ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ବେଆଇନ ଖଣି ମାଫିଆଙ୍କ ଉତ୍ପାତ। ପାହାଡରେ ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ। ଧ୍ୱଂସ ପାଉଛି ପାହାଡ। ଏଥିଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ପାହାଡରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଛି। ଅନ୍ୟପକ୍ଷରେ ମାଫିଆମାନେ ବାରୁଦ, ଜିଲୋଟିନ୍‌ ଓ ଡିନାମାଇଟ୍‌ ବ୍ୟବହାର କରି ବେଆଇନ ଭାବେ ଜିଲାର ଅନେକ ପାହାଡକୁ ବିସ୍ଫୋରଣ କରି ଚାଲିଛନ୍ତି। ଫଳରେ ପାହାଡ ତଳି ଅଞ୍ଚଳରେ ଥିବା ଜନବସତିରେ ଲୋକେ ମନୁଷ୍ୟ କୃତ ଅହରହ ଗର୍ଜନରେ ଆତଙ୍କିତ ହୋଇପଡିଛନ୍ତି। ପାହାଡ ତଳେ ବେଆଇନ କ୍ରଶର ଗଢି ଉଠିଛି। ଏହାର ଡଷ୍ଟରେ ପରିବେଶ ପ୍ରଦୂଷିତ ହେଉଛି। ଚାପ ପଡିବା ପରେ ସରକାରଙ୍କ ପକ୍ଷରୁ ଜିଲାର ବହୁ ମାଙ୍କଡା ପଥର, କଳାମୁମୁନି ପଥର ଖଣିକୁ ସିଲ୍‌ କରାଯାଇଥିଲା। ତେବେ କ୍ରଶର ମାଲିକମାନେ ଖଣି ଖନନ ବନ୍ଦ ଯୋଗୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରିଥିଲେ। ଜିଲାରେ ଥିବା ୪୧ଟି ପଥର ଖଣି ମଧ୍ୟରୁ କେତେଗୋଟିରୁ ଖନନ କରିବାକୁ କ୍ରଶର ମାଲିକଙ୍କୁ ସ୍ବୀକୃତି ମିଳିଛି।
ସରକାରୀ କଟକଣା ନ ଥିବାରୁ ପାହାଡ ବ୍ଲାଷ୍ଟିଂ, ପରିବେଶ ଓ ଶବ୍ଦ ପ୍ରଦୂଷଣ, ଗଛକଟା ମାତ୍ରାଧିକ ପରିମାଣରେ ବଢି ଚାଲିଛି। ଏଥଯୋଗୁ ପରିବେଶ ଜଳ ଓ ସ୍ଥଳ ଭାଗ ପ୍ରଦୂଷଣ ହେଉଛି। ଏହାକୁ ସୁଧାରିବାରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ଓ ପଥର ମାଫିଆମାନେ ମଧ୍ୟ ସଚେତନ ହେଉନାହାନ୍ତି। ଅନ୍ୟପକ୍ଷରେ କ୍ରଶର ମାଲିକମାନେ ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି। ବେଆଇନ କ୍ରଶର ଥିବା ସ୍ଥଳରେ ଗଛ ଲଗାଇବା ସହ ଡଷ୍ଟ ନ ଉଡିବା ଲାଗି ପାଣି ସିଞ୍ଚନ କରିବାକୁ ନିୟମ ରହିଛି। ଗାଡି କିମ୍ବା ଟ୍ରକରେ ମେଟାଲ, ଗୋଡି, ବଜୁରି ଓ ପଥର ଡଷ୍ଟ ପରିବହନ ସମୟରେ ପାଲ ପକାଇବାକୁ ନିୟମ ରହିଛି। ହେଲେ ଏହି କଟକଣାକୁ କେହି ପାଳନ କରୁନାହାନ୍ତି। ଫଳରେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢି ଚାଲିଛି। ପାହାଡ ବ୍ଲାଷ୍ଟିଂ ଯୋଗୁ ଶତାଧିକ ଗଛ ସହ ଉପର ଭାଗରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଛି। ସେହିପରି ଖଣି ମାଫିଆମାନଙ୍କ ପକ୍ଷରୁ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ବାରୁଦ ନିଆଁରେ ପାହାଡ ତଳି ଅଞ୍ଚଳରେ ଥିବା ପ୍ରାକୃତିକ ଜଙ୍ଗଲଗୁଡିକ ଅଗ୍ନି ସଂଯୋଗ ହୋଇ ପୋଡିଯାଉଛି। ଏହି ସମ୍ପର୍କରେ ପରିବେଶବିତ୍‌ ରାଜ କିଶୋର ପାଣିଗ୍ରାହୀ କୁହନ୍ତି, ଜିଲାରେ ବିଭିନ୍ନ କାରଣକୁ ନେଇ ଗଛ ଧ୍ୱଂସ ହେବାରେ ଲାଗିଛି। ସେହି ପରିମାଣର ଗଛ ଲଗା ଯାଉନାହିଁ। ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ବେଆଇନ ଖଣି ଖାଦାନ ଉପରେ ଅଙ୍କୁଶ ଲାଗୁନି। ଫଳରେ ପରିବେଶ ପ୍ରଦୂଷଣକୁ ରୋକା ଯାଇପାରୁନାହିଁ। ସେହିପରି ତାପଙ୍ଗ ଅଞ୍ଚଳର ରାମଚନ୍ଦ୍ର ଖମାରୀ କୁହନ୍ତି, ପ୍ରକୃତି ଦତ୍ତ ପାହାଡ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥିଲା। ପାହାଡ ଉପରୁ ଝରଣା ଆସି ଚାଷ ଉପଯୋଗୀ ଜମି ଗୁଡିକରେ ଜଳ ସେଚିତ ହେଉଥିଲା। ପାହାଡ ଉହାଡରେ ମଧ୍ୟ ଗ୍ରାମାଞ୍ଚଳରେ ପାଳିତ ହେଉଥିବା ଗୋରୁ ମଧ୍ୟ ସୁରକ୍ଷିତ ଭାବେ ଚରାବୁଲା କରି ପାରୁଥିଲେ। ସେହିପରି ପୂର୍ବକାଳରୁ ପାହାଡ ଉପରିସ୍ଥ ଭାଗରୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ମିଳୁଥିଲା, ଯାହା କି ଗ୍ରାମାଞ୍ଚଳ ବୈଦ୍ୟ ଏହାକୁ ନେଇ ବିଭିନ୍ନ ଔଷଧ ତିଆରି କରୁଥିଲେ। ପାହାଡ ଧ୍ୱଂସ କାରଣରୁ ବୈଦ୍ୟମାନଙ୍କୁ ଆଉ ଔଷଧୀୟ ବୃକ୍ଷ ମିଳିନାହିଁ। ପାହାଡରୁ ପଥର କାଢିବା ଲାଗି ଅହରହ ବ୍ଲାଷ୍ଟିଂ ଚାଲିଛି। ପାଖରେ ଥିବା ଚାଷ ଜମିରେ ପଥର ଖଣ୍ଡ ପଡି ଏହା ଚାଷ ଉପଯୋଗୀ ହୋଇ ଆଉ ରହୁନାହିଁ। ଏ ସମ୍ପର୍କରେ ଅଭିଯୋଗ କରିବାକୁ ଜମି ମାଲିକମାନେ ଭୟ କରୁଛନ୍ତି। ହାତିଆ ପାହାଡ ମାଟିରେ ମିଶିବାକୁ ବସିଥିଲା ବେଳେ ତାହାକୁ ପ୍ରଶାସନ ପକ୍ଷରୁ ସିଜି କରାଯାଇଥିଲା। ଏବେ ପୁଣି ଏହାର ନିକଟବର୍ତ୍ତୀ ଅନେକ ପାହାଡ ଠିକ୍‌ ସେହିଭଳି ମାଟିରେ ମିଶିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri