ଜାଭିୟର୍ସ ହାଇସ୍କୁଲ ଦେବ ୫.୨୦ ଲକ୍ଷର କ୍ଷତିପୂରଣ

ଜଗତ୍‌ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍‌ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା ୨୦୧୫ରେ ଜଗତ୍‌ସିଂହପୁର ଜିଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ମଞ୍ଚର ଭାରପ୍ରାପ୍ତ ସଭାପତି ସକୁନ୍ତଳା ଚୌଧୁରୀ ଓ ସଭ୍ୟ ଲକ୍ଷ୍ମୀ ନାରାୟଣ ଦାଶ ଚୌଧୁରୀ ହାଇସ୍କୁଲର ସମ୍ପାଦକ ଓ ଅଧ୍ୟକ୍ଷଙ୍କୁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ବାବଦ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ମଧ୍ୟରେ ଏହା ଦେବାକୁ ନିର୍ଦ୍ଦେଶ ରହିଛି।
ନିର୍ଦ୍ଦେଶରେ ଉଲ୍ଲେଖ ଅଛି, ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପି. ଶକ୍ତିପ୍ରୟାସ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିକ୍ଷାଲାଭ କରୁଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଟିସି ଦିଆଯିବା ପାଇଁ ୧୪ା୯ା୧୫ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରି କି ଶିକ୍ଷାବର୍ଷ ଶେଷରେ ଛାତ୍ରଙ୍କୁ ହାଇସ୍କୁଲ ସମ୍ପାଦକ ଓ ଅଧ୍ୟକ୍ଷ ପୁନଃ ନାମଲେଖାଇବା ପାଇଁ ସୁଯୋଗ ଦେଇ ନ ଥିଲେ। ଏହାର ପ୍ରତିବାଦରେ ଅଭିଯୋଗକାରୀ ଓଏସ୍‌ସିପିସିଆର୍‌ (ଓଡ଼ିଶା ଷ୍ଟେଟ୍‌ କମିଶନ ଫର ପ୍ରୋଟେକ୍ସନ୍‌ ଫର ଚାଇଲ୍ଡ ରାଇଟ୍ସ)ର ଆଶ୍ରୟ ନେଇଥିଲେ। ଓଏସ୍‌ସିପିସିଆର୍‌ ପକ୍ଷରୁ ମାମଲା ସଂଖ୍ୟା ୭୬୪/୧୫ ରୁଜୁ କରାଯାଇ ୭ଦିନ ମଧ୍ୟରେ ଛାତ୍ରଙ୍କୁ ପୁନଃ ନାମଲେଖାଇବା ପାଇଁ ପ୍ରତିପକ୍ଷଦ୍ୱୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରତିପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଅନ୍ୟପଟେ ସିବିଏସ୍‌ଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ମଧ୍ୟ ବିନା ଅନୁଧ୍ୟାନରେ ବିଦ୍ୟାଳୟକୁ ଆଫିଲିଏସନ୍‌ ଦେଇଥିଲେ। ଅଭିଯୋଗକାରୀ ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା କେତେକ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ନାହିଁ। କେବଳ ଏତିକି ନୁହେଁ, ବିଦ୍ୟାଳୟର ଖେଳ ପଡିଆ ଓ କମ୍ପ୍ୟୁଟର ଲାବ୍‌ ନ ଥିବା ସାଙ୍ଗକୁ ଶିକ୍ଷକ-ଛାତ୍ର ଅନୁପାତ ପାଳନ କରାଯାଉନାହିଁ। ଯାହାକି ସିବିଏସ୍‌ଇ ନିର୍ଦ୍ଦେଶନାମାର ଖିଲାପ। କିନ୍ତୁ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଆଦାୟ ଚାଲିଛି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କଠାରୁ ଫି’ବାବଦ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ମଞ୍ଚ ପକ୍ଷରୁ ସମସ୍ତ ୪ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ପ୍ରତିପକ୍ଷମାନେ ମଞ୍ଚରେ ସେମାନଙ୍କ ଯୁକ୍ତି ଉପସ୍ଥାନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ସେମାନଙ୍କ ନାଁରେ କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସିବିଏସ୍‌ଇର ଦୁଇ ଅଧିକାରୀ ଅନୁରୂପ ଭାବେ ସେମାନଙ୍କ ଯୁକ୍ତି ଶୈଳୀରେ ଆଇନର ଭୁଲ ଧାରଣା ସୃଷ୍ଟି ପାଇଁ ଉଦ୍ୟମ ହୋଇଥିବା ପ୍ରମାଣ କରିବାକୁ ଚାହିଁଥିଲେ। ସେମାନେ କହିଥିଲେ ଅଭିଯୋଗ ଉପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଗାଇଡ ଲାଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଉପରେ ମଞ୍ଚ ପକ୍ଷରୁ ରାୟରେ ଉଲ୍ଲେଖ କରାଯାଇଛି ୨୦୦୯ ଶିକ୍ଷା ଅଧିକାର ଆଇନର ଅନୁଚ୍ଛେଦ ୨୧(ଏ) ଅନୁଯାୟୀ କୌଣସି ପିଲାର ବୟସ ୬ରୁ ୧୪ ବର୍ଷ ଭିତରେ ହୋଇଥିଲେ ତାଙ୍କୁ ଶିକ୍ଷାନୁଷ୍ଠାନ ନାମଲେଖାରୁ ବଞ୍ଚତ୍ତ କରିପାରବେ ନାହିଁ। ଏପରି କି ବିଦ୍ୟାଳୟରୁ ବହିଷ୍କାର କରିପାରିବ ନାହିଁ। ଏଥିରୁ ସ୍ପଷ୍ଟ ଅଭିଯୋଗକାରୀଙ୍କ ପ୍ରତି ଅନ୍ୟାୟ ହୋଇଛି। ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ହୋଇଛି। ତେଣୁ ଏନେଇ ଅଭିଯୋଗକାରୀଙ୍କୁ ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ କ୍ଷତିପୂରଣ ବାବଦରେ ୪ ଲକ୍ଷ, ସେବା ଦେବାରେ ଖିଲାପ ଓ ମାନସିକ ଯନ୍ତ୍ରଣା ଦେଇଥିବାରୁ ୧ ଲକ୍ଷ, ବିବାଦ ସୃଷ୍ଟି କରିଥିବାରୁ ୨୦ ହଜାର ଏହିପରି ମୋଟ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ମଞ୍ଚ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧୫ ସୁଦ୍ଧା ଯୁକ୍ତ୨ ଫଳ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ ୨ଦିନ ହେବ...

ଆସିବ ସ୍ବତନ୍ତ୍ର ଯୁବ ବଜେଟ

ଭୁବନେଶ୍ୱର,୨୫।୪(ଅନିଲ ଦାସ)/ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା/ଶେରଗଡ଼(ସୂର୍ଯ୍ୟନାରାୟଣ ଦାଶ)ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ହେବ। ଯୁବ ବର୍ଗଙ୍କ ପାଇଁ ରାଜ୍ୟରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ। ୨୦୨୪ରୁ ୨୦୩୪ ଦଶକ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri