ପର ଘର ପ୍ରତିବନ୍ଧକ

ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। କିନ୍ତୁ ଏହି ମହତ୍‌ ଉଦ୍ଦେଶ୍ୟ ପୂରଣ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ ତାହାର ଉପଯୁକ୍ତ ତଦାରଖ କରାଯାଉ ନାହିଁ। ଏହି କାରଣରୁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୋଟ ୩୭୪ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ୧୨୬ଟିର ନିଜସ୍ବ ଗୃହ ଏଯାଏ ନିର୍ମାଣ ହୋଇପାରି ନାହିଁ। ଏଠାରେ ୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ପର ଘରେ ଭଡ଼ାରେ ଚାଲୁଥିବାରୁ ଗର୍ଭବତୀଙ୍କ ଯତ୍ନଠାରୁ ପିଲାଙ୍କ ପାଠ୍ୟ ପ୍ରଶିକ୍ଷଣ ଯାଏ ସବୁକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। କରୋନା କାରଣରୁ ଶିଶୁମାନେ ଯାଉ ନ ଥିବାରୁ ତୁରନ୍ତ ନୂତନ ଗୃହଗୁଡ଼ିକ ନିର୍ମାଣ କରାଯାଉ ବୋଲି ଉପଖଣ୍ଡବାସୀ ମତ ଦେଇଛନ୍ତି।
ଉପଖଣ୍ଡର କିଶୋରନଗର ବ୍ଲକରେ ୧୪୮ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୧୦ଟି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ହିମିତିରା, ସଞ୍ଜାମୁରା ପଞ୍ଚାୟତରେ ୫ଟି ଲେଖାଏ, ଜଏରାଟ, ଉରୁକୁଳା, ଜାମ୍ବୁନଳୀ ପଞ୍ଚାୟତରେ ୩ଟି ଲେଖାଏ, ଧଉରାପାଲି, ବାମୁର, କଦଳୀମୁଣ୍ଡା, ହଣ୍ଡପା, ନୁନୁକାପଶି ପଞ୍ଚାୟତରେ ୨ଟି ଲେଖାଏ, ଓଷ୍କାପାଲି, ଆମ୍ବପାଳ, ଠେଲକନାଳୀ, କଣ୍ଟେଇକୁଳିଆ, ବିଲେଇନାଳୀ, ଗଁାବଇଣ୍ଡା, ଧଡ଼ରପାଳ, ଝରାବେରେଣି, ରଣିଆକଟା ପଞ୍ଚାୟତରେ ଗୋଟିଏ ଲେଖାଏ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ୨ଟି ଏବେ ନିର୍ମାଣାଧୀନ ଅଛି। ୧୩ଟି କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଛି। ୧୫ଟିର ନୂତନ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ୬ଟି କେନ୍ଦ୍ର ଭଡ଼ା ଘରେ ଚାଲିଛି। ସେହିପରି ଆଠମଲ୍ଲିକ ବ୍ଲକରେ ମୋଟ୍‌ ୨୨୬ଟି ଅଙ୍ଗନଓ୍ବାଡି ମଧ୍ୟରୁ ୧୩୮ଟି ନିଜ କୋଠାରେ ଚାଲିଛି। ୮୮ଟିର ନିଜସ୍ବ ଗୃହ ନ ଥିବାବେଳେ ସେଥିରୁ ୫୧ଟି କେନ୍ଦ୍ରର ଘର ନିର୍ମାଣ ଆରମ୍ଭ ହୋଇଛି। ୧୩ କେନ୍ଦ୍ର ଗ୍ରାମ କୋଠଘରେ ଓ ୨୪ ଅଙ୍ଗନଓ୍ବାଡି ଭଡ଼ା ଘରେ କାର୍ଯ୍ୟ କରୁଛି। ଆଠମଲ୍ଲିକ ଏନ୍‌ଏସିରେ ୨୧ କେନ୍ଦ୍ରର ଘର ନ ଥିବାବେଳେ କୁଦଗଁା, ଟୁସର ପଞ୍ଚାୟତରେ ୭ ଲେଖାଏ, ମାଧପୁର ପଞ୍ଚାୟତରେ ୬, ସାନହୁଲା, ଠାକୁରଗଡ଼ରେ ୫ ଲେଖାଏ, ଅଏଡ଼ା ପଞ୍ଚାୟତରେ ୪, ନୂଆଗଁା, ଲୁଣହାଣ୍ଡି, ସାପଘରା, ଆମ୍ବଶରମୁଣ୍ଡା, ମଇମୁରା, କୃତ୍ତିବାସପୁର ପଞ୍ଚାୟତରେ ୩ ଲେଖାଏ, ବାସୁଦେବପୁର, ପେଡ଼ିପଥର, ପୁରୁଣାମାଣତ୍ରି, କମ୍ପଲା, ଜାମ୍ବୁଡୋଲି ପଞ୍ଚାୟତରେ ୨ଟି ଲେଖାଏ, ପାଇକସାହି, ଟାପଢୋଲ, କନ୍ତପଡ଼ା, କନ୍ଧପଡ଼ା, କିଆକଟା ପଞ୍ଚାୟତରେ ଗୋଟିଏ ଲେଖାଏ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ଫଳରେ ପିଲାଙ୍କ ଶିକ୍ଷାଠାରୁ ଆରମ୍ଭ କରି ସରକାରଙ୍କ ପକ୍ଷରୁ ମିଳୁଥିବା ସାମଗ୍ରୀ ଗଚ୍ଛିତ ରଖିବା, ବଣ୍ଟନ, ଗର୍ଭବତୀମାନଙ୍କୁ ଡାକି ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବା, ମମତା ଦିବସ, ପିଠା କାର୍ଯ୍ୟକ୍ରମ ଆଦି ସୂଚାରୁ ରୂପେ ସମ୍ପାଦନ କରିହେଉ ନାହିଁ। ବହୁ ଘର ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ୫୦ ପ୍ରତିଶତ
କେନ୍ଦ୍ରର ରୋଷେଇ ଘର ନାହିଁ। କିଶୋରନଗର ବ୍ଲକର ୩୨ ଓ ଆଠମଲ୍ଲିକ ବ୍ଲକର ୪୨ଟି କେନ୍ଦ୍ରରେ ନଳକୂଅ ନାହିଁ। ଏ ସମ୍ପର୍କରେ ଆଠମଲ୍ଲିକ ସିଡିପିଓ ତରଙ୍ଗନୀ ମିର୍ଦ୍ଧା କୁହନ୍ତି, ବ୍ଲକର ୮୮ କେନ୍ଦ୍ରର କିପରି ନିଜସ୍ବ ଗୃହ ନିର୍ମାଣ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି। କେତୋଟି ଗ୍ରାମରେ ଜାଗା ଯୋଗାଣରେ ସମସ୍ୟା ହେଉଛି। ତହସିଲଦାରଙ୍କୁ ଏଥିପାଇଁ ଦରଖାସ୍ତ କରାଯାଇଛି। କିଶୋରନଗର ସିଡିପିଓ ଶୁଭାସିନ ମହାଳିକ କହିଛନ୍ତି, ବ୍ଲକର ସମସ୍ତ କେନ୍ଦ୍ରର କିପରି ଘର ନିର୍ମାଣ କରାଯିବ ସେଥିପାଇଁ ପ୍ରଶାସନକୁ ଅର୍ଥ ମଞ୍ଜୁର କରିବାକୁ ଅବଗତ କରାଯାଇଛି।

ପ୍ରଶାସନ ଅଣଦେଖା କରୁଛି
ନୁନୁକାପଶି ପଞ୍ଚାୟତରେ ୨ଟି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂତନ କୋଠା ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯାଇଛି। ଶୀଘ୍ର ଗୃହ ନିର୍ମାଣ ନିମନ୍ତେ ସମିତି ବୈଠକରେ ଦାବି କରାଯାଇଛି। କିନ୍ତୁ ପ୍ରଶାସନ ଅଣଦେଖା କରୁଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ
ସଞ୍ଜାମୁରା ପଞ୍ଚାୟତରେ ୫ଟି ଅଙ୍ଗନଓ୍ବାଡି କେନ୍ଦ୍ର ଭଡ଼ା ଘରେ ଓ ଗ୍ରାମ କୋଠଘରେ ଚାଲିଛି। ଫଳରେ ପିଲାମାନଙ୍କ ବିକାଶ ଲାଗି ଏଠାରେ ଭିତ୍ତିଭୂମି ନାହିଁ। ନୂଆ ଘର ନିର୍ମାଣ ନିମନ୍ତେ ଦାବି କଲେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ।
-ସୁଶାନ୍ତ ସାହୁ, ସଞ୍ଜାମୁରା
ବିପଦସଙ୍କୁଳ ଗୃହରେ ପାଠପଢ଼ା
ବିପଦସଙ୍କୁଳ ଗୃହରେ ଶିଶୁମାନଙ୍କୁ ପଢ଼ାଯାଉଛି। ବହୁ ବର୍ଷର ଟାଇଲ ଛପର ଘରେ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ବସୁଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇ ନୂଆ କୋଠା ନିର୍ମାଣ କରାଯାଉ ନାହିଁ। ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି।
-ପ୍ରସନ୍ନ ବିଶ୍ୱାଳ, ସଦାନନ୍ଦପୁର
ଭଡ଼ା ଘର ଉପରେ ନିର୍ଭରଶୀଳ
ବିପଦସଙ୍କୁଳ ଓ ଗୃହ ନ ଥିବା କେନ୍ଦ୍ରଗୁଡ଼ିକର ନିଜସ୍ବ କୋଠା ନିର୍ମାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି। ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଘର ନ ଥିବାରୁ ପିଲାମାନେ ଭଡ଼ା ବା ପରଘର ଉପରେ ନିର୍ଭର କରୁଛନ୍ତି।
-ଶରତ ଚନ୍ଦ୍ର ସାହୁ, କୃତ୍ତିବାସପୁର
ଭବିଷ୍ୟତ ଅନ୍ଧାର ଆଡ଼କୁ
ଶିଶୁଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସେମାନଙ୍କୁ କେତେ ଲାଭ ପହଞ୍ଚାଉଛି ତାହା ଦେଖିବାକୁ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ରହୁ ନାହିଁ। ଜଏରାଟ ପଞ୍ଚାୟତରେ ୩ଟି କେନ୍ଦ୍ରର ଗୃହ ନାହିଁ। ଏଠାକାର ଶିଶୁଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି।
-ରମଣୀରଞ୍ଜନ ପ୍ରଧାନ, ଜଏରାଟ
ଖୋଲାଯିବା ପୂର୍ବରୁ ଗୃହ ନିର୍ମାଣ ହେଉ
ବହୁ କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ନାହିଁ। କରୋନା କାରଣରୁ ଅଙ୍ଗନଓ୍ବାଡିକୁ ପିଲା ଯାଉ ନାହାନ୍ତି। ଛତୁଆ, ଅଣ୍ଡା ଆଦି ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ତେବେ ପିଲାମାନେ କେନ୍ଦ୍ରକୁ ଆସିବା ପୂର୍ବରୁ ନିଜସ୍ବ କୋଠା ନିର୍ମାଣ କରାଯିବା ଆବଶ୍ୟକ।
-ଆଭାସ କୁମାର କ୍ଷେତି, ଆଠମଲ୍ଲିକ

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri