ପର ଘର ପ୍ରତିବନ୍ଧକ

ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। କିନ୍ତୁ ଏହି ମହତ୍‌ ଉଦ୍ଦେଶ୍ୟ ପୂରଣ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ ତାହାର ଉପଯୁକ୍ତ ତଦାରଖ କରାଯାଉ ନାହିଁ। ଏହି କାରଣରୁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୋଟ ୩୭୪ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ୧୨୬ଟିର ନିଜସ୍ବ ଗୃହ ଏଯାଏ ନିର୍ମାଣ ହୋଇପାରି ନାହିଁ। ଏଠାରେ ୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ପର ଘରେ ଭଡ଼ାରେ ଚାଲୁଥିବାରୁ ଗର୍ଭବତୀଙ୍କ ଯତ୍ନଠାରୁ ପିଲାଙ୍କ ପାଠ୍ୟ ପ୍ରଶିକ୍ଷଣ ଯାଏ ସବୁକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। କରୋନା କାରଣରୁ ଶିଶୁମାନେ ଯାଉ ନ ଥିବାରୁ ତୁରନ୍ତ ନୂତନ ଗୃହଗୁଡ଼ିକ ନିର୍ମାଣ କରାଯାଉ ବୋଲି ଉପଖଣ୍ଡବାସୀ ମତ ଦେଇଛନ୍ତି।
ଉପଖଣ୍ଡର କିଶୋରନଗର ବ୍ଲକରେ ୧୪୮ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୧୦ଟି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ହିମିତିରା, ସଞ୍ଜାମୁରା ପଞ୍ଚାୟତରେ ୫ଟି ଲେଖାଏ, ଜଏରାଟ, ଉରୁକୁଳା, ଜାମ୍ବୁନଳୀ ପଞ୍ଚାୟତରେ ୩ଟି ଲେଖାଏ, ଧଉରାପାଲି, ବାମୁର, କଦଳୀମୁଣ୍ଡା, ହଣ୍ଡପା, ନୁନୁକାପଶି ପଞ୍ଚାୟତରେ ୨ଟି ଲେଖାଏ, ଓଷ୍କାପାଲି, ଆମ୍ବପାଳ, ଠେଲକନାଳୀ, କଣ୍ଟେଇକୁଳିଆ, ବିଲେଇନାଳୀ, ଗଁାବଇଣ୍ଡା, ଧଡ଼ରପାଳ, ଝରାବେରେଣି, ରଣିଆକଟା ପଞ୍ଚାୟତରେ ଗୋଟିଏ ଲେଖାଏ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ୨ଟି ଏବେ ନିର୍ମାଣାଧୀନ ଅଛି। ୧୩ଟି କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଛି। ୧୫ଟିର ନୂତନ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ୬ଟି କେନ୍ଦ୍ର ଭଡ଼ା ଘରେ ଚାଲିଛି। ସେହିପରି ଆଠମଲ୍ଲିକ ବ୍ଲକରେ ମୋଟ୍‌ ୨୨୬ଟି ଅଙ୍ଗନଓ୍ବାଡି ମଧ୍ୟରୁ ୧୩୮ଟି ନିଜ କୋଠାରେ ଚାଲିଛି। ୮୮ଟିର ନିଜସ୍ବ ଗୃହ ନ ଥିବାବେଳେ ସେଥିରୁ ୫୧ଟି କେନ୍ଦ୍ରର ଘର ନିର୍ମାଣ ଆରମ୍ଭ ହୋଇଛି। ୧୩ କେନ୍ଦ୍ର ଗ୍ରାମ କୋଠଘରେ ଓ ୨୪ ଅଙ୍ଗନଓ୍ବାଡି ଭଡ଼ା ଘରେ କାର୍ଯ୍ୟ କରୁଛି। ଆଠମଲ୍ଲିକ ଏନ୍‌ଏସିରେ ୨୧ କେନ୍ଦ୍ରର ଘର ନ ଥିବାବେଳେ କୁଦଗଁା, ଟୁସର ପଞ୍ଚାୟତରେ ୭ ଲେଖାଏ, ମାଧପୁର ପଞ୍ଚାୟତରେ ୬, ସାନହୁଲା, ଠାକୁରଗଡ଼ରେ ୫ ଲେଖାଏ, ଅଏଡ଼ା ପଞ୍ଚାୟତରେ ୪, ନୂଆଗଁା, ଲୁଣହାଣ୍ଡି, ସାପଘରା, ଆମ୍ବଶରମୁଣ୍ଡା, ମଇମୁରା, କୃତ୍ତିବାସପୁର ପଞ୍ଚାୟତରେ ୩ ଲେଖାଏ, ବାସୁଦେବପୁର, ପେଡ଼ିପଥର, ପୁରୁଣାମାଣତ୍ରି, କମ୍ପଲା, ଜାମ୍ବୁଡୋଲି ପଞ୍ଚାୟତରେ ୨ଟି ଲେଖାଏ, ପାଇକସାହି, ଟାପଢୋଲ, କନ୍ତପଡ଼ା, କନ୍ଧପଡ଼ା, କିଆକଟା ପଞ୍ଚାୟତରେ ଗୋଟିଏ ଲେଖାଏ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ଫଳରେ ପିଲାଙ୍କ ଶିକ୍ଷାଠାରୁ ଆରମ୍ଭ କରି ସରକାରଙ୍କ ପକ୍ଷରୁ ମିଳୁଥିବା ସାମଗ୍ରୀ ଗଚ୍ଛିତ ରଖିବା, ବଣ୍ଟନ, ଗର୍ଭବତୀମାନଙ୍କୁ ଡାକି ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବା, ମମତା ଦିବସ, ପିଠା କାର୍ଯ୍ୟକ୍ରମ ଆଦି ସୂଚାରୁ ରୂପେ ସମ୍ପାଦନ କରିହେଉ ନାହିଁ। ବହୁ ଘର ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ୫୦ ପ୍ରତିଶତ
କେନ୍ଦ୍ରର ରୋଷେଇ ଘର ନାହିଁ। କିଶୋରନଗର ବ୍ଲକର ୩୨ ଓ ଆଠମଲ୍ଲିକ ବ୍ଲକର ୪୨ଟି କେନ୍ଦ୍ରରେ ନଳକୂଅ ନାହିଁ। ଏ ସମ୍ପର୍କରେ ଆଠମଲ୍ଲିକ ସିଡିପିଓ ତରଙ୍ଗନୀ ମିର୍ଦ୍ଧା କୁହନ୍ତି, ବ୍ଲକର ୮୮ କେନ୍ଦ୍ରର କିପରି ନିଜସ୍ବ ଗୃହ ନିର୍ମାଣ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି। କେତୋଟି ଗ୍ରାମରେ ଜାଗା ଯୋଗାଣରେ ସମସ୍ୟା ହେଉଛି। ତହସିଲଦାରଙ୍କୁ ଏଥିପାଇଁ ଦରଖାସ୍ତ କରାଯାଇଛି। କିଶୋରନଗର ସିଡିପିଓ ଶୁଭାସିନ ମହାଳିକ କହିଛନ୍ତି, ବ୍ଲକର ସମସ୍ତ କେନ୍ଦ୍ରର କିପରି ଘର ନିର୍ମାଣ କରାଯିବ ସେଥିପାଇଁ ପ୍ରଶାସନକୁ ଅର୍ଥ ମଞ୍ଜୁର କରିବାକୁ ଅବଗତ କରାଯାଇଛି।

ପ୍ରଶାସନ ଅଣଦେଖା କରୁଛି
ନୁନୁକାପଶି ପଞ୍ଚାୟତରେ ୨ଟି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂତନ କୋଠା ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯାଇଛି। ଶୀଘ୍ର ଗୃହ ନିର୍ମାଣ ନିମନ୍ତେ ସମିତି ବୈଠକରେ ଦାବି କରାଯାଇଛି। କିନ୍ତୁ ପ୍ରଶାସନ ଅଣଦେଖା କରୁଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ
ସଞ୍ଜାମୁରା ପଞ୍ଚାୟତରେ ୫ଟି ଅଙ୍ଗନଓ୍ବାଡି କେନ୍ଦ୍ର ଭଡ଼ା ଘରେ ଓ ଗ୍ରାମ କୋଠଘରେ ଚାଲିଛି। ଫଳରେ ପିଲାମାନଙ୍କ ବିକାଶ ଲାଗି ଏଠାରେ ଭିତ୍ତିଭୂମି ନାହିଁ। ନୂଆ ଘର ନିର୍ମାଣ ନିମନ୍ତେ ଦାବି କଲେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ।
-ସୁଶାନ୍ତ ସାହୁ, ସଞ୍ଜାମୁରା
ବିପଦସଙ୍କୁଳ ଗୃହରେ ପାଠପଢ଼ା
ବିପଦସଙ୍କୁଳ ଗୃହରେ ଶିଶୁମାନଙ୍କୁ ପଢ଼ାଯାଉଛି। ବହୁ ବର୍ଷର ଟାଇଲ ଛପର ଘରେ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ବସୁଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇ ନୂଆ କୋଠା ନିର୍ମାଣ କରାଯାଉ ନାହିଁ। ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି।
-ପ୍ରସନ୍ନ ବିଶ୍ୱାଳ, ସଦାନନ୍ଦପୁର
ଭଡ଼ା ଘର ଉପରେ ନିର୍ଭରଶୀଳ
ବିପଦସଙ୍କୁଳ ଓ ଗୃହ ନ ଥିବା କେନ୍ଦ୍ରଗୁଡ଼ିକର ନିଜସ୍ବ କୋଠା ନିର୍ମାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି। ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଘର ନ ଥିବାରୁ ପିଲାମାନେ ଭଡ଼ା ବା ପରଘର ଉପରେ ନିର୍ଭର କରୁଛନ୍ତି।
-ଶରତ ଚନ୍ଦ୍ର ସାହୁ, କୃତ୍ତିବାସପୁର
ଭବିଷ୍ୟତ ଅନ୍ଧାର ଆଡ଼କୁ
ଶିଶୁଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସେମାନଙ୍କୁ କେତେ ଲାଭ ପହଞ୍ଚାଉଛି ତାହା ଦେଖିବାକୁ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ରହୁ ନାହିଁ। ଜଏରାଟ ପଞ୍ଚାୟତରେ ୩ଟି କେନ୍ଦ୍ରର ଗୃହ ନାହିଁ। ଏଠାକାର ଶିଶୁଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି।
-ରମଣୀରଞ୍ଜନ ପ୍ରଧାନ, ଜଏରାଟ
ଖୋଲାଯିବା ପୂର୍ବରୁ ଗୃହ ନିର୍ମାଣ ହେଉ
ବହୁ କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ନାହିଁ। କରୋନା କାରଣରୁ ଅଙ୍ଗନଓ୍ବାଡିକୁ ପିଲା ଯାଉ ନାହାନ୍ତି। ଛତୁଆ, ଅଣ୍ଡା ଆଦି ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ତେବେ ପିଲାମାନେ କେନ୍ଦ୍ରକୁ ଆସିବା ପୂର୍ବରୁ ନିଜସ୍ବ କୋଠା ନିର୍ମାଣ କରାଯିବା ଆବଶ୍ୟକ।
-ଆଭାସ କୁମାର କ୍ଷେତି, ଆଠମଲ୍ଲିକ

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri