ୍ତି। ବାହାର ଚୋରା ବେପାରୀ ମଧ୍ୟ ଅମଳ ଫସଲ ନେବାକୁ ଚାଷ ଅଞ୍ଚଳରେ ପହଞ୍ଚି ଯୋଜନା ପ୍ରସ୍ତୁତ କଲେଣି। ତେବେ ଗତ ୧୮ ତାରିଖରେ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ହଣ୍ଡପା ପୋଲିସ ପକ୍ଷରୁ ଖୋଲାରେଗେଡା ଜଙ୍ଗଲରେ ଚଢ଼ାଉ କରାଯାଇ ୪୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କୁହନ୍ତି, କିଛିଦିନ ତଳେ ୨ ହଜାର ଗଛ କାଟି ପୋଡ଼ି ଦିଆଯାଇଛି। ଆଉ କେଉଁଠି ଏହି ଚାଷ ହୋଇଛି ତାହାକୁ ଚିହ୍ନଟ କରାଯାଉଛି। ଆଠମଲ୍ଲିକ ଅବକାରୀ ନିରୀକ୍ଷକ ଅନିତା ଓଝା କୁହନ୍ତି, କେଉଁ ଅଞ୍ଚଳରେ ଏହି ବେଆଇନ ଚାଷ କରାଯାଇଛି ତାହାକୁ ଚିହ୍ନଟ କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବ।

ଶୀଘ୍ର ପଦକ୍ଷେପ ନିଆଯିବ
ଗଞ୍ଜେଇ ଚାଷ ବେଆଇନ। ଯେଉଁ ଅଞ୍ଚଳରେ ଏହି ଚାଷ କରାଯାଇଛି ତାହା ଚିହ୍ନଟ କରାଯାଇ ଖୁବ୍‌ଶୀଘ୍ର ଚଢ଼ାଉ ପାଇଁ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ଏଥିସହ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ

କଠୋର କାର୍ଯ୍ୟାନୁଷ୍ଠାନ ଲୋଡ଼ା
ପୂର୍ବାପେକ୍ଷା ଏଠାକାର ଅଞ୍ଚଳରେ ଗଞ୍ଜେଇ ଚାଷ ହ୍ରାସ ପାଇଛି। ତଥାପି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଏହି ବେଆଇନ କାର୍ଯ୍ୟ କରାଯାଇ ଆସୁଛି। ଲୋକେ ଅଧିକ ସଚେତନ ଓ ସଙ୍ଗଠିତ ହେବା ସହ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହାକୁ ରୋକାଯାଇପାରିବ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ, ବଣିନାଳୀ

ଠିକ୍‌ ସମୟରେ ପଦକ୍ଷେପ ନିଆଯାଉନି
ପ୍ରତି ବର୍ଷ ଗଞ୍ଜେଇ ଚାଷ କରାଯାଉଛି। ଜଙ୍ଗଲ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉ ନାହିଁ କି ଠିକ୍‌ ସମୟରେ ପଦକ୍ଷେପ ନିଆଯାଉ ନାହିଁ। ଏହି ବେଆଇନ ଚାଷ ଯୋଗୁ ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି।
-ନିରଜକାନ୍ତ ସାହୁ, ପାଇକସାହି

କେମିତି ଜାଣିପାରୁନି ବନ ବିଭାଗ
ଜଙ୍ଗଲାଞ୍ଚଳରେ ଏହି ଚାଷ ପ୍ରତିବର୍ଷ କରାଯାଉଛି। ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଅମଳ କରାଯାଉଛି। କିନ୍ତୁ ବନ ବିଭାଗ ଏ ନେଇ ଜାଣିପାରୁ ନ ଥିବାରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଅନୁଗୋଳ ଏସ୍‌ପି ତୁରନ୍ତ ଦୃଢ଼ ପଦକ୍ଷେପ ନିଅନ୍ତୁ।
-ଘନଶ୍ୟାମ ବେହେରା, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?