ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ: ଫିନାଇଲ ପିଇ ସାନ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ଲଖନପୁର,୨୫।୨୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲ୍‌ଙ୍କ ମଙ୍ଗଳବାର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଏନେଇ ତାଙ୍କ ଝିଅ ଝାରସୁଗୁଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ବିଭାଗୀୟ ଉପରୋକ୍ତ ଅଧିକାରୀଙ୍କ ଚାପରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଏହାକୁ ଭିତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ସମ୍ପୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୃତକଙ୍କ ପରିବାର ଦାବି କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି। ଏ ନେଇ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡିରହିଛି । ଅଦ୍ୟାବଧି କୌଣସି ବିଭାଗୀୟ ଅଧିକାରୀ ଚିକିତ୍ସାଳୟରେ ପହଞ୍ଚିନାହାନ୍ତି । ଯାହା ଫଳରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପଟେ ବାପାଙ୍କ ମୃତ୍ୟୁରେ ସାନ ଝିଅ ଲକ୍ଷ୍ମୀପ୍ରୀୟା ଫିନାଇଲ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିପିଟାଲରେ ଭର୍ତ୍ତି କରାଯାଇଛି॥
ସୂଚନାଯୋଗ୍ୟ, ଅଭିଯୋଗରେ ପରିବାରଲୋକ ଦର୍ଶାଇଛନ୍ତି ଜିଲା ବନ ଉନ୍ନୟନ ନିଗମ ଡିଭିଜନାଲ ମ୍ୟାନେଜର ଦୀର୍ଘ ୧ବର୍ଷ ହେଲାଣି ବାସୁଦେବଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରି ମାନସିକ ଯନ୍ତ୍ରଣା ଦେଉଥିଲେ । ଯାହା ଫଳରେସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଭଳି ସ୍ଥିତିରେ ବାସୁଦେବ ପ୍ରତିଦିନ ଭଳି ମଙ୍ଗଳବାର ଅଫିସକୁ ଯାଇଥିଲେ। ଅଫିସକୁ ଯିବା ପରେ ତାଙ୍କୁ ଉପରୋକ୍ତ ଅଧିକାରୀ କୌଣସି କାମରେ ତାଙ୍କ ବାସଭବନକୁ ଡାକିଥିଲେ । ସେଠାରେ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ପରେ ସେ ହଠାତ୍‌ ତଳେ ପଡିଯାଇଥିଲେ । ତାପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ଗାଁ ସିଲ୍‌

ଦେବଗଡ,୨୯ା୪(ଡି.ଏନ.ଏ): ଦେବଗଡ ଜିଲା ତିଲେଇବଣି ବ୍ଲକ ବଲଣ୍ଡା ପଞ୍ଚାୟତ ଅଧୀନ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିବା ପରେ ପ୍ରଶାସନିକସ୍ତରରେ ତତ୍ପରତା...

ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ...

ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର!

ପୁରୀ ଅଫିସ, ୨୮।୧: ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ...

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବୋଡେନ,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ବୋଡେନ ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ...

କାମ କରୁନି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ

କେନ୍ଦୁଝର, ୧୧।୩ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସିଥିବା ଅକ୍ସିଜେନ ଜେନେରେଟର କାମରେ ଲାଗୁନି। ଏହା କାର୍ଯ୍ୟକ୍ଷମ ହେବା ଦିନ...

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ସ୍ବାସ୍ଥ୍ୟକେନ୍ଦ୍ରରେ ରହିଲାନି ସାମାଜିକ ଦୂରତ୍ୱ

ରତ୍ନଗିରି,୮।୪(ଡି.ଏନ.ଏ): ସାମାଜିକ ଦୂରତ୍ୱ ରକ୍ଷା କରବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ପାଳନ କରା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ...

୨ ଜେଲରେ ୧୨ ଅନ୍ତେବାସୀ ପଜିଟିଭ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୧।୪: ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲର ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଉପକାରାଗାରରେ ବର୍ତ୍ତମାନ ୨୬୦ ଅନ୍ତେବାସୀ ଅଛନ୍ତି।...

Advertisement
Archives

Model This Week