ଆଖି ବୁଜିଲା କାଳିଆ

କଟକ/ଭୁବନେଶ୍ୱର, ୨୫।୧୧(ବ୍ୟୁରୋ)- ଶେଷରେ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ଭାଇ ଜଗାକୁ ଛାଡି ଚାଲିଗଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ କାଳିଆର ବୁଧବାର ମୃତ୍ୟୁ ଘଟିଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଥିବା କାଳିଆର ଗତ ଦୁଇଦିନ ହେବ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ତାର ହାତ, ଗୋଡ଼ ସବୁ ଫୁଲି ଯିବା ସହିତ ନିଶ୍ବାସ, ପ୍ରଶ୍ବାସ ଠିକ୍ରେ ହେଉ ନ ଥିଲା। ବୁଧବାର ସନ୍ଧ୍ୟାରେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ଅବସ୍ଥା ବିଗିଡ଼ିବାରୁ ତାର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଗଠନ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ରାତି ୯ଟା ୧୦ମିନିଟ୍ରେ ତା’ର ମୃତ୍ୟୁ ହୋଇଥିଲା। କାଳିଆର ସେପ୍ଟିସେମିଆରେ ମୃତ୍ୟୁ ହୋଇଥିବା କଟକ ଏସ୍ସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
କାଳିଆର ମୃତ୍ୟୁ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦୀପ୍ତ କୁମାର ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କାଳିଆ ମୃତ୍ୟୁ ଏକ ଦୁଃଖଦ ଘଟଣା। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ତାକୁ ବଞ୍ଚାଇ ରଖି ହେଲା ନାହିଁ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ୍ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ। ଦୁହିଁଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଉଭୟଙ୍କ ଅସ୍ତ୍ରୋପଚାର ପାଇଁ ୨୦୧୭ ଜୁଲାଇ ୧୩ରେ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଅସ୍ତ୍ରୋପଚାର ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଗଠନ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମଟି ଅଗଷ୍ଟ ୨୮ ଓ ଦ୍ୱିତୀୟଟି ଅକ୍ଟୋବର୨୫ରେ ହୋଇଥିଲା। ଅସ୍ତ୍ରୋପଚାର ପରେ ଜଗାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। କିନ୍ତୁ କାଳିଆର ସ୍ବାସ୍ଥ୍ୟ ଠିକ ନ ଥିଲା। ତେବେ ୨୦୧୯ ସେପ୍ଟେମ୍ବର ୭ତାରିଖରେ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହୋଇଥିଲେ ଓ ୮ରେ ଓଡ଼ିଶା ପହଞ୍ଚତ୍ଥିଲେ। ଓଡ଼ିଶା ଫେରିବା ପରେ ଘରକୁ ନ ପଠାଯାଇ ଉଭୟଙ୍କୁ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ କାଳିଆ ପ୍ରାୟ ସମୟରେ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିଥିଲା। କାଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ଫଳରେ ବିଭିନ୍ନ ସମୟରେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ବୁଧବାର ରାତି ୯ଟା୧୦ରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଥିବା ଏସ୍ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ ନିକଟରେ ସେପ୍ଟିସିମିଆରେ ଆକ୍ରାନ୍ତ ଥିଲେ। ଏହା ଏକ ଦୁଃଖଦ ଘଟଣା। ଆବଶ୍ୟକ ସମସ୍ତ ପ୍ରକ୍ରିୟା ଶେଷ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ଲିଙ୍କ୍‌ ସତ୍ତ୍ୱେ ମିଳୁନି ଗ୍ୟାସ୍‌ ସବ୍‌ସିଡି

ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍‌ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ...

ସମ୍‌ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍‌ରେ କୋଭିଡ-୧୯ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ...

ଜାମିନ ଶୁଣାଣି ବେଳେ ପକ୍ଷ ରଖିବେ ବଳାତ୍କାର ପୀଡ଼ିତା

କଟକ ଅଫିସ,୨୮।୭: ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଶୁଣାଣି ବେଳେ ପୀଡ଼ିତା ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ। କୌଣସି କାରଣରୁ ସେ...

ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ...

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଆର୍‌ ଡବ୍ଲ୍ୟୁଏସ୍‌ଏସ୍‌ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଶୁକ୍ରବାର...

ପ୍ରବଳ ବର୍ଷିବ: ୧୮ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯।୯: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାକୁ...

ଉପନିର୍ବାଚନ: ୧୧ଟା ସୁଦ୍ଧା ମତଦାନ ହାର ୨୬.୨୪ %

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

Advertisement
Archives

Model This Week