ଡଙ୍ଗରିଆଙ୍କ ପାଠପଢାରେ ନେଟୱାର୍କ ସାଜିଛି ବାଧକ, ନିୟମଗିରିରୁ ବହୁ ତଳକୁ ଓହ୍ଲାଉଛନ୍ତି ଛାତ୍ରୀଛାତ୍ର
ଭବାନୀପାଟଣା,୨୦।୯(ଡି.ଏନ୍.ଏ.): ମୋବାଇଲ୍ ସେବା ଅପହଞ୍ଚ। ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ ଟାୱାର । ଫଳରେ ନିୟମଗିରିକୁ ପହଞ୍ଚତ୍ ପାରିନି ମୋବାଇଲ ସେବା। କୌଣସି ଗାଁ ତ ଦୂରର କଥା ପାହାଡ, ଡଙ୍ଗର ଚଢିଲେ ବି ଆସୁନି ନେଟୱାର୍କ। ଫଳରେ…
ନରେନ୍ଦ୍ର ପୁଷ୍କରିଣୀରେ ମାଛ ମରିବା ଘଟଣା: ମୂଷାନଈ ପାଣିକୁ ଦାୟୀ କଲେ ଲୋକେ
ପୁରୀ ଅଫିସ,୨୦।୯: ପ୍ରଦୂଷିତ ହୋଇଯାଇଛି ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଜଳ। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଛନ୍ତି। ୩ଦିନ ହେବ ନରେନ୍ଦ୍ର ପୁଷ୍କରିଣୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ମଲା ମାଛ ପଚି ଯିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି। କିନ୍ତୁ…
ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର
ଭବାନୀପାଟଣା,୨୦।୯(ଡି.ଏନ୍.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଥିବା ବେଳେ ଏପଟେ ରାଜ୍ୟ ଭିତରେ ଚାଷ ହହେଉଥିବା ପନିପରିବା ଦର ଉପରେ…
କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…
କଟକ ଅଫିସ୍, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା ଏ ସହର, ସେତିକି ପୁରୁଣା ଏଠାକାର ପରମ୍ପରା ଆଉ ଦୁଗର୍ର୍ାପୂଜା। ପ୍ରତିବର୍ଷ କାରିଗର ହାତରେ…
ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି
ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା ନାଲି ବଲ୍ବରେ ଏଜ ତରଳ ଧାତୁ ରହିଛି, ଯାହା ବହୁ ମୂଲ୍ୟବାନ ବୋଲି ଚର୍ଚ୍ଚା…
ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ
କଟକ ଅଫିସ, ୨୦।୯: ଏମ୍ପି ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି…
କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ
ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍ ଆଇସୋଲେଶନରେ ରହିଥିଲେ। ରବିବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ…
ପ୍ରଶାସନ-ପଥର ମାଫିଆ ଛକାପଞ୍ଝା
ଢେଙ୍କାନାଳ ଅଫିସ, ୨୦।୯ – ପ୍ରଶାସନ ଆଖିରେ ଧୂଳିଦେଇ ସୁରକ୍ଷିତ ଭାବେ ପଥର ଚୋରା ଚାଲାଣ କରିବାକୁ କରାଯାଇଛି ହ୍ବାଟ୍ସ ଆପ୍ ଗ୍ରୁପ୍। ତହସିଲ କର୍ମଚାରୀଙ୍କ ଉପରେ ନଜର ରଖୁଛନ୍ତି ପଥର ମାଫିଆ। ଚଢ଼ାଉ ପାଇଁ ଯାଉଥିବା ଗାଡ଼ିର ନମ୍ବର କ’ଣ,…
ସାଢ଼େ ୭ ଲକ୍ଷରୁ ଫେରିଛି ୫ ଲକ୍ଷ ୩୮ ହଜାର
ଅନୁଗୋଳ ଅଫିସ, ୨୦ା୯ – ଅନୁଗୋଳ ଜିଲାରେ ବଢ଼ୁଛି ସାଇବର ଠକେଇ। ଏହି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଫୋନ ମାଧ୍ୟମରେ ଏଟିଏମ୍ ପିନ୍ ମାଗି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ତ ଆଉ କେତେବେଳେ ଫେକ୍…
ଡିଜିଟାଲ ପେମେଣ୍ଟରେ ବାହାରୁଛି ପେଟ୍ରୋଲ: ମେଶିନ ତିଆରି କରି ଚର୍ଚ୍ଚାରେ ଯୁବକ
କେନ୍ଦୁଝର, ୨୦ା୯(ଡି.ଏନ.ଏ.)-ଟଙ୍କା ଭର୍ତ୍ତି କଲେ ପେଟ୍ରୋଲ ବାହାରୁଥିବା ମେଶିନ ତିଆରି କରି ଲୋକଙ୍କୁ ଚକିତ କରିଦେଇଥିବା ଆଦିବାସୀ ଯୁବକ ଏବେ ଆଉ ପାଦେ ଆଗକୁ ବଢିଛନ୍ତି। ସେ ଦୃଢ ଇଛାଶକ୍ତି ବଳରେ ନିଜର ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେବାରେ ସଫଳ ହୋଇଛନ୍ତି।…
କୋରାପୁଟରେ ପ୍ରତିଦିନ ୧୦୦ ଟପୁଛି କରୋନା ପଜିଟିଭ୍ ସଂଖ୍ୟା
କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁଛି। ଜିଲାରେ ଶନିବାର ଆଉ ୧୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨ଟି ରିପିଟ କେସ୍ ରହିଛି। ତେଣୁ ବାସ୍ତବରେ ଜିଲାରୁ ୧୧୨ ପଜିଟିଭ୍ ଚିହ୍ନଟ…
ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ
ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ କାଳିଆ ନାୟକ(୪୫)ଙ୍କ ଭାଇ ଏପରି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ…

