ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସମଗ୍ର ଜିଲାରେ ଏବେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ବିଳମ୍ବରେ ଆସିଥିବା ବେଳେ ଏବେ ଦୁଇଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଛି। ଅନ୍ୟପଟେ ଶୀତର ମଜା ନେବା ପାଇଁ ଜିଲା ସମେତ ଜିଲା ବାହାରୁ ଧୀରେ ଧୀରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଛନ୍ତି । ଦାରିଙ୍ଗବାଡ଼ି ସମେତ ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରକୁ କରୋନା କଟକଣା ପାଇଁ ବନ୍ଦ ରଖାଯାଇଥିବାରୁ ଖୋଲା ପାହାଡ଼, ଝରଣା, ପାଇନବଣ ଦେଖି ପର୍ଯ୍ୟଟକ ଫେରୁଛନ୍ତି ା ସେପଟେ ଅଞ୍ଚଳରେ ପ୍ରବଳ ଥଣ୍ଡା କାରଣରୁ କରୋନା କଟକଣାକୁ କଡ଼ାକଡ଼ି କରାଯିବା ସହ ମୁହଁରେ ମାସ୍କ, ସାନିଟାଇଜର ବ୍ୟବହାର, ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସତର୍କତା ଅବଲମ୍ବନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri