ଆମ ଜିଲା ଖବର

ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ବେଆଇନ ଖଣି ମାଫିଆଙ୍କ ଉତ୍ପାତ। ପାହାଡରେ ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ। ଧ୍ୱଂସ ପାଉଛି ପାହାଡ। ଏଥିଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ପାହାଡରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ...

ସିନେମା ହଲ୍‌, ଜିମ୍‌ରେ କରୋନା ପ୍ରଭାବ

କଟକ ଅଫିସ,୧୪।୩: କରୋନା ଭୂତାଣୁ ସଂକ୍ରମଣର ଭୟ ଏବେ ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସମାଗମକୁ ଏଡାଇବା ଏହି ପଦକ୍ଷେପର ମୂଳଲକ୍ଷ୍ୟ।...

ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା ହାସଲ କରି ମହାପ୍ରଭୁଙ୍କ ଟଙ୍କାଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ସେହିପରି ଅନେକ...

ବିଚାର ହେବନି ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମାମଲା

କଟକ ଅଫିସ୍‌,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏବଂ ରାଜ୍ୟର ଅନ୍ୟ କେତେକ ହାଇକୋର୍ଟ ଭଳି ଓଡ଼ିଶା ହାଇକୋର୍ଟ ମଧ୍ୟ ଶୁକ୍ରବାର ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟ ପରିସରରେ ଅଯଥା ଗହଳି ନ କରିବା ଏବଂ ଏକକାଳୀନ...

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କଟକ ଅଫିସ,୧୪।୩: ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ଏକ ହଷ୍ଟେଲରୁ ଶୁକ୍ରବାର ପୋଲିସ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କନ୍ଧମାଳ ଜିଲା ବ୍ରାହ୍ମଣିଗଁ। ଥାନା ଅଞ୍ଚଳର ଅରୁଣ ଉଥାନ ସିଂହଙ୍କ ଝିଅ ପ୍ରୀୟା ଉଥାନ ସିଂହ(୧୨)। ତାଙ୍କ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ନିଆଳି,୧୪।୩ (ଡି.ଏନ୍‌.ଏ.): ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାରେ ନିଆଳି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପରିଡା(କୁନା)।...

‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ ସ୍ବତନ୍ତ୍ର। ପଣ୍ଡିତ ଗୁରୁ ଶ୍ୟାମା ଚରଣ ଏଯାବତ୍‌ ୬୮ଟି ରାଷ୍ଟ୍ରରେ ଛଉନୃତ୍ୟ ପରିବେଷଣ...

ଏସ୍‌ସିବିରେ ୨ ସ୍ବାଇନ୍‌ ଫ୍ଲୁ ସନ୍ଦିଗ୍ଧ

କଟକ ଅଫିସ,୧୪।୩: କଟକ ଏସ୍‌ସିବି ମେଡିକାଲରେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଦୁଇଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସହରର ଏକ କଲେଜରେ ପଢୁଛନ୍ତି। ଏହି ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଜଣଙ୍କୁ ଅବଜର୍‌ଭେସନ୍‌ରେ ରଖାଯାଇଥିବା...

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଟଣୀ,୧୪।୩(ଡି.ଏନ.ଏ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୫୮ ବର୍ଷୀୟ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହା ଘଟିଛି। ଏ ନେଇ ଛାତ୍ରୀଙ୍କ ପିତା ବିଭାଗୀୟ...

ଜାଭିୟର୍ସ ହାଇସ୍କୁଲ ଦେବ ୫.୨୦ ଲକ୍ଷର କ୍ଷତିପୂରଣ

ଜଗତ୍‌ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍‌ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା...

ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି। ସେମାନେ ବାଙ୍କୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାପରେ ଏବେ ସୁସ୍ଥ ଥିବା ଜଣାପଡିଛି।...

ଆବାସ ଯୋଜନାରେ ଅନିୟମିତତା: ଜିଆର୍‌ଏସ୍‌ ନିଲମ୍ବିତ

ତିର୍ତ୍ତୋଲ, ୧୪।୩ (ଡି.ଏନ୍‌.ଏ.):ଆବାସ ଯୋଜନାରେ ଅନିୟମିତତା ନେଇ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଜିଆରଏସ୍‌ ତପୁ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତରେ କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଜିଓ ଟ୍ୟାଗିଂ କରାଯାଇଥିବା ପ୍ରମାଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri